କନକ ବ୍ୟୁରୋ: କେନ୍ଦ୍ରାପଡ଼ା ସଦର ହଜାରି ଛକରେ ଯୁବକଙ୍କ ଗଳା କାଟି ହତ୍ୟା ଉଦ୍ୟମ ଘଟଣାର ରହସ୍ୟ ଉନ୍ମୋଚନ କରିଛନ୍ତି ଏସପି । ପ୍ରେସମିଟ୍ କରି କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କାଟେରିଆ କହିଛନ୍ତି, ଅଭିଯୁକ୍ତ ଜଣେ ଯୁବତୀ ଗିରଫ ହୋଇଛନ୍ତି । ପ୍ରେମ ସମ୍ପର୍କକୁ ନେଇ ଯୁବତୀ ଜଣକ ତଣ୍ଟି କାଟିଥିବା ଏସପି ସୂଚନା ଦେଇଛନ୍ତି । ୨୨ ତାରିଖ ସନ୍ଧ୍ୟାରେ ସତ୍ୟଜିତ୍ ଷଡ଼ଙ୍ଗୀ ନାମକ ଜଣେ ଯୁବକଙ୍କୁ ଧାରୁଆ ଛୁରୀରେ ହତ୍ୟା ଉଦ୍ୟମ କରିଥିଲେ । ତାଙ୍କ ବେକ କାଟିବା ପରେ ଏବେ କଟକରେ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ସତ୍ୟଜିତ୍ । ତଦନ୍ତ ପରେ ପୁଲିସ ଜାଣିବାକୁ ପାଇଛି ଯେ, ଜଣେ ଯୁବତୀ ହିଁ ତଣ୍ଟି କାଟିଛନ୍ତି । ସେପଟେ ଯୁବତୀଙ୍କ ଅଭିଯୋଗ, ଅତ୍ୟଧିକ ନିର୍ୟାତନା ସହିନପାରି ସେ ଏଭଳି କାମ କରିଛନ୍ତି ।

Advertisment

ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି ଅପରାଧ । କେଉଁଠି ଦୁଷ୍କର୍ମ, କେଉଁଠି ହତ୍ୟା ତ କେଉଁଠି ନାରୀ ନିର୍ୟାତନା । ଏହାରି ଭିତରେ କେନ୍ଦ୍ରାପଡ଼ାରେ ଘଟିଥିବା ଏହି କାଣ୍ଡ ପୁଲିସ ପାଇଁ ଆହୁରି ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେବେ ଦେଖିବା ବାକି ରହିଲା ରାଜ୍ୟର ବଢୁଥିବା ଅପରାଧରେ କେବେ ଲଗାମ ଲାଗିବ ।