କନକ ବ୍ୟୁରୋ: ନ୍ୟାସନାଲ ହେରାଲ୍ଡ ମାମଲାରେ କୋର୍ଟରେ ଇଡି ଚାର୍ଜସିଟ ଦାଖଲ କରିଛି । ମାମଲାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନାଁ ରହିବା ପରେ ଆକ୍ରଣାତ୍ମାକ ହୋଇପଡିଛି କଂଗ୍ରେସ । ଆଜି ଦେଶବ୍ୟାପି ଇଡି ଅଫିସକୁ ଘେରାଉ କରିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ।

Advertisment

ଇଡି ବିରୋଧରେ କଂଗ୍ରେସର ଗର୍ଜନ । ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ଇଡି ଅଫିସ ବାହାରେ ଆଜି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ । ଗତକାଲି ଇଡି ଚାର୍ଜସିଟରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯିବା ପରେ ଆଜି ରଣ ହୁଙ୍କାର ଦେଇଛି କଂଗ୍ରେସ । ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟର ଇଡି ଅଫିସକୁ ଘେରାଉ କରିଛନ୍ତି କର୍ମୀ । ଏହି ସମୟରେ ପୁଲିସ ସହ ଧସ୍ତାଧସ୍ତିରେ କିଛି କର୍ମୀଙ୍କୁ ହାଜତକୁ ନିଆଯାଇଛି ।

ଗାନ୍ଧୀ ପରିବାର ପଛରେ ଇଡି

-୨୦୧୨ରେ ସୁବ୍ରମଣ୍ୟମ ସ୍ବାମୀ ଟ୍ରାଏଲ କୋର୍ଟରେ ଏକ ମାମଲା ଦାୟର କରିଥିଲେ
-ବେଆଇନ ଭାବେ ଏଜେଏଲକୁ ୟଙ୍ଗ୍‌ ଇଣ୍ଡିଆ ଲିମିଟେଡ୍‌ ଅଧିଗ୍ରହଣ କରିଥିବା ଅଭିଯୋଗ
-୨ହଜାର କୋଟି ସମ୍ପତ୍ତି ହଡ଼ପ ପାଇଁ ଯୋଜନା ହୋଇଥିବା ଅଭିଯୋଗ
-ନ୍ୟାସନାଲ ହେରାଲ୍ଡକୁ ୧୯୩୮ରେ ନେହରୁ ଆରମ୍ଭ କରିଥିଲେ
-ଖବରକୁ ଆସୋସିଏଟେଡ୍‌ ଜର୍ଣ୍ଣାଲ ଲିମିଟେଡ୍‌ ଛାପୁଥିଲା
-୨୦୧୦ରେ ୟଙ୍ଗ୍‌ ଇଣ୍ଡିଆ ଲିମିଟେଡ୍‌ ସ୍ଥାପନ ହୋଇଥିଲା
-ଏଥିରେ ସୋନିଆ, ରାହୁଲଙ୍କ ୩୮-୩୮ ପ୍ରତିଶତ ଅଂଶୀଦାର ଥିଲା
-୨୪ ପ୍ରତିଶତ ସେୟାର ମୋତିଲାଲ ଭୋରା, ଓସ୍କାର ଫର୍ଣ୍ଣାଣ୍ଡିଜ, ସୁମନ ଦୁବେ ଓ ଶାମ ପିଟ୍ରୋଡାଙ୍କ ନାଁରେ ଥିଲା 
-ଅଧିଗ୍ରହଣରେ ୯୮୮ କୋଟି ଟଙ୍କାର ମନି ଲଣ୍ଡ୍ରିଂ ଅଭିଯୋଗ

ତେବେ ମାମଲାରେ…

-୨୦୧୫ରେ ସୋନିଆ, ରାହୁଲଙ୍କ ଜାମିନ ଦେଇଥିଲେ ପଟିଆଲା ହାଉସ୍‌ କୋର୍ଟ
-୨୦୧୬ରେ ବ୍ୟକ୍ତିଗତ ହାଜରରୁ ଆଶ୍ବସ୍ତି ଦେଇଥିଲେ ସୁପ୍ରିମ୍‌କୋର୍ଟ
-୨୦୧୮ରେ ଏଜେଏଲ୍‌ ଲିଜ୍‌ ସମାପ୍ତ କରିଥିଲେ 
-୨୦୨୧ରେ ତଦନ୍ତ ଆରମ୍ଭ କରିଥିଲା ଇଡି
-୨୦୨୩ରେ ଏଜେଏଲ୍‌ର ସମ୍ପତ୍ତି ଜବତ କରିଥିଲା ଇଡି

ସେପଟେ ମୁମ୍ବାଇରେ ଏକ ରୋଚକ ପୋଷ୍ଟର ଲଗାଯାଇଛି । ଯେଉଁଥିରେ ଲେଖା ରହିଛି ନ୍ୟାସନାଲ ହେରାଲ୍ଡ ଓ ବୁଲଡୋଜର  ଆକ୍ସନ । ଏଜେଏଲ ସମ୍ପତ୍ତି ଉପରେ ବୁଲଡୋଜର ଆକ୍ସନ ନିଆଯାଉ ବୋଲି ଦାବି କରାଯାଇଛି । ବିଜେପି ପକ୍ଷରୁ ଏହି ପୋଷ୍ଟର ଲଗାଯାଇ ନ୍ୟାସନାଲ ହେରାଲ୍ଡ ମାମଲା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।