କନକ ବ୍ୟୁରୋ : କେନ୍ଦ୍ରାପଡ଼ାରେ ନିଜକୁ ଅସୁରକ୍ଷିତ ମଣିଲେଣି ଲୋକ । ଅଳ୍ପଦିନ ବ୍ୟବଧାନରେ ଭିନ୍ନଭିନ୍ନ ମାମଲାରେ ବନ୍ଧୁକ ଜବତ କରିଛି ପୁଲିସ । ସ୍କୁଲ ଛାତ୍ରଙ୍କ ଠାରୁ ଆରମ୍ଭ କରି ଯୁବଗୋଷ୍ଠୀ ସମସ୍ତଙ୍କ ପାଖରୁ ମିଳୁଛି ବନ୍ଧୁକ । କେନ୍ଦ୍ରାପଡ଼ାକୁ କେଉଁଠୁ ଓ କେମିତି ଆସୁଛି ବେଆଇନ୍ ବନ୍ଧୁକ ?
ଆପରାଧିକ କାରବାର ପାଇଁ ବେଶ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲ୍ଲା। ଗ୍ୟାଙ୍ଗୱାର ଠାରୁ ଗୁଳିକାଣ୍ଡ। ଗୋଷ୍ଠୀ କନ୍ଦଳରୁ ବେଆଇନ୍ ବନ୍ଧୁକ କାରବାର, ସବୁ ଚାଲିଛି ଏଠାରେ। ଏଇ କିଛି ଦିନ ହେବ, ବନ୍ଧୁକଧାରୀ ଅପରାଧୀଙ୍କୁ ବାନ୍ଧିଛି କେନ୍ଦ୍ରାପଡ଼ା ପୁଲିସ।
ଅଧିକ ପଢ଼ନ୍ତୁ : ଯୁବକଙ୍କ ଗଳା କାଟିଥିଲେ ଯୁବତୀ: ରହସ୍ୟର ଖୁଲାସା କଲେ କେନ୍ଦ୍ରାପଡ଼ା ଏସପି
ଚଳିତ ମାସ ୧୫ ତାରିଖରେ ନିକିରାଇ ଥାନା ଅନ୍ତର୍ଗତ ବାରୋରେ ଦୁର୍ବୃତ୍ତକୁ ଗୋଡ଼େଇ ଗୋଡ଼େଇ ମାଡ଼ି ବସିଲା ପୁଲିସ । ଅଭିଯୁକ୍ତ ପାଖରୁ ବନ୍ଧୁକ ଓ ଅଫୁଟା ଗୁଳି ଜବତ । ସେହିଭଳି ଚଳିତମାସ ୧୩ ତାରିଖରେ ସ୍କୁଲକୁ ବନ୍ଧୁକ ନେଇ ଯାଇଥିଲେ ଛାତ୍ର, ବନ୍ଧୁକ ଜବତ କରି ତଦନ୍ତ କରୁଛି ପୁଲିସ। ନଭେମ୍ବର ୨୬ ତାରିଖରେ କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଅଭିଯୋଗରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ । ଜଣେ ଦୁର୍ବୃତ୍ତ ପାଖରୁ ମିଳିଥିଲା ବନ୍ଧୁକ ଓ ଅଫୁଟା ଗୁଳି। ସେହିପରି ସଦର ଥାନା ଅନ୍ତର୍ଗତ ଆୟେବା ଗାଁରେ, ଗୋରୁ ଚାଲାଣକୁ ନେଇ ଗୁଳିକାଣ୍ଡ। ଟାଉନ ଥାନା ଅଞ୍ଚଳର ୧୪ ନଂ ୱାର୍ଡରେ ଜଣେ ବ୍ୟକ୍ତିଙ୍କ ଘରୁ ମିଳିଥିଲା ୩ଟି ବନ୍ଧୁକ, ୫୦ରୁ ଅଧିକ ଗୁଳି। ଏହିଭଳି ଘଟଣା ସ୍ପଷ୍ଟ କରୁଛି କେନ୍ଦ୍ରାପଡ଼ା ଏବେ ବନ୍ଧୁକ ମୟ ।
ଅଧିକ ପଢ଼ନ୍ତୁ : ୩୩ ବର୍ଷରେ ପଦାର୍ପଣ କରିଛି କେନ୍ଦ୍ରାପଡ଼ା: ସମୟ ବିତିଛି, ସରିନି ସମସ୍ୟା
ଜିଲ୍ଲାରେ ଏହି ଭଳି ବନ୍ଧୁକ ମିଳିବା ଘଟଣା ଆଇନଶୃଙ୍ଖଳା ପରିସ୍ଥିତି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଲୋକଙ୍କ ସୁରକ୍ଷାକୁ ନେଇ ସନ୍ଦେହ ବଢ଼ୁଛି। ଜିଲ୍ଲାରେ ସବୁକିଠି ଠିକ୍ଠାକ୍ ଅଛି ତ! କେନ୍ଦ୍ରାପଡ଼ାରେ ଯୁବଗୋଷ୍ଠୀ ଅପରାଧ ଆଡ଼କୁ ମୁହାଁଉଛନ୍ତି। ସେମାନଙ୍କ ପାଖକୁ ବନ୍ଧୁକ ଆସୁଛି କେଉଁଠୁ? ରାଜ୍ୟ ଭିତରୁ ନା ବାହାରୁ? ସହରବାସୀଙ୍କ ମନରେ ଉଠିଥିବା ଏହି ପ୍ରଶ୍ନର ଉତ୍ତରରେ କେନ୍ଦ୍ରାପଡ଼ା ଏସପି କହିଛନ୍ତି, ତଦନ୍ତ ଚାଲିଛି, କିଙ୍ଗପିନ୍ କିଏ? ତାପାଖରେ ପହଞ୍ଚିବା ପାଇଁ ପୁଲିସ ଚେଷ୍ଟା କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/19/kendrapada-2025-12-19-21-36-32.jpg)