କନକବ୍ୟୁରୋ : ନୂଆ ବର୍ଷ ପୂର୍ବରୁ ହିଁ ଲୋକ ଦେଶର ବିଭିନ୍ନ ଧର୍ମପୀଠ ତଥା ମନ୍ଦିର ମାନଙ୍କରେ ପହଞ୍ଚୁଛନ୍ତି । ହଜାର ହଜାର ଶ୍ରଦ୍ଧାଳୁ ବୃନ୍ଦାବନ ସ୍ଥିତ ଧର୍ମଗୁରୁ ପ୍ରେମାନନ୍ଦଜୀ ମହାରାଜଙ୍କ ପାଖକୁ ଯାଉଛନ୍ତି । ନୂଆ ବର୍ଷରେ ନିଜ ନିଜ ଜୀବନକୁ ନୂଆ ରୂପରେଖ ଦେଇ ଶାନ୍ତି ଓ ସମୃଦ୍ଧିରେ ବଞ୍ଚିବାର ବାଟ ଖୋଜିବାକୁ ପ୍ରଶ୍ନ ପଚାରୁଛନ୍ତି । 

Advertisment

ଆଜି ଅବସର ନେବେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା : ଅବସର ପୂର୍ବରୁ କୃତଜ୍ଞତା ଓ ସମ୍ବର୍ଦ୍ଧନା ଜଣାଇଲେ ପ୍ରଶାସନିକ

ଏପରି ଜଣେ ଶ୍ରଦ୍ଧାଳୁ ମହାରାଜଙ୍କୁ ପଚାରିଲେ, ’ ନୂଆବର୍ଷରେ କେଉଁ କେଉଁ ନିୟମ ପାଳିଲେ ଆମ ପାଇଁ ମଙ୍ଗଳ ହେବ?’ । ଉତ୍ତରରେ ପ୍ରେମାନନ୍ଦଜୀ କହିଛନ୍ତି, ’ନୂଆ ବର୍ଷ କେବଳ ଉତ୍ସବ କି ଭୋଜି ଭାତର ସମୟ ନୁହେଁ । ବରଂ ଜୀବନକୁ ଉନ୍ନତ କରିବା ଖରାପ କର୍ମରୁ ନିବୃତ୍ତ ରହିବା, କିଛି ଭଲ ଅଭ୍ୟାସକୁ ଜୀବନରେ ସାମିଲ କରିବାର ଏକ ସୁଯୋଗ । ନୂଆ ବର୍ଷରେ ଖରାପ ଆଚରଣକୁ ତ୍ୟାଗ କରି ଈଶ୍ବରଙ୍କ ପ୍ରତି ଭକ୍ତି ଏବଂ ପରୋପକାର ଉପରେ ଧ୍ୟାନ ଦେବା ଉଚିତ । 

ପ୍ରେମାନନ୍ଦଜୀ କହିଛନ୍ତି, ’ ମଦ୍ୟପାନ, ମାଂସ ଖାଇବା , ହିଂସା ଆଚରଣ କରିବା ଏବଂ କାହାରିକୁ କୌଣସି ପ୍ରକାରେ ଜାଣିଶୁଣି କଷ୍ଟ ଦେବା ନର୍କର ଦ୍ବାର ଖୋଲିଦିଏ । କିଛି ଲୋକ ଉପଭୋଗ କରିବା ବାହାନାରେ ନିଜର ଜୀବନକୁ ନର୍କ ଆଡ଼କୁ ନେଇଯାଆନ୍ତି । ନୂତନ ବର୍ଷକୁ  ପାଳିବାକୁ ମଦ୍ୟପାନ ବା ବିଶୃଙ୍ଖଳା ନୁହେଁ ବରଂ ଶୃଙ୍ଖଳା ଆବଶ୍ୟକ । ନୂଆ ବର୍ଷରେ ନିଶା ଛାଡ଼ିବାକୁ ଲୋକଙ୍କୁ ସଚେତନ କରିଛନ୍ତି ।

ଏହାସହ ନୂଆବର୍ଷରେ ଜୀବନକୁ ସୁଖମୟ କରିବାକୁ କିଛି ଗୁରୁତ୍ବପୂର୍ଣ୍ଣ ଟିପ୍ସ ଦେଇଛନ୍ତି । କହିଛନ୍ତି, ’ ମଦ, ମାସଂ ଛାଡ଼ିଦେବା ସହ ମହିଳାଙ୍କ ପ୍ରତି ସତ୍ ଦୃଷ୍ଟି ରଖନ୍ତୁ । କ୍ରୋଧ, ଚୋରି, ହିଂସା, ଓ ଅନ୍ୟ ମନ୍ଦ କାର୍ଯ୍ୟର ବି ଦୂରେଇ ରୁହନ୍ତୁ । ପ୍ରଭୁଙ୍କ ନାମ ଜପ କରିବା ସହ ଦାନ ଧର୍ମରେ ଯଥାସାଧ୍ୟ ନିଜକୁ ସାମିଲ କରନ୍ତୁ ।  କେବଳ,, ବ୍ୟକ୍ତିଗତ ଉନ୍ନତି ନୁହେଁ ବଂ ପୂରା ସମାଜ ପାଇଁ ମଧ୍ୟ ମଦଠାରୁ ଦୂରେଇ ରହିବା ଜରୁରୀ  । ଯେଉଁମାନେ ପାପ, ଏବଂ ଖରାପ କାମରେ ସମ୍ପୃକ୍ତ ଥାଆନ୍ତି ସେମାନେ କେବେ ନା କେବେ ଜୀବନରେ ଅହେତୁକ ଦୁଃଖ, କଷ୍ଟର ସମ୍ମୁଖୀନ ହୁଅନ୍ତି ।  ଅନେକ ଜନ୍ମ ପରେ ଏ ଦୁର୍ଲ୍ଲଭ ମଣିଷ ଜୀବନ ମିଳିଛି ।  ତେଣୁ ଏହି ଜୀବନକୁ  ସତ ଚିନ୍ତା , ସତ୍ କର୍ମରେ ରଖି ଈଶ୍ବରଙ୍କ କୃପା ଲାଭ କରିବା ହିଁ ଜୀବନର ଲକ୍ଷ୍ୟ ହେବା ଉଚିତ । 

ପ୍ରେମାନନ୍ଦଜୀ ମହାରାଜ କହିଛନ୍ତି, ଜୀବନରେ ପ୍ରକୃତ ସୁଖ  ଆଧ୍ୟତ୍ମିକ ଚିନ୍ତାରୁ ଆସିଥାଏ ।  ଥରେ କାହାକୁ ସାହାଯ୍ୟ କରି ଦେଖ କିପରି ଶାନ୍ତି ଆଉ ସୁଖ ମିଳୁଛି ।  ଭଗବତ୍  ଚିନ୍ତନ ସହ ଆବଶ୍ୟକ ସମୟରେ ଅନ୍ୟର ଉପକାର କର, ନିଜ ଜୀବନ ବି ଆପେ ଆପେ ସୁଖମୟ ହୋଇଯିବ । ଏହାର ଅନ୍ୟ କିଛି ବିକଳ୍ପ ନାହିଁ  ।