କନକ ବ୍ୟୁରୋ :  ପୁଣି ଅଲୋଡ଼ା ହେଲା ନବଜାତ ଶିଶୁ କନ୍ୟା । ଜନ୍ମଦାତ୍ରୀ, ମୃତ ଶିଶୁ କନ୍ୟାକୁ ରାସ୍ତାକଡରେ ଫିଙ୍ଗି ଚାଲିଯାଇଥିବା ସନ୍ଦେହ କରାଯାଉଛି । ଏଭଳି ଅଭାବନୀୟ ଦୃଶ୍ୟ ରାୟଗଡ଼ା ସହର ଗୋଦାବରୀଶ ନଗର ଅଞ୍ଚଳରେ ଦେଖିବାକୁ ମିଳିଛି । ଶିଶୁ କନ୍ୟାକୁ କାଳେ କୁକୁର ଭିଡିନେବ, ସେଥିପାଇଁ ସ୍ଥାନୀୟ ଲୋକେ ଦୀର୍ଘ ୪ ଘଣ୍ଟା କାଳ ରାସ୍ତାକଡ଼ରେ ଜଗି ରହିଛନ୍ତି ।

Advertisment

ଅଧିକ ପଢନ୍ତୁ : ଢୋଲ ଭିତରେ ମୂଷା କିଏ? ଅପରାଧୀଙ୍କୁ ଜେଲ୍‌ରୁ ଖସାଇବାରେ କାହାର ରହିଛି ଭୂମିକା?

ଯାହା ଅନୁମାନ କରାଯାଉଛି ଶିଶୁ କନ୍ୟାଟି ବିଳମ୍ବିତ ରାତିରେ ଜନ୍ମ ନେଇଛି । ତେବେ ମୃତାବସ୍ଥାରେ ଜନ୍ମ ହୋଇଥିଲା ନା ଜନ୍ମ ପରେ ତାକୁ ମାରି ଦିଆଯାଇଛି, ତାହା ସ୍ପଷ୍ଟ ହୋଇନି । ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରିଛି ।