କନକ ବ୍ୟୁରୋ : ସୁନ୍ଦରଗଡ଼ କୋଇଡା ବନାଞ୍ଚଳ ଭବାନୀ ପାହାଡ଼ରେ ଭୟଙ୍କର ନିଆଁ । ଜଳିପୋଡ଼ି ଯାଇଛି ଜଙ୍ଗଲର ବହୁ ମୁଲ୍ୟବାନ ଗଛ । ସେପଟେ ଅଣନିଃଶ୍ଵାସୀ ହୋଇପଡ଼ିଛି କୋଇଡା ସହର । କୋଇଡ଼ା ବନାଞ୍ଚଳ ତଥା କୋଇଡା ସହରକୁ ଲାଗି ଭବାନୀ ପାହାଡ ଏବେ ହୁ ହୁ ହୋଇ ଜଳୁଛି । ଏମିତିକି ନିଆଁର ଆଁରେ ଜଳିପୋଡ଼ି ଗଲାଣି ସମ୍ପୁର୍ଣ୍ଣ ପାହାଡ଼ ଓ ସେଥିରେ ଥିବା ମୁଲ୍ୟବାନ ଗଛ । ପଶୁପକ୍ଷୀଙ୍କ ଜୀବନ ପ୍ରତି ବି ବିପଦ ଦେଖାଦେଇଛି ।

Advertisment

ଅଧିକ ପଢ଼ନ୍ତୁ : କେନ୍ଦ୍ରାପଡ଼ା ରାଜନଗର ଜୁଣଗଡି ଗାଁରେ ଅଘଟଣ, ମଣ୍ଡି ନିର୍ଯାତନା ସହି ନପାରି ଆଖି ବୁଜିଲେ ଚାଷୀ ତ୍ରିଲୋଚନ ନାୟକ

ନିଆଁ ଲିଭାଇବା ପାଇଁ କୋଇଡ଼ା ବନବିଭାଗର ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛନ୍ତି କିନ୍ତୁ ନିଆଁ ଚାରିଆଡ଼କୁ ଏମିତି ବ୍ୟାପିଛି ଯେ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇ ପଡ଼ିଛି । ଅନ୍ୟପଟେ କୋଇଡ଼ା ସହରକୁ ଲାଗି ଭବାନୀ ପାହାଡ଼ ରହିଥିବାରୁ ନିଆଁ ଧୁଆଁରେ ଅଣନିଃଶ୍ଵାସୀ ହେଲେଣି କୋଇଡ଼ା ଅଞ୍ଚଳବାସୀ ।