ନବ ଦାସଙ୍କ ହତ୍ୟାକୁ ପୂରିଲାଣି ୩ ବର୍ଷ, ଏପର୍ଯ୍ୟନ୍ତ ରହସ୍ୟ ଘେରରେ ହତ୍ୟାର କାରଣ

Advertisment

ନବ ଦାସଙ୍କ ହତ୍ୟାକୁ ନେଇ ବିରୋଧୀ ଦଳରେ ଥିବା ବିଜେପି ଏହାକୁ ବଡ ପ୍ରସଙ୍ଗ କରି ବିଧାନସଭାରୁ ସଡକ ପର୍ଯ୍ୟନ୍ତ  ଆନ୍ଦୋଳନ କରିଥିଲା। ପ୍ରୂ୍ବ ସରକାରଙ୍କ କ୍ରାଇମବ୍ରାଂଚ ତଦନ୍ତ ପ୍ରକିୟାକୁ ବିରୋଧ କରି ସିବିଆଇ ତଦନ୍ତ ଦାବି କରିଥିଲା ବିଜେପି । ହେଲେ ସରକାର ପରିବର୍ତ୍ତନ ପରେ ନବଙ୍କ ପରିବାର ସରକାରଙ୍କ କୋର୍ଟକୁ ବଲ ଫିଙ୍ଗିଥିଲେ । 

naba das

କନକ ବ୍ୟୁରୋ : ନବଦାସଙ୍କ ହତ୍ୟାକାଣ୍ଡକୁ ତିନି ବର୍ଷ ପୂରିଛି। ଆଜି ଝାରସୁଗୁଡାରେ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି । ହେଲେ, ନବ ଦାସଙ୍କ ହତ୍ୟାକାଣ୍ଡର କାରଣ ରହସ୍ୟରେ ରହିଗଲା। କାହିଁକି ମାରିଥିଲା ଗୋପାଳ? କଣ ଥିଲା ଉଦେଶ୍ୟ? ଗୋପାଳ ପଛରେ ଆଉ କିଏ ଥିଲେ କି? ଅନ୍ୟପଟେ ଶୀଥିଳ ପଡିଯାଇଛି ପୂରା ତଦନ୍ତ? 

ପୋଲିସ କନେଷ୍ଟବଳ ଗୋପାଳ ଦାସଙ୍କ ଗୁଳିମାଡରେ ଟଳିପଡିଲେ କ୍ୟାବିନେଟ ମନ୍ତ୍ରୀ ନବ ଦାସ । ଏହି ହତ୍ୟାକାଣ୍ଡ ସାରା ଦେଶକୁ ଦୋହଲାଇ ଦେଇଥିଲା । ହେଲେ ହତ୍ୟା ପଛରେ କାରଣ କ’ଣ ଥିଲା ତାହା ଏବେ ବି ରହସ୍ୟରେ । ଏପଟେ ଆଜି ଝାରସୁଗୁଡାରେ ପାଳନ ହୋଇଛି ନବ ଦାସଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ । ଝାଡସୁଗୁଡାରେ ନବଙ୍କ ପରିବାର ପକ୍ଷରୁ ଆୟୋଜିତ ଶ୍ରଦ୍ଧାଂଜଳି ସଭାରେ ସବୁ ଦଳର ନେତା ସାମିଲ ହୋଇ ସ୍ମୁତିଚାରଣ କରିଛନ୍ତି । 

ଅଧିକ ପଢ଼ନ୍ତୁ : ନବ ଦାସଙ୍କ ବିଭିନ୍ନ ଠିକଣାରେ ଆୟକର ଯାଞ୍ଚ ଜାରି, ପୁଅ ବିଶାଳ ଦାସଙ୍କ ଆଗରେ ଜରୁରୀ କାଗଜ ପତ୍ରର ଚାଲିଛି ଯାଞ୍ଚ

ନବ ଦାସଙ୍କ ହତ୍ୟାକୁ ନେଇ ବିରୋଧୀ ଦଳରେ ଥିବା ବିଜେପି ଏହାକୁ ବଡ ପ୍ରସଙ୍ଗ କରି ବିଧାନସଭାରୁ ସଡକ ପର୍ଯ୍ୟନ୍ତ  ଆନ୍ଦୋଳନ କରିଥିଲା। ପ୍ରୂ୍ବ ସରକାରଙ୍କ କ୍ରାଇମବ୍ରାଂଚ ତଦନ୍ତ ପ୍ରକିୟାକୁ ବିରୋଧ କରି ସିବିଆଇ ତଦନ୍ତ ଦାବି କରିଥିଲା ବିଜେପି । ହେଲେ ସରକାର ପରିବର୍ତ୍ତନ ପରେ ନବଙ୍କ ପରିବାର ସରକାରଙ୍କ କୋର୍ଟକୁ ବଲ ଫିଙ୍ଗିଥିଲେ । 

୧୯ ମାର୍ଚ୍ଚ ୨୦୨୫ ରେ ନବ ଦାସଙ୍କ ଝିଅ ଦିପାଲି ଦାସ, ପୁଅ ବିଶାଳ ଦାସ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଦାବିପତ୍ର ଦେବା ସହିତ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ନ୍ୟାୟ ମିଳିବା ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ପରେ ପରେ କ୍ରାଇମବ୍ରାଂଚ ମଧ୍ୟ ପୁନ ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ତଦନ୍ତ ଶିଥିଳ ପଡି ଯାଇଛି। 

  • ସମୟ ଗଡିବା ସହ ସନ୍ଦେହ ବଢ଼ୁଛି। ତେଣୁ ପ୍ରଶ୍ନ ଉଠୁଛି
  • ନବ ଦାସଙ୍କୁ କାହିଁକି ହତ୍ୟା କରିଥିଲା ଗୋପାଳ?
  • ପଲିଟିକାଲ ମର୍ଡର ହୋଇଥିଲା କି ?
  • ହତ୍ୟା ପଛରେ ଷଡ଼ଯନ୍ତ୍ର ଥିଲା କି ?
  • କେବେ ରହସ୍ୟରୁ ପରଦା ହଟାଇବ ତଦନ୍ତକାରୀ ସଂସ୍ଥା? 
  • ଏଭଳି କିଛି ପ୍ରଶ୍ନ ଏବେ ବି ସମସ୍ତଙ୍କ ମନରେ ଉଙ୍କି ମାରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe