ନ୍ୟାସନାଲ ହେରାଲ୍ଡ ମାମଲାରେ ଗାନ୍ଧୀ ପରିବାରକୁ ଆଶ୍ୱସ୍ତି, "ଇଡି'ର ଚାର୍ଜସିଟ ଉପରେ ସଂଜ୍ଞାନ ନେବାକୁ ମନାକଲେ କୋର୍ଟ

Advertisment

ଅଦାଲତ ସ୍ପଷ୍ଟ କହିଥିଲେ କି ଇଓଡବ୍ଲୁ ଅଭିଯୋଗର ନକଲ ଏବେ ସୋନିଆ ଗାନ୍ଧୀଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କୁ ଦିଆଯିବ ନାହିଁ । ଏହାପରେ କୋର୍ଟ ନ୍ୟାସନାଲ ହେରାଲ୍ଡ ମାମଲା ସହ ସଂପୃକ୍ତ ତଥ୍ୟ ଗୁଡ଼ିକୁ ରେକର୍ଡରେ ପଢ଼ିଥିଲେ  ଏବଂ ପରେ ଇଡିର ଚାର୍ଜସିଟ୍ ଉପରେ ଆଦେଶ ଶୁଣାଇଥିଲେ ।

ED

କନକ ବ୍ୟୁରୋ : ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଦିଲ୍ଲୀର ବିଶେଷ ଅଦାଲତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍ ଉପରେ ସଂଜ୍ଞାନ ନେବାକୁ ମନା କରିଦେଇଛନ୍ତି । 

ମାମଲାର ଶୁଣାଣି ସମୟରେ ବିଚାରପତି ଆଦେଶ ପଢ଼ିବା ଆରମ୍ଭ କରିଥିଲେ । ସବୁଠୁ ପ୍ରଥମେ ଅଦାଲତ ଇଓଡବ୍ଲୁ (ଅର୍ଥନୈତିକ ଅପରାଧ ଶାଖା)ର ଅଭିଯୋଗ ସହ ସଂପୃକ୍ତ ରିଭିଜନ୍ ପିଟିସନ୍ ଉପରେ ଆଦେଶ ଶୁଣାଇଥିଲେ । 

ଅଧିକ ପଢ଼ନ୍ତୁ : ଇଡି ବିରୋଧରେ କଂଗ୍ରେସର ହଲ୍ଲାବୋଲ; ନ୍ୟାସନାଲ ହେରାଲ୍ଡ ଚାର୍ଜସିଟରେ ସୋନିଆ, ରାହୁଲଙ୍କ ନାଁକୁ ନେଇ ତାତି ଉଠିଛି ଦଳ…

ଅଦାଲତ ସ୍ପଷ୍ଟ କହିଥିଲେ କି ଇଓଡବ୍ଲୁ ଅଭିଯୋଗର ନକଲ ଏବେ ସୋନିଆ ଗାନ୍ଧୀଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କୁ ଦିଆଯିବ ନାହିଁ । ଏହାପରେ କୋର୍ଟ ନ୍ୟାସନାଲ ହେରାଲ୍ଡ ମାମଲା ସହ ସଂପୃକ୍ତ ତଥ୍ୟ ଗୁଡ଼ିକୁ ରେକର୍ଡରେ ପଢ଼ିଥିଲେ  ଏବଂ ପରେ ଇଡିର ଚାର୍ଜସିଟ୍ ଉପରେ ଆଦେଶ ଶୁଣାଇଥିଲେ ।

ଦିଲ୍ଲୀ କୋର୍ଟ ଇଡିର ତଦନ୍ତ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି କି, ସିବିଆଇ ଏପର୍ଯ୍ୟନ୍ତ କୌଣସି ପ୍ରେଡିକେଟ୍ ଅଫେନ୍ସ ରେକର୍ଡ କରିନାହିଁ, ତଥାପି ଇଡି ତଦନ୍ତ ଜାରି ରଖିଛି । କୋର୍ଟ ଆହୁରି ମଧ୍ୟ କହିଥିଲେ କି, ଯେତେବେଳେ ମୂଳ ଅପରାଧ ହିଁ ରେକର୍ଡ ହୋଇନାହିଁ ସେଥିରେ ମନି ଲଣ୍ଡରିଂ ତଦନ୍ତ କିଭଳି ଆଗକୁ ବଢ଼ିପାରିବ । 

କୋର୍ଟ ଏହି ଆଧାରରେ ଇଡିର ଚାର୍ଜସିଟ ଉପରେ ସଂଜ୍ଞାନ ନେବାକୁ ମନା କରିଦେଇଛନ୍ତି । ଏହାକୁ ନ୍ୟାସନାଲ ହେରାଲ୍ଡ ମାମଲାରେ ଗାନ୍ଧୀ ପରିବାର ପାଇଁ ବଡ଼ ଆଇନର ବିଜୟ ବୋଲି କୁହାଯାଉଛି । 

ଅଧିକ ପଢ଼ନ୍ତୁ : ବଢ଼ିଲା ଗାନ୍ଧୀ ପରିବାର ଅଡୁଆ, ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ-ରାହୁଲଙ୍କ ବିରୋଧରେ ଅର୍ଥନୈତିକ ଅପରାଧ ଶାଖାର ମାମଲା ରୁଜୁ

କୋର୍ଟଙ୍କ ଏହି ରାୟକୁ ଗାନ୍ଧୀ ପରିବାର ପାଇଁ ଏକ ବଡ଼ ବିଜୟ ବୋଲି ଦେଖାଯାଉଛି । କାରଣ ଏହି ରାୟ ଫଳରେ ବର୍ତ୍ତମାନ ପାଇଁ ମାମଲାର ଟ୍ରାଏଲ୍ ପ୍ରକ୍ରିୟା ଆଗକୁ ବଢ଼ିପାରିବ ନାହିଁ । ଇଡି ତାଙ୍କ ଅଭିଯୋଗରେ ଦାବି କରିଥିଲା କି, ନ୍ୟାସନାଲ ହେରାଲ୍ଡ ସମ୍ବାଦପତ୍ରର ପ୍ରକାଶକ ଏସୋସିଏଟେଡ ଜର୍ନାଲ୍ସ ଲିମିଟେଡର ସମ୍ପତ୍ତିଗୁଡ଼ିକୁ ୟଙ୍ଗ୍ ଇଣ୍ଡିଆନ ପ୍ରାଇଭେଟ୍ ଲିମିଟେଡ୍ ମାଧ୍ୟମରେ ଅବୈଧ ଭାବେ ହାସଲ କରି ମନି ଲଣ୍ଡିରିଂ କରାଯାଇଛି । 

ଅନ୍ୟପଟେ କଂଗ୍ରେସ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରି ଏହାକୁ ରାଜନୈତିକ ପ୍ରେରିତ ମାମଲା ବୋଲି କହିଛି ଏବଂ ଏଥିରେ କୌଣସି ପ୍ରକାରର ବ୍ୟକ୍ତିଗତ ଆର୍ଥିକ ଲାଭ ନିଆଯାଇନଥିବା ସ୍ପଷ୍ଟ କରିଛି । 

ଏହି ମାମଲା ରାଉଜ୍ ଆଭିନ୍ୟୁ କୋର୍ଟରେ ଶୁଣାଣି ପାଇଁ ଆସିଥିଲା । ଯେଉଁଠାରେ ଅଦାଲତ ଇଡି ଦାଖଲ ହୋଇଥିବା ବିସ୍ତୃତ ରେକର୍ଡର ଯାଂଚ କରିବା ପରେ ରାୟ ସଂରକ୍ଷିତ ରଖିଥିଲେ । ବର୍ତ୍ତମାନ କୋର୍ଟ ସଂଜ୍ଞାନ ନେବାକୁ ମନା କରିବା ପରେ ଇଡିର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe