କନକ ବ୍ୟୁରୋ: ସ୍ଥାନୀୟ ବିଜେପି କଲେଜ୍ ଖେଳ ପଡ଼ିଆରେ ଆରମ୍ଭ ହୋଇଥିବା ନବମ ନବ ଦାଶ ଓ ପ୍ରଶାନ୍ତ ମହାପାତ୍ର ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତାରେ ରବିବାର ବାପୁଜୀ କ୍ରିକେଟ୍ କ୍ଲବ୍ ୧୬ ରନ୍ରେ ମୁକ୍ତେଶ୍ବର କ୍ରିକେଟ୍ କ୍ଲବ୍କୁ ପରାସ୍ତ କରିଛି । ବାପୁଜୀ କ୍ରିକେଟ୍ କ୍ଲବ୍ ୧୯.୩ ଓଭରରେ ୧୫୭ ରନ୍ କରିଥିଲା । ଜବାବରେ ମୁକ୍ତେଶ୍ବର କ୍ରିକେଟ୍ କ୍ଲବ୍ ୧୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୧ ରନ୍ କରି ପରାଜିତ ହୋଇଥିଲା । ନମନ ଧ୍ରୁବ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ । ସେହିଭଳି ଦ୍ବିତୀୟ ମ୍ୟାଚ୍ରେ ରାମେଶ୍ବର ସ୍ପୋର୍ଟିଂ ୬ ୱିକେଟ୍ରେ ପାରାମାଉଣ୍ଟ୍ କ୍ଲବ୍କୁ ହରାଇ ଦେଇଥିଲା । ପାରାମାଉଣ୍ଟ୍ କ୍ଲବ୍ ୧୯.୩ ଓଭରରେ ୧୨୯ ରନ୍ କରିଥିଲା । ଜବାବରେ ରାମେଶ୍ବର ସ୍ପୋର୍ଟିଂ ୧୫.୧ ଓଭରରେ ୪ ୱିକେଟ୍ ହରାଇ ୧୩୦ ରନ୍ କରି ବିଜୟୀ ହୋଇଥିଲା । ସୁଭାଶିଷ ମଲ୍ଲିକ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ନିର୍ମଳ କୁମାର ମିଶ୍ର, ଦିଲୀପ କୁମାର ସାମଲ ଓ ସୁଶୀଲ ସୁନ୍ଦରାୟ ଖେଳ ପରିଚାଳନା କରିଥିଲେ ।
ଏହା ବି ପଢ଼ନ୍ତୁ: ପାକିସ୍ତାନଠୁ ପ୍ରତିଶୋଧ ନେଲେ ଯୁବ ଦଳ
Follow Us