କନକ ବ୍ୟୁରୋ : ଘର ଭିତରେ ଆପେ ଆପେ ଲାଗୁଛି ନିଆଁ । ଘର ଛାଡ଼ି ପର ଘରେ ଆଶ୍ରୟ ନେଲେ ପରିବାର ଲୋକେ । ପୂଜା ପାଠ ଭରସାରେ ପରିବାର । ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏଭଳି ଅଭାବନୀୟ ଘଟଣା । ପାପଡ଼ାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଗୋପିଗୁଡା ଗାଁର କୋମଳ ଲୋଚନ ପୂଜାରୀଙ୍କ ଘରେ ଏଭଳି ଅଲୌକିକ ଘଟଣା ଘଟୁଥିବା ସେ ଦାବି କରିଛନ୍ତି ।
ଅଧିକ ପଢନ୍ତୁ : ୧ ନମ୍ବର ମାର୍କେଟ୍...ସୁପରମାର୍ଟ...ତୋଷାଳୀ ଭବନ..ନିଆଁ କେମିତି ଲାଗୁଛି ?
ଗତ ୩ ଦିନ ଧରି ଘର ଭିତରେ ଆପେ ଆପେ ନିଆଁ ଲାଗିଯାଉଥିବା ସେ ଅଭିଯୋଗ କରିଛନ୍ତି ଘରର ଛାତ, ପୋଷାକ, ଆସବାବପତ୍ର, ଏପରିକି ପନିପରିବାରୁ ମଧ୍ୟ ଆପେ ଆପେ ନିଆଁ ଲାଗିଯାଉଛି । ଘରେ ରହିବାକୁ ଭୟ ଲାଗୁଥିବା ଅଭିଯୋଗ କରି ପରିବାର ଲୋକେ ନିଆଁ ଲିଭାଇବା ସହିତ ଠିକରେ ରହି ପାରୁନାହାଁନ୍ତି କି ଶୋଇ ପାରୁନାହାଁନ୍ତି ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/03/unexpected-fire-2026-03-03-08-49-13.jpg)