କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବହୁ ପ୍ରତିକ୍ଷିତ ଘଟଗାଁ ମା ତାରିଣୀଙ୍କ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବେ । ପାଖାପାଖି ୩ଶହ କୋଟି ଟଙ୍କାର ଏହି ଉନ୍ନୟନ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲାପାଳ ବିଶାଳ ସିଂହ ଘଟଗାଁ ମା ତାରିଣୀଙ୍କ ମନ୍ଦିର ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ କିପରି ସୁରୁଖୁରୁରେ ସମ୍ପନ୍ନ ହେବ, ସେନେଇ ବୁଲି ଦେଖିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଦିନ ୧୦ଟା ବେଳେ ଘଟଗାଁରେ ବିମାନ ଯୋଗେ ପହଞ୍ଚି ସେଠାରୁ ଏକ ବାଇକ୍ ରାଲିରେ ଯାଇ ଘଟଗାଁ ମନ୍ଦିରରେ ପହଞ୍ଚିବେ । ପ୍ରଥମେ ମନ୍ଦିର ପରିସରରେ ଚାଲିଥିବା ଯଜ୍ଞରେ ପୂର୍ଣ୍ଣାହୂତି ଦେବେ ମୁଖ୍ୟମନ୍ତ୍ରୀ । ଏହାପରେ ସେ ଘଟଗାଁ ମନ୍ଦିର ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି କାର୍ଯ୍ୟକ୍ରମ ପରେ ସେ ଘଟଗାଁ ମିନି ଷ୍ଟାଡ଼ିୟମରେ ଏକ ସାଧାରଣ ସଭାରେ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବେ । ଏଥିପାଇଁ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି l
ଆହୁରି ପଢ଼ନ୍ତୁ : ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ; ଗ୍ୟାସ୍ ସିଲିଣ୍ଡର ଫାଟିଯିବାକୁ ୨୩ ଜଣ ଜୀବନ୍ତ ଦଗ୍ଧ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/09/30/mohan-mjahi-2025-09-30-14-38-46.jpg)