କନକ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ଧୋବାଧୋବଣୀ ଗାଁରେ ଗତ ସୋମବାର ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ । ପରକୀୟାପ୍ରୀତି ସନ୍ଦେହରେ ହତ୍ୟା ହୋଇଥିବା ରାଇରଙ୍ଗପୁର ଏଏସପି ସୂଚନା ଦେଇଛନ୍ତି । ଅନ୍ୟପଟେ ଅଭିଯୁକ୍ତଙ୍କୁ ଝାଡ଼ଖଣ୍ଡରୁ ଗିରଫ କରିଛି ପୋଲିସ ।

Advertisment

ଗିରଫ ଅଭିଯୁକ୍ତ ହେଉଛି ଧୋବାଧୋବଣୀ ଗାଁର ଦୁଲୁମ ହେମ୍ୱ୍ରମ୍। ଗତ ସୋମବାର ଧୋବାଧୋବଣୀ ଗାଁର ମାଞ୍ଜୁରା ଶୁଣ୍ଢି ନାମକ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା।

ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ଘଟଣାର ଖୋଳତାଡ କରିଥିଲା । ତଦନ୍ତରୁ ଜଣାପଡିଛି ନିଜ ସ୍ତ୍ରୀ ସହ ମୃତ ମାଞ୍ଜୁରାର ଅନୈତିକ ସମ୍ପର୍କ ସନ୍ଦେହ କରି ଏକ କାଠ ଫାଳିଆରେ ମାଞ୍ଜୁରାକୁ ପିଟି ପିଟି ହତ୍ୟା କରିଥିଲା ଦୁଲୁମ ହେମ୍ୱ୍ରମ । 

ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଦୁଲମୁ ହେମ୍ବ୍ରମ ଝାଡ଼ଖଣ୍ଡରେ ଲୁଚିଥିଲେ। ଘଟଣାର ତଦନ୍ତ କରି ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି । ପଚରାଉଚରା ସମୟରେ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।