blast Photograph: (Kanak news)
କନକ ବ୍ୟୁରୋ: ମହାରାଷ୍ଟ୍ରର ନାଗପୁରସ୍ଥିତ କାଟୋଲ ତହସିଲ ଅନ୍ତର୍ଗତ ରଲଗାଓଁଠାରେ ଏକ ବିସ୍ଫୋରକ ଫ୍ୟାକ୍ଟ୍ରିରେ ବଡ଼ଧରଣ ବିସ୍ଫୋରଣ ଘଟି ୧୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୮ ଜଣ ଆହତ ହୋଇଛନ୍ତି। ଖଣି ଓ ଶିଳ୍ପ ପାଇଁ ବିସ୍ଫୋରକ ସାମଗ୍ରୀ ଉତ୍ପାଦନ କରୁଥିବା ଏସ୍ବିଏଲ୍ ଏନର୍ଜି ଲିମିଟେଡର ଡେଟୋନେଟର ପ୍ୟାକେଜିଂ ୟୁନିଟରେ ଏହି ବିସ୍ଫୋରଣ ହୋଇଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ରବିବାର ଏହି ବିସ୍ଫୋରଣ ଘଟଣାକୁ ଅତ୍ୟନ୍ତ ଦୁଃଖଦ ଓ ଦୁଭାର୍ଗ୍ୟଜନକ କହିବା ସହିତ ବିସ୍ଫୋରଣ କେମିତି ଘଟିଲା ତା’ର ସବିଶେଷ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆହୁରି ପଢ଼ନ୍ତୁ... କରାଚିରେ ଖେମିନିଙ୍କ ସମର୍ଥକଙ୍କ ଉପରେ ଆମେରିକା ସୈନ୍ୟଙ୍କ ଗୁଳିମାଡ଼: ୧୨ ମୃତ
ବିସ୍ଫୋରଣ ଖବର ଆସିବା ମାତ୍ରେ ସ୍ଥାନୀୟ ପ୍ରଶାସନ ଓ ଏସ୍ପି ଘଟଣାସ୍ଥଳରେ ପହଞ୍ଚି ଥିଲେ। ମୁଖ୍ୟମନ୍ତ୍ରୀ ସ୍ଥାନୀୟ ପ୍ରଶାସନ, ଜିଲ୍ଲାପାଳ ଓ ଏସ୍ପିଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ଏନଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ଟିମ ସହିତ ପେଟ୍ରୋଲିୟମ ଓ ବିସ୍ଫୋରକ ସୁରକ୍ଷା ସଙ୍ଗଠନ ଏବଂ ପ୍ରତିରକ୍ଷା ସୁରକ୍ଷା ସୂଚନା ପ୍ରଣାଳୀ (ଡିଆଇଏସ୍ଏସ୍) ପକ୍ଷରୁ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ମୃତକଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ବ୍ୟକ୍ତି କରିଛନ୍ତି। ଆହତମାନଙ୍କୁ ନାଗପୁର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
Follow Us