କନକ ବ୍ୟୁରୋ : ସ୍ତ୍ରୀକୁ ଜୀବନରୁ ମାରିଦେବା ପାଇଁ ଶ୍ବଶୁର ଘରେ ନିଆଁ ଲଗାଇ ଦେଇଥିଲା ଯୁବକ । ନିଆଁରେ ପୋଡ଼ି ହୋଇ ଗୁରୁତର ଥିବା ଶ୍ବଶୁରଙ୍କର ଆଜି ମୃତ୍ୟୁ ହୋଇଛି । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ନାରାୟଣପୁର ଗାଁରେ ଗତ ୧୭ ତାରିଖରେ ଘଟିଥିଲା ଏହି ଅଭାବନୀୟ ଘଟଣା । ମୃତକ ହେଲେ ରାଜେନ୍ଦ୍ର ସାମନ୍ତରାୟ ।

Advertisment

ରାଜେନ୍ଦ୍ରଙ୍କ ଝିଅ ଓ ପରିବାର ଲୋକଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲା ଜ୍ବାଇଁ । ଝିଅକୁ ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଏବଂ ଶଳା ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣାରେ ଅଭିଯୁକ୍ତ ଯୁବକକୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି । ସେପଟେ ପାରାଦୀପ ଲକ୍ ଥାନା ଅନ୍ତର୍ଗତ ତାରିଣୀଗଡ଼ା ଯୁବତୀ ହତ୍ୟା କାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜଗତସିଂହପୁର ଏସପି ।

ଅଧିକ ପଢନ୍ତୁ : ସ୍ତ୍ରୀର ଜୀବନ ନେବା ପାଇଁ ଶ୍ବଶୁର ଉପରେ ପେଟ୍ରୋଲ ଢାଳିଲା ଜ୍ବାଇଁ , ଅଭିଯୁକ୍ତ ଗିରଫ

ଯୁବତୀ ଜଣକୁ ଅଭିଯୁକ୍ତ ଦୁବୃର୍ତ୍ତ ପ୍ରଥମେ ଲିଫ୍ଟ ଦେବାକୁ କହି ପାରାଦୀପ ନେବା ପରେ ଦୁବୃର୍ତ୍ତ ଜଣକ ମଦ୍ୟପାନ କରି ଯୁବତୀ ଜଣକୁ ଦୁଷ୍କର୍ମ ଓ ପରେ ଛାତ ଉପରୁ ଠେଲି ହତ୍ୟା କରିଥିବା ଜଣାପଡ଼ିଛି । ଯାହାକୁ ନେଇ ଜଗତସିଂହପୁର ଏସପି ପ୍ରତିକ୍ରିୟା ରଖିବା ସହିତ ପୋଷ୍ଟମଟମ ରିପୋର୍ଟ ଆସିବା ପରେ ତଥା  ସମ୍ପୂର୍ଣ୍ଣ ତଦନ୍ତ ପରେ ପୁରା ଘଟଣା ସାମ୍ନାକୁ ଆସିବ ବୋଲି କହିଛନ୍ତି ।