କନକ ବ୍ୟୁରୋ: କରାଚିସ୍ଥିତ ଆମେରିକାର ବାଣିଜ୍ୟିକ ଦୂତାବାସ ବାହାରେ ଭଙ୍ଗାରୁଜା ଓ ହିଂସାତ୍ମକ ସଂଘର୍ଷବେଳେ ୱାସିଂଟନ ସାମୁଦ୍ରିକ ସୁରକ୍ଷା କର୍ମଚାରୀଙ୍କ ଗୁଳିରେ ୧୨ ଜଣ ପାକିସ୍ତାନୀ ନାଗରିକଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣର ପ୍ରତିବାଦରେ ଏହି ବିକ୍ଷୋଭ କରାଯାଇଥିଲା । ପାକିସ୍ତାନର ଆର୍ଥିକ କେନ୍ଦ୍ର କରାଚିରେ ପ୍ରଦର୍ଶନକାରୀମାନେ କୂଟନୈତିକ ପରିସରରେ ଥିବା ନିଷିଦ୍ଧ ଅଞ୍ଚଳ ଆଡକୁ ଅଗ୍ରସର ହେଉଥିବାବେଳେ ଗୁଳିଚାଳନା ହୋଇଥିଲା। ପାକିସ୍ତାନୀ କର୍ତ୍ତୃପକ୍ଷ ଏବଂ ଆମେରିକୀୟ ଅଧିକାରୀମାନେ ସ୍ବାଧୀନ ଭାବେ ମୃତ ସଂଖ୍ୟା ସ୍ପଷ୍ଟ କରିନାହାନ୍ତି। 

Advertisment

ଆହୁରି ପଢ଼ନ୍ତୁ...ଇରାନ ଅସ୍ତ୍ରରେ ଇରାନ ଉପରେ ଆକ୍ରମଣ

ଇରାନ ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲ୍ଲି ଖେମିନିଙ୍କ ହତ୍ୟା ପ୍ରତିବାଦରେ ୱାସିଂଟନ ଓ ତେଲ ଅଭିଭ୍‌ ବିରୋଧରେ ସିହା ଗୋଷ୍ଠୀ ସୁଲତାନବାଦରୁ ମାଇ କୋଲାଚି ଆଡ଼େ ଅଗ୍ରସର ହେଇଥିଲେ। ପ୍ରତିବାଦକାରୀ ଦୂତାବାସ ନିକଟରେ ପହଞ୍ଚିବା ପରେ ହାଇ ଆଲର୍ଟରେ ଥିବା ଆମେରିକା ସାମୁଦ୍ରିକ ସୁରକ୍ଷା କର୍ମଚାରୀ ସେମାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଏହି ଗୁଳିମାଡ଼ ଘଟଣାରେ ୩୦ରୁ ଅଧିକ ଆହତ ହୋଇଛନ୍ତି।