କନକ ବ୍ୟୁରୋ: ଜେଲରୁ କଏଦୀ ଫେରାର ହେଉ କି ମହିଳା କଏଦୀଙ୍କ ସୁନା ଚୋରି ଘଟଣା । ଏସବୁ ଘଟଣା ଜେଲ୍ର ପୋଲ୍ ଖୋଲିଦେଇଛି । ଏଠି ଉଠୁଛି ପ୍ରଶ୍ନ, ରାଜ୍ୟରେ କେତେ ସୁରକ୍ଷିତ ଜେଲ୍? ଜେଲ୍ରୁ କଏଦୀଙ୍କୁ ଖସାଇବା ପଛରେ କାହାର ରହିଛି ଭୂମିକା?
ଆହୁରି ପଢ଼ନ୍ତୁ:କୋମଳ କାନ୍ଧରେ ପରିବାର ବୋଝ
ହତ୍ୟାକାଣ୍ଡ, ଦୁଷ୍କର୍ମ, ଡକାୟତି ଓ ଚୋରି ଭଳି ବଡ ଅପରାଧ ଘଟାଇ ଜେଲ ଯାଇଥିବା ବହୁ କଏଦୀ ଏବେ ବାହାରେ ବୁଲୁଛନ୍ତି । ପୁଲିସ ସେମାନଙ୍କୁ ବାନ୍ଧି ଜେଲ ପଠାଇବା ପରେ ବି ଜେଲ ବିଭାଗର ଖାମଖିଆଲ ନୀତି ଯୋଗୁଁ ବର୍ଷ ବର୍ଷ ଧରି ଏମିତି ଚାଲିଛି । ଚୌଦ୍ବାର ଜେଲର ସେଲ କାଟି ବିହାରୀ ଅପରାଧୀ ଫେରାର ହେଉ, କିମ୍ବା ଅନୁଗୁଳରେ ମାଟି ଖୋଳି ନାବାଳକ ଫେରାର ଘଟଣା । ପଚିଷ ବର୍ଷର ରିପୋର୍ଟ ଦେଖାଇ, ଜେଲ ବିଭାଗର ଗୁମର ଖୋଲି ଦେଇଛନ୍ତି ।
ଜେଲ୍ ବିଭାଗର ସତ
- ୧୧୭ ଜଣ ଜେଲ୍ରୁ ଫେରାର ରହିଥିବା ବେଳେ ମାତ୍ର ୭୫ଜଣ ଧରାପଡ଼ିଛନ୍ତି
- ଜେଲ୍ ବାହାରେ ଏବେ ବୁଲୁଛନ୍ତି ୪୨ଜଣ କଏଦୀ
- ସେମାନଙ୍କ ଭିତରୁ ୪ ଜଣଙ୍କୁ ମୃତ ଦର୍ଶାଯାଇଛି
ହେଲେ, ଜେଲ ସୁରକ୍ଷାକୁ ଅତି ଖାମଖିଆଲି ଭାବେ ଡିଜି କାହିଁକି ନେଉଛନ୍ତି ତାହା ଏବେ ପ୍ରଶ୍ନ ହୋଇ ଛିଡା ହୋଇଛି ।
ସେପଟେ ଚୌଦ୍ବାର ସୁପରିଟେଣ୍ଡେଣ୍ଟଙ୍କ କାରନାମା ଦାଣ୍ଡରେ ପଡି ହାଟରେ ଗଡୁଛି । ହେଲେ ଜେଲ ବିଭାଗ ତଦନ୍ତ ଚାଲିଛି କହି ଘଣ୍ଟ ଘୋଡାଇବାରେ ଲାଗି ପଡିଛି । ଜେଲ ଭିତରୁ ଜଣେ ମହିଳା କଏଦୀଙ୍କ ସୁନା ଚୋରୀ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ହେଲେ ନଗଦ ଲକ୍ଷେ, ୯୦ ହଜାର ଟଙ୍କା ଦେଇ ଫସି ଯାଇଛନ୍ତି ସୁଜିତ ରାଉଳ । ରାତାରାତି ମାମଲା ରଫା ଦଫା କରି ଘଟଣାକୁ ଚାପି ଦେବାକୁ ବସିଛନ୍ତି । ହେଲେ ଜେଲ ସୁପରିଟେଣ୍ଡେଣ୍ଟ ଏତେ ଟଙ୍କା କେଉଁଠୁ ଆଣିଲେ, କିଏ ଅନୁମତି ଦେଲା ଓ ଏ ଟଙ୍କା କାହାର। ଏକଥା ପଚାରିବାରୁ ଜେଲ ଡିଜି ରାଗିକି ନିଆଁ ।
ଏଠାରେ ପ୍ରଶ୍ନ ଉଠୁଛି-
ଜେଲ୍ର ଗଳାବାଟ ବାବଦରେ କେମିତି ଜାଣୁଛନ୍ତି କଏଦୀ ?
କଡ଼ା ସୁରକ୍ଷାକୁ ଭେଦ କରି କେମିତି ଖସିଯାଉଛନ୍ତି ଅଭିଯୁକ୍ତ ?
ଜେଲ୍ରୁ କଏଦୀଙ୍କୁ ଖସାଇବା ପଛରେ କିଏ ? କେବେ ସାମ୍ନାକୁ ଆସିବ ସତ। ଆଉ ଧରା ପଡିବ ଢୋଲ ଭିତରର ମୂଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/02/19/888-2026-02-19-21-20-45.jpg)