କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଦଳର ରସିକିଆ ଅଲ୍ରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଏବେ ମଡେଲ ମାହିକା ଶର୍ମାଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି । ହେଲେ ପୂର୍ବତନ ପତ୍ନୀ ନତାଶା ଷ୍ଟଙ୍କୋଭିକ ଓ ପୁଅ ଅଗସ୍ତ୍ୟାଙ୍କ ପ୍ରତି ଥିବା ନିଜ ସାମାଜିକ ଦାୟିତ୍ବକୁ ସମାନ୍ତରାଳ ଭାବେ ତୁଲାଇବାକୁ ଭୁଲୁନାହାନ୍ତି । ନତାଶାଙ୍କଠାରୁ ଅଲଗା ହୋଇ ଯାଇଥିଲେ ମଧ୍ୟ ଉଭୟ ମିଳିମିଶି ଅଗସ୍ତ୍ୟାର ଲାଳନ ପାଳନ କରୁଛନ୍ତି । ତାଙ୍କ ଉପରେ ପିତାମାତାଙ୍କ ଅଲଗା ହେବାର କାଣିଚାଏ ପ୍ରଭାବ ପଡ଼ିବାକୁ ଦେଉନାହାନ୍ତି । ଏହିକ୍ରମରେ ପାଣ୍ଡ୍ୟା ପୁଅ ଅଗସ୍ତ୍ୟାକୁ ଖୁସି କରିବାକୁ ଯାଇ ନିକଟରେ ନାତାଶା ଓ ତାଙ୍କୁ ୪ କୋଟି ଟଙ୍କା ମୂଲ୍ୟର ଲ୍ୟାଣ୍ଡ ରୋଭର୍ ଡିଫେଣ୍ଡର୍ ଏସ୍ୟୁଭି ଉପହାର ଦେଇଛନ୍ତି ।
ଏହା ବି ପଢ଼ନ୍ତୁ:ଶ୍ରୀଲଙ୍କା ମାଟିରେ ଶ୍ରୀଲଙ୍କାକୁ ହରାଇଲା ଇଂଲଣ୍ଡ
ଏହି ବିଳାଶପୂର୍ଣ୍ଣ କାର୍ର ଡେଲିଭରି ନେଉଥିବାର ଫଟୋ ନତାଶା ନିଜ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଛନ୍ତି । ଏହି ଏସ୍ୟୁଭି କାର୍ଟି ପାଇ ଅଗସ୍ତ୍ୟା ମଧ୍ୟ ବହୁତ ଖୁସି ଖସି ଦେଖିବାକୁ ମିଳୁଛି । ଫଟୋଟିରେ ନାତାଶା କାର୍ ଡିଲରଙ୍କ ଜଣେ କର୍ମଚାରୀଙ୍କଠାରୁ ଏକ ବିଶେଷ ଉପହାର ଗ୍ରହଣ କରୁଥିବା ବେଳେ ଅଗସ୍ତ୍ୟା ଚାବି ନେଉଥିବାର ଦୃଶ୍ୟ ରହିଛି । ଏହି ଉତ୍ସାହବର୍ଦ୍ଧକ ମୁହୂର୍ତ୍ତର ଫଟୋ କାର୍ ଡିଲର୍ ନିଜ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ବି ପ୍ରକାଶ କରିଛନ୍ତି । ଲେଖିଛନ୍ତି, ଡିିଫେଣ୍ଡର୍ କିଣିବା ଲାଗି ପାଣ୍ଡ୍ୟା ପୁଣି ଥରେ ନବନୀତ ମୋଟର୍ସକୁ ବାଛିଛନ୍ତି । ବିଶ୍ବାସର ପାହାଡ଼ ଉପରେ ଏହି ସଂପର୍କ ଗଢ଼ି ଉଠିଛି । ପାରଦର୍ଶିତାରେ ପ୍ରେରିତ ନିଷ୍ପତ୍ତି ଅନୁଯାୟୀ ଗାଡ଼ିଟିକୁ ମୁମ୍ବାଇରେ ହସ୍ତାନ୍ତର କରାଯାଇଛି । ଅଗସ୍ତ୍ୟା ପାଣ୍ଡ୍ୟା ଓ ଶ୍ରୀମତି ଷ୍ଟଙ୍କୋଭିକଙ୍କୁ ଚାବି ଦିଆଯାଇଛି । ଆଗରେ ରହି ନେତୃତ୍ବ ନେଉଥିବା ବ୍ୟକ୍ତିଙ୍କ ପାଇଁ ଏହି ଏସ୍ୟୁଭି ଖାସ୍ ଭାବେ ନିର୍ମାଣ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/22/pandya-car-2026-02-22-22-18-17.jpg)