କନକ ବ୍ୟୁରୋ: ଚଳିତ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ବକପ୍ରେ ପାକିସ୍ତାନ ଉପରେ ଗତ ଏସିଆ କପ୍ ଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇଯାଇଛି ଭାରତ । ୫୮ ରନ୍ ବିଜୟ ସହିତ ଭାରତ ମଧ୍ୟ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି । ଆଫଗାନିସ୍ତାନ ସହିତ ଭାରତ ବୁଧବାର ସେମିଫାଇନାଲ୍ ଖେଳିବ । ରବିବାର ପ୍ରଥମେ ବ୍ୟାଟିଂ କରିଥିବା ଭାରତ କ୍ରମାଗତ ୩ ବଲ୍ରେ ୱିକେଟ୍ ହରାଇ ୪୭/୩ରେ ସଂଘର୍ଷ କରିଥିଲା । ବେଦାନ୍ତ ତ୍ରିବେଦୀ (୬୮), କନିଷ୍କ ଚୌହାନ (୩୫), ସୂର୍ଯ୍ୟବଂଶୀ ସୂରଜ (୩୦), ଆର୍ ଅମ୍ବ୍ରିଶ (୨୯)ଙ୍କ ପାଳି ବଳରେ ଦଳ ୨୫୨ ରନ୍ କରିଥିଲା । ଅବଦୁଲ ଶୁଭନ ୩ ଏବଂ ମହମଦ ସାୟମ ୨ ୱିକେଟ୍ ଅକ୍ତିଆର କରିଥିଲେ । ଜବାବରେ ପାକିସ୍ତାନ ଏକଦା ୩୦ତମ ଓଭରର ବେଳକୁ ୨ ୱିକେଟ୍ ହରାଇ ୧୫୧ ରନ୍ କରିଥିବାବେଳେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୯୪ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା । ଅଧିନାୟକ ଆୟୁଷ ମହାତ୍ରେ ଓ ଖିଲନ ପଟେଲ୍ ପ୍ରତ୍ୟେକ ୩ ଲେଖାଏଁ ୱିକେଟ୍ ନେଇ ବିଜୟ ଦେଇଥିଲେ । କନିଷ ଚୌହାନ (୩୫ ଓ ୧/୩୦) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।
ଏହା ବି ପଢ଼ନ୍ତୁ: ଓଡ଼ିଶା ରଗ୍ବିରେ ବିରଳ ରେକର୍ଡ: ଗୋଟିଏ ଦିନରେ ୫ ସ୍ବର୍ଣ୍ଣ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/01/india-u-19-2026-02-01-22-12-12.jpg)