କନକ ବ୍ୟୁରୋ : ହେ ପ୍ରଭୁ ରକ୍ଷା କର । ପୁଅ ଡାକ୍ତରଖାନାରେ ମୃତ୍ୟୁ ସହ ଲଢ଼ୁଛି, ଏପଟେ ପୁଅର ଜୀବନ ଭିକ୍ଷା କରି ମହାଦେବଙ୍କ ପାଖରେ ଅଧିଆ ପଡ଼ିଛି ମାଆ । ମୃତ୍ୟୁଞ୍ଜୟଙ୍କୁ ମାଗୁଛି ମୃତ୍ୟୁଞ୍ଜୟ ପାଇଁ ଆୟୁଷ । ଅଭାବୀ ପରିବାରର ବୋଝ ହାଲୁକା କରିବା ପାଇଁ ଦାଦନ ଖଟିବାକୁ ଯାଇଥିଲା ପୁଅ । ସେଠାରେ ସିଏ ଦୁର୍ଘଟଣାର ଶିକାର ହେବା ପରେ ଅସହାୟ ହୋଇପଡ଼ିଛନ୍ତି ବାପା-ମାଆ ।

Advertisment

ମନ୍ଦିରରେ ଜଳୁଛି ଅଖଣ୍ଡ ଦୀପ, ଜଣେ ମହିଳା ମହାଦେବଙ୍କ ମନ୍ଦିରରେ ଅଧିଆ ପଡିଛନ୍ତି, ଅଖିଆ ଅପିଆ, ପୁଅର ଜୀବନ, ବଞ୍ଚାଇବାକୁ ଭଗବାନଙ୍କ ପାଖରେ ଗୁହାରି କରୁଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା କୋରୋ ପଞ୍ଚାୟତ ମୃତ୍ୟୁଞ୍ଜୟ ବାରାଳ। ବାଙ୍ଗାଲୋରରେ ଶ୍ରମିକ ଭାବେ ଏକ କମ୍ପାନୀରେ କମ କରୁଥିଲେ । ଗତ ୯ତାରିଖରେ ଏକ ସଡ଼କ ଦୁର୍ଘଟଣାର ଶିକାର ହେବା ପରେ, ସେଣ୍ଟ ଯୋନ୍ସନ୍ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏବେ କୋମାରେ ।

ଅଧିକ ପଢ଼ନ୍ତୁ : ମାନବିକତା କ’ଣ ଶିଖାଉଛନ୍ତି ମହିଳା, ପ୍ରତିଦିନ କରୁଛନ୍ତି ଏମିତି କାମ, ଭାଇରାଲ୍ ହେଉଛି ଭିଡିଓ

ଏଭଳି ସ୍ଥିତିରେ ଧାର ଉଧାର କରି ପୁଅ ପାଖରେ ପହଂଚିଛନ୍ତି ବାପା । ସବୁଠାରୁ ବଡ଼ ଦୁଃଖର କଥା ହେଲା ସେଠାରେ କାମ କରୁନି ଆୟୁଷ୍ମାନ କାର୍ଡ । ଏଭଳି ସ୍ଥିତିରେ ପରିବାର ପାଇଁ କେବଳ ଠାକୁର ସାହା । ଆଶ୍ଵାସନା ଦେଉଛନ୍ତି ପୂଜକ, ଆଶ୍ଵାସନା ଦେଉଛନ୍ତି ଗ୍ରାମବାସୀ । କିନ୍ତୁ କିଏ ବଞ୍ଚାଇବ, କେଉଁଠି ଆସିବ ପଇସା । ଏଣୁ କେବଳ ଦଇବ ସାହା । ସରକାର ସାହା ।