ବାଲେଶ୍ବର ଭାସ୍କରଗଞ୍ଜ ହୋଟେଲ୍‌ରେ ହତ୍ୟାକାଣ୍ଡ, ରୁମ୍‌ ରୁ ମୃତଦେହ ଉଦ୍ଧାର କଲା ପୁଲିସ

Advertisment

ରୁମ୍‌ ରୁ ମୃତଦେହ ଉଦ୍ଧାର କଲା ପୁଲିସ  । ପରିକ୍ଷା ଦେବା ପାଇଁ ଆସି ରୁମ୍ ବୁକ୍‌ କରିଥିଲେ ଦୁଇ ପୁରୁଷ ଓ ଜଣେ ମହିଳା

Updated On

ରୁମ୍‌ ରୁ ମୃତଦେହ ଉଦ୍ଧାର କଲା ପୁଲିସ  । ପରିକ୍ଷା ଦେବା ପାଇଁ ଆସି ରୁମ୍ ବୁକ୍‌ କରିଥିଲେ ଦୁଇ ପୁରୁଷ ଓ ଜଣେ ମହିଳା

ଅଦ୍ୟତନ ହୋଇଛି
Hotel room

Hotel room Photograph: (KanakNews)

କନକ ବ୍ୟୁରୋ;  ବାଲେଶ୍ଵର ଭାସ୍କରଗଞ୍ଜ ଅଞ୍ଚଳର ଏକ ହୋଟେଲରେ ହତ୍ୟା କାଣ୍ଡ । ହୋଟେଲ ଭିତରେ ଜଣେ ପୁରୁଷଙ୍କୁ କେହି ହତ୍ୟା କରି ଫେରାର ହୋଇଯାଇଛି । ହୋଟେଲ୍ ରୁମରେ ପଡି ରହିଛି ମୃତଦେହ। ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଦୁଇ ପୁରୁଷ ଓ ଜଣେ ମହିଳା ହୋଟେଲକୁ ଆସି ରୁମ ନେଇଥିଲେ । ପରୀକ୍ଷା ଦେବାକୁ ଆସିଥିବା କହି ୫୦୨ ନମ୍ୱର ରୁମ ବୁକ କରିଥିଲେ ।

ଅଧିକ ପଢନ୍ତୁ: ମୟୂରଭଞ୍ଜ:ବୀଭତ୍ସ ହତ୍ୟା କାଣ୍ଡର ପର୍ଦ୍ଦାଫାସ । ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଗତକାଲି ଅପରାହ୍ଣ ୩ଟାରେ ୫୦୨ ରୁମର କବାଟ ଅଧାଖୋଲା ହୋଇଥିଲେ । ହୋଟେଲ କର୍ମଚାରୀ ଦରଜ ଖୋଲି ଦେଖିବା ବେଳକୁ ଜଣେ ପୁରୁଷଙ୍କ ମୃତଦେହ ପଡ଼ି ରହିଥିଲା । ଅନ୍ୟ ଜଣେ ପୁରୁଷ ଓ ମହିଳା ହୋଟେଲରୁ ଫେରାର ହୋଇଯାଇଥିଲେ । ତୁରନ୍ତ ପୁଲିସ ଖବର ଦେବାରୁ ପୁଲିସ ଆସି ରୁମ କବାଟ ଲକ କରି ହୋଟେଲର ଏଣ୍ଟ୍ରି ରେକର୍ଡ ଖାତା ନେଇଛି । ଏଯାଏଁ ହୋଟଲରୁ ମୃତଦେହକୁ ଜବତ କରାଯାଇଛି । ମୃତକ ଜଣକ ବେତନଟି ଅଞ୍ଚଳ ବୋଲି ଜଣାପଡିଛି । ତାଙ୍କ ବାଇକ ହୋଟେଲ ପାର୍କିଂରେ ଥିବା ବେଳେ ମୃତକଙ୍କ ସହ ଆସିଥିବା ପୁରୁଷ ଓ ମହିଳା ଫେରାର ହୋଇଯାଇଥିବା ଜଣାପଡ଼ିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe