କନକ ବ୍ୟୁରୋ : ହୋଟେଲ ଭିତରେ ଯୁବକଙ୍କୁ ହତ୍ୟା । ବାଲେଶ୍ବର ଭସ୍କରଗଞ୍ଜ ଛକ ତଥା ନୂଆସାହି ଯିବା ରାସ୍ତାରେ ଥିବା ଏକ ହୋଟେଲ୍‌ରେ ଘଟିଛି ହତ୍ୟାକାଣ୍ଡ । ପୁଲିସ ଏ ମାମଲାରେ ମୃତକଙ୍କ ସାଙ୍ଗକୁ ଅଟକ ରଖିଥିବା ବେଳେ ମାମଲାରେ ଜଣେ ମହିଳା ଫେରାର ଅଛନ୍ତି ।..ଡିସେମ୍ବର ୨୫ ରାତି ପ୍ରାୟ ୯ଟା । ଦୁଇଜଣ ପୁରୁଷ ଓ ଜଣେ ମହିଳା ହୋଟେଲକୁ ଆସି ଟ୍ରିପଲ ବେଡରୁମ ନେଇଥିଲେ ।  ପରୀକ୍ଷା ଦେବାକୁ ଆସିଥିବା କହି ରୁମ୍‌ ନମ୍ବର ୫୦୨ରେ ରହିଥିଲେ । ଗତକାଲି ଅପରାହ୍ନ ପ୍ରାୟ ୩ଟାରେ ହୋଟେଲ୍ କର୍ମଚାରୀ କବାଟ  ଅଧାଖୋଲା ଥିବା ଦେଖିଥିଲେ  ।

Advertisment

ବଢ଼ୁଛି ପ୍ରଦୂଷଣ ସାର୍ଟିଫିକେଟ୍ ଟେନ୍‌ସନ୍ : ପୂର୍ବରୁ ଫାଇନ୍ ଥିଲେ ମିଳୁନି ସାର୍ଟିଫିକେଟ୍

ରୁମ୍‌ ଭିତରେ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ ।  ପରିବାର ଲୋକେ ଆସିବା ପରେ ସାଇଣ୍ଟିଫିକ୍‌ ଟିମ୍ ଉପସ୍ଥିତିରେ ହୋଟେଲ୍ ରୁମ୍ ଖୋଲାଯାଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।  ମୃତକ ବେତନଟୀ ଅଞ୍ଚଳର ଆକାଶ ମହାନ୍ତ ବୋଲି ଜଣାପଡ଼ିଛି ।  ଆକାଶ ୧୪ବର୍ଷ ପୂର୍ବେ ବାହା ହେଇଛନ୍ତି । ସେ ହୋମଗାର୍ଡ ପରୀକ୍ଷା ଆଡମିଟ୍‌ କାର୍ଡ ନେବାକୁ ବାଇକ୍‌ରେ ସାଙ୍ଗ ରାମ ସହ ବେତନଟି ଆସିଥିଲେ ।  

ସେ ବେତନଟୀରେ ଥିବା କଥା ସ୍ତ୍ରୀଙ୍କୁ କହିଥିଲେ । ତା’ ପରଠାରୁ ତାଙ୍କ ମୋବାଇଲ ଲାଗି ନ ଥିଲା। ସାଙ୍ଗରେ ଆସିଥିବା ରାମ ଗତକାଲି ବସ୍‌ରେ ଫେରି ଆସିଥିବା ଫୋନରେ ଆକାଶଙ୍କ ସ୍ତ୍ରୀକୁ କହିଥିଲା । ତାଙ୍କ ବାଇକ୍‌ ହୋଟେଲ୍‌ ରହିଛି । ରାମକୁ ପୁଲିସ ଅଟକ ରଖିଛି । ହେଲେ ମହିଳାଙ୍କ ପତ୍ତା ମିଳୁନାହିଁ ।  ଆକାଶଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି  ।