Photograph: (KANAKNEWS)
କନକବ୍ୟୁରୋ : ସୁସ୍ଥ ହେଉଛନ୍ତି କଣ୍ଠଶିଳୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର । ଦୁଇ ଦିନ ଭିତରେ ଏମ୍ସ ଡାକ୍ତରଖାନାରୁ ଡିସଚାର୍ଜ ହେବେ ଅଭିଜିତ। ତାଙ୍କର ସବୁ ଅଙ୍ଗ ପ୍ରତ୍ୟଙ୍ଗ ଭଲ ରହିଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ। ଦୀର୍ଘ ଦିନ ଧରି କୋମାରେ ଥିଲେ ଅଭିଜିତ । ଏବେ ସୁସ୍ଥ ହେଉଛନ୍ତି। ଅସୁସ୍ଥତା କାରଣରୁ ଗତ ସେପ୍ଟେମ୍ବର ମାସରୁ ଡାକ୍ତରଖାନାରେ ଭର୍ତ୍ତି ହୋଇ ଆଇସିୟୁରେ ଥିଲେ ଅଭିଜିତ। ଏବେ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ସୁସ୍ଥ ହେଉଛନ୍ତି। ଏବେ ସମସ୍ତ ବିପଦରୁ ମୁକ୍ତ ଥିବା ଏମ୍ସ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ପ୍ରେମାନନ୍ଦଜୀ ମହାରାଜଙ୍କ ଚେତାବନୀ : ନୂଆବର୍ଷରୁ ଜମା କରନ୍ତୁନି ଏପରି କାମ...
Follow Us