Arrest Photograph: (kanak news)
କନକ ବ୍ୟୁରୋ : ଗିରଫ ହେଲେ କୁବେର ଖଣି ଅଧିକାରୀ , ଖଣି ଉପନିର୍ଦ୍ଦେଶକଙ୍କ ଘରୁ ମିଳିଛି ଟଙ୍କାର ପାହାଡ଼ । ଗଣି ଗଣି ହାଲିଆ ଭିଜିଲାନ୍ସ ଅଧିକାରୀ ଏବଂ ୧୫ରୁ ଅଧିକ ଆକାଉଣ୍ଟ ଠାବ । ଡିଜିଟାଲ ଫୁଟପ୍ରିଣ୍ଟ ଯାଞ୍ଚ ପରେ ସାମ୍ନାକୁ ଆସିବ ଅଧିକ ତଥ୍ୟ । ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବ ଭିଜିଲାନ୍ସ । ଭିଜିଲାନ୍ସ ଜାଲରେ ପଡ଼ିଥିବା କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରୁ ବର୍ତ୍ତମାନ ସୁଦ୍ଧା ୪ କୋଟି ଟଙ୍କା ଜବତ କରାଯାଇଛି । ଏଥିସହ ତାଙ୍କ ଅଫିସ୍ ଡ୍ରୟରରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଛି। ଖାଲି ଟଙ୍କା ନୁହେଁ, ବିପୁଳ ସୁନା ମଧ୍ୟ ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ପାଖାପାଖି ୧୩୦ ଗ୍ରାମ୍ ସୁନା ମିଳିଛି ବାବୁଙ୍କ ଘରୁ। ଭୁବନେଶ୍ବର ପାହାଳରେ ୨୪ ଶହ ବର୍ଗଫୁଟର ଏକ ଦୁଇ ମହଲା ଘର ମଧ୍ୟ ରହିଛି । ଏବେବି ବାବୁଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତିର ଆକଳନ କରୁଛି ଭିଜିଲାନ୍ସ । ବିଭିନ୍ନ ସ୍ଥାନରେ ରେଡ୍ ଚାଲିଥିବାରୁ ଆହୁରି ଲକ୍ଷ ଲକ୍ଷ ଟଙ୍କା ଜବତ ହୋଇପାରେ । ଜଣେ ବାବୁଙ୍କ ଘରୁ ୪ କୋଟିରୁ ଅଧିକ ଟଙ୍କା ମିଳିବା ଘଟଣା ଓଡ଼ିଶା ଭିଜିଲାନ୍ସ ଇତିହାସରେ ରେକର୍ଡ ବୋଲି କୁହାଯାଉଛି ।
ଜଣେ ବ୍ୟବସାୟୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ । କଟକ ସର୍କଲର କଟକ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି । ଜଣେ ଲାଇସେନ୍ସ ପ୍ରାପ୍ତ କୋଇଲା ବ୍ୟବସାୟୀଙ୍କ କାରବାରରେ ସହାୟତା ପାଇଁ ଖଣି ଉପନିର୍ଦ୍ଦେଶକ ଶ୍ରୀ ଦେବବ୍ରତ ମହାନ୍ତି ୩୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ଏନେଇ ବ୍ୟବସାୟୀ ଭିଜିଲାନ୍ସକୁ ଜଣାଇବା ପରେ ଚଢ଼ାଉ କରାଯାଇଥିଲା ।
ଅଧିକ ପଢ଼ନ୍ତୁ---ସ୍ତ୍ରୀକୁ ମାରିବାକୁ ଶ୍ୱଶୁରଘରେ ନିଆଁ ଲଗାଇଲେ ଜ୍ୱାଇଁ ; ଗୁରୁତର ଶ୍ୱଶୁରଙ୍କ ମୃତ୍ୟୁ
Follow Us