କନକବ୍ୟୁରୋ : ଆସାମୀୟ ଦଳ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଆଇୟୁଡିଏଫ୍)ର ମୁଖ୍ୟ ମୌଲାନା ବଦରୁଦ୍ଦିନ୍ ଅଜମଲ୍ କହିଛନ୍ତି, ଭାରତରେ ମୁସଲମାନମାନେ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ରହିଛନ୍ତି । କାରଣ ହିନ୍ଦୁମାନେ ସେମାନଙ୍କ ସହିତ ଠିଆ ହୋଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ମିୟା ରାଜନୀତିକୁ ସମାଲୋଚନା କରିା ସହ ମୁସଲମାନମାନଙ୍କୁ ବିଜେପିକୁ ଭୋଟ ନ ଦେବାକୁ ଅନୁରୋଧ କରିଛନ୍ତି ।
ଅଧିକ ପଢନ୍ତୁ.. ଗଙ୍ଗୋତ୍ରୀ ଧାମରେ ​​ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ: ମନ୍ଦିର କମିଟି ନେଲେ ନିଷ୍ପତ୍ତି
ସୂଚନାଯୋଗ୍ୟ, ମିୟା ହେଉଛି ଆସାମରେ ବଙ୍ଗଳା ଭାଷାଭାଷୀ ମୁସଲମାନମାନଙ୍କ ପାଇଁ ବ୍ୟବହୃତ ଏକ ଅପମାନଜନକ ଶବ୍ଦ । ଅଜମଲ କହିଛନ୍ତି ,ମୁସଲମାନଙ୍କୁ ଭୟ କରିବାର କୌଣସି କାରଣ ନାହିଁ । ହିନ୍ଦୁ ସେମାନଙ୍କ ସହ ଅଛନ୍ତି । ଯଦି ଜଣେ ହିମନ୍ତ ଚିତ୍କାର କରେ, ତେବେ ଜଙ୍ଗଲ ଖାଲି ହେବ ନାହିଁ । ତାଙ୍କୁ ମିୟା, ମିୟା ଚିତ୍କାର କରିବାକୁ ଦିଅ । କଂଗ୍ରେସ ସଂଖ୍ୟାଲଘୁ ଭୋଟରଙ୍କ ସହିତ ଡବଲ ଗେମ୍ ଖେଳୁଥିବା ଅଭିଯୋଗ ସେ ଆଣିଛନ୍ତି । ଉପର ଆସାମରେ କଂଗ୍ରେସ ନେତା ଗୌରବ ଗୋଗୋଇ ଓ ରାଇଜୋର ଦଳ ମୁଖ୍ୟ ଅଖିଲ ଗୋଗୋଇଙ୍କ କଥା ଉଲ୍ଲେଖ କରି ସେ କହିଛନ୍ତି ଯେ, ମୁସଲିମ ବହୁଳ ନିର୍ବାଚନମଣ୍ଡଳୀ ଉପରେ ସେମାନଙ୍କର ଧ୍ୟାନ ବିଜେପିକୁ ସ୍ପଷ୍ଟ ସଙ୍କେତ ଦେଇଥିବା କହିଛନ୍ତି।
କଂଗ୍ରେସ ନିଜକୁ ଦୂରେଇ ରଖିଛି
ମାର୍ଚ୍ଚ କିମ ଏପ୍ରିଲରେ ହେବାକୁ ଥିବା ରାଜ୍ୟର ବିଧାନସଭା ନିର୍ବାଚନ ପ୍ରସ୍ତୁତି ପାଇଁ କଂଗ୍ରେସ ଏହାର ପାରମ୍ପରିକ ଚା ବଗିଚା ନିର୍ବାଚନମଣ୍ଡଳୀକୁ ଅଣଦେଖା କରି ବିଜେପିକୁ ୧୦୦% ୱାକଓଭର ଦେଇଥିବାରୁ ସେ ସମାଲୋଚନା କରିଛନ୍ତି। ସେ ଆଶଙ୍କା ପ୍ରକାଶ କରିଛନ୍ତି ଯେ, କଂଗ୍ରେସ ରାଜ୍ୟର ୧୨୬ ଆସନ ମଧ୍ୟରୁ ୨୩ଟି ମଧ୍ୟ ଜିତିପାରିବ ନାହିଁ। ୨୦୦୬ ବିଧାନସଭା ନିର୍ବାଚନ ପରଠାରୁ ଏଆଇୟୁଡିଏଫ୍ ଓ କଂଗ୍ରେସ ମୁସଲିମ ବହୁଳ ବିଧାନସଭା ଆସନରେ ଭୋଟ ପାଇଁ ଲଢ଼ୁଛନ୍ତି। ଅଜମଲ କହିଛନ୍ତି, ମୁସଲିମ ଭୋଟକୁ ବିଭାଜିତ କରିବା ଦ୍ୱାରା ସମ୍ପ୍ରଦାୟକୁ ବହୁତ କ୍ଷତି ହୋଇଛି। କଂଗ୍ରେସ ଦଳ ବିଧାନସଭା ନିର୍ବାଚନ ପାଇଁ ଏଆଇୟୁଡିଏଫ୍ ସହିତ ମେଣ୍ଟ କରିବାକୁ ମନା କରିଦେଇଛି। କଂଗ୍ରେସ ଏଆଇୟୁଡିଏଫ୍ କୁ ବିଜେପିର ବି ଦଳ ବୋଲି କହୁଛି। କଂଗ୍ରେସର ମନା ପରେ, ଏଆଇୟୁଡିଏଫ୍ ଏବେ ବିଧାନସଭା ନିର୍ବାଚନରେ ନିଜ ଅସ୍ତିତ୍ୱ ପାଇଁ ଲଢ଼ୁଛି।
ବଦରୁଦ୍ଦିନ ଅଜମଲ ନିଜ ଅସ୍ତିତ୍ୱ ପାଇଁ ଲଢୂଛନ୍ତି
ଆସାମର ମୁସଲିମ ବହୁଳ ଅଞ୍ଚଳରେ ଏକ ପ୍ରମୁଖ ଶକ୍ତି ଥିବା ଏଆଇୟୁଡିଏଫ୍ ୨୦୨୪ ସାଧାରଣ ନିର୍ବାଚନରେ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଥିଲା। ଅଜମଲ ନିଜେ ବଡ଼ ପରାଜୟ ବରଣ କରିଥିଲେ। ଲୋକସଭା ନିର୍ବାଚନରେ ଏଆଇୟୁଡିଏଫ୍ ଗୋଟିଏ ବି ଆସନ ଜିତି ପାରିନଥିଲା। ୨୦୨୧ ଆସାମ ନିର୍ବାଚନରେ, ଏଆଇୟୁଡିଏଫ୍ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟର ଏକ ଅଂଶ ଥିଲା ଯାହା ବିଜେପିକୁ ଚ୍ୟାଲେଞ୍ଜ କରି ପାରିନଥିଲା। ନିର୍ବାଚନର କିଛି ମାସ ପରେ, କଂଗ୍ରେସ ଏଆଇୟୁଡିଏଫ୍ ସହିତ ସମ୍ପର୍କ ଛିନ୍ନ କରିଥିଲା। ଏଆଇୟୁଡିଏଫ୍ ବିଜେପି ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଇଙ୍ଗିତରେ କାର୍ଯ୍ୟ କରୁଥିବା କଂଗ୍ରେସ ଅଭିଯୋଗ କରିଥିଲା।
ଏଆଇୟୁଡିଏଫ୍ ବିଜେପିର ବି-ଟିମ୍ ଅଭିଯୋଗ
ମୁସଲିମ ଭୋଟରେ ବିଭାଜନକୁ ରୋକିବା ପାଇଁ ଏଆଇୟୁଡିଏଫ୍କୁ ବିଜେପିର ବି-ଟିମ୍ ବୋଲି କହିବା ମଧ୍ୟ କଂଗ୍ରେସର ରଣନୀତିର ଏକ ଅଂଶ। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ୨୦୨୩ ମସିହାରେ ଏକ ବିବୃତିରେ କହିଥିଲେ ଏଆଇଏମ୍ଆଇଏମ୍ ସମେତ ଅନ୍ୟ କିଛି ଦଳଙ୍କ ପରି ଅଜମଲ ମଧ୍ୟ ବିଜେପିର ମୁଖପତ୍ର ବ୍ୟତୀତ ଆଉ କିଛି ନୁହଁନ୍ତି।
ହିନ୍ଦୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଆଜମଲଙ୍କ ପ୍ରୟାସ
କଂଗ୍ରେସ ପୂର୍ବରୁ ୧୦୦ଟି ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିସାରିଛି, ବର୍ତ୍ତମାନ ଆଗାମୀ ଆସାମ ନିର୍ବାଚନରେ ମେଣ୍ଟ ପାଇଁ ବାମପନ୍ଥୀ ଦଳଗୁଡ଼ିକ ଓ ଅଖିଳ ଗୋଗୋଇଙ୍କ ନେତୃତ୍ୱାଧୀନ ରାଇଜୋର ଦଳ ସହିତ ଆଲୋଚନା କରୁଛି। ଅଜମଲଙ୍କ ସହ ଅଖିଳ ଗୋଗୋଇଙ୍କ ତିକ୍ତ ସମ୍ପର୍କ କଂଗ୍ରେସ ନେତୃତ୍ୱ ପାଇଁ ଗୁପ୍ତ ନୁହେଁ। ୨୦୧୧ ଜନଗଣନା ଅନୁଯାୟୀ, ଆସାମର ଜନସଂଖ୍ୟାର ୩୪ ପ୍ରତିଶତ ମୁସଲମାନ। ତଥାପି, ଏଆଇୟୁଡିଏଫ୍ ଠାରୁ କଂଗ୍ରେସ ଅଲଗା ହେବା ପରେ, ଏଆଇୟୁଡିଏଫ୍କୁ ଜିତିବା ପାଇଁ ମୁସଲିମ ଓ ହିନ୍ଦୁ ଉଭୟଙ୍କର ଭୋଟ ଆବଶ୍ୟକ ହେବ। ତେଣୁ, ଏଆଇୟୁଡିଏଫ୍ ମୁଖ୍ୟ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରିବା ଜାରି ରଖିଛନ୍ତି। ଅପର ପକ୍ଷରେ ହିନ୍ଦୁମାନଙ୍କ ପ୍ରତି ତାଙ୍କର ଆଭିମୁଖ୍ୟ ନରମ ହେଉଥିବା ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/26/26bbs_13_26012026_111-2026-01-26-14-40-02.jpg)