କନକ ବ୍ୟୁରୋ : ବରିଷ୍ଠ ପାକିସ୍ତାନୀ ସାମ୍ବାଦିକ ତଥା ଜିଓ ନ୍ୟୁଜ୍ ଆଙ୍କର ହମିଦ ମୀର ଏକ ଟିଭି କାର୍ୟ୍ୟକ୍ରମ ସମୟରେ ଆଶ୍ଚର୍ୟ୍ୟଜନକ ଦାବି କରିଛନ୍ତି। ତାଙ୍କ ଅନୁସାରେ, ଇସ୍ରାଏଲୀ ଗୁଇନ୍ଦା ସଂସ୍ଥା ମୋସାଦ ଏବେ ଇରାନ ବିରୋଧରେ ବଲୁଚିସ୍ତାନକୁ ବ୍ୟବହାର କରିବାକୁ ଷଡ଼ଯନ୍ତ୍ର ରଚୁଛି। ମୀର ତାଙ୍କ ସୋ କ୍ୟାପିଟାଲ୍ ଟକ୍‌ରେ କିଛି ଡକ୍ୟୁମେଣ୍ଟାରୀ ପ୍ରମାଣ ଓ ମିଡିଆ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହା ସୂଚିତ କରୁଛି ଯେ, ବଲୁଚିସ୍ତାନରେ ଅସ୍ଥିରତା ସୃଷ୍ଟି କରି ଇରାନକୁ ଦୁର୍ବଳ କରିବା ପାଇଁ ଏକ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର ଚାଲିଛି।

Advertisment

ବଲୁଚ ନେତାଙ୍କ ଭାଇଙ୍କ ଇସ୍ରାଏଲ ଗସ୍ତ 
ହାମିଦ ମୀର କାର୍ୟ୍ୟକ୍ରମରେ ଆଉ ଏକ ଚାଞ୍ଚଲ୍ୟକର ଖୁଲାସା କରି କହିଛନ୍ତି ଯେ, ବଲୁଚିସ୍ତାନର ଜଣେ ପ୍ରମୁଖ ରାଜନେତା ତାଙ୍କୁ ବ୍ୟକ୍ତିଗତ ଭାବରେ ଜଣାଇଥିଲେ ଯେ, ତାଙ୍କ ଭାଇ ଗତ କିଛି ବର୍ଷ ମଧ୍ୟରେ ତିନିଥର ଇସ୍ରାଏଲ ଗସ୍ତ କରିଛନ୍ତି। ମୀରଙ୍କ ଅନୁଯାୟୀ, ସବୁଠାରୁ ଆଶ୍ଚର୍ୟ୍ୟଜନକ କଥା ହେଉଛି, ସେହି ବ୍ୟକ୍ତିଙ୍କ ପାସପୋର୍ଟରେ ଇସ୍ରାଏଲକୁ କୌଣସି ସରକାରୀ ଯାତ୍ରାର ଷ୍ଟାମ୍ପ ନଥିଲା। ଯାହା ଗୁପ୍ତଚର କାର୍ୟ୍ୟକୁ ସୂଚିତ କରୁଛି। ସେହି ବ୍ୟକ୍ତି ଏକ ରାଜନୈତିକ ଦଳ ସହିତ ଜଡିତ ।

ଅଧିକ ପଢ଼ନ୍ତୁ :  ଆମେରିକା ଓ ଇରାନ ମଧ୍ୟରେ ବଡ଼ ଯୁଦ୍ଧ ଆଶଙ୍କା ନେଇ ଭୟରେ ଆରବ ଦେଶ: ଟ୍ରମ୍ପ କହିଲେ ମୁଁ ଯୁଦ୍ଧ ଚାହୁନାହିଁ

ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ
ତାଙ୍କର ଦାବିକୁ ଦୃଢ଼ କରିବା ପାଇଁ, ହମିଦ ମୀର ଇସ୍ରାଏଲୀ ଖବରକାଗଜ ଟାଇମ୍ସ ଅଫ୍ ଇସ୍ରାଏଲରେ ପ୍ରକାଶିତ ଏକ ଲେଖାକୁ ଉଦ୍ଧୃତ କରିଛନ୍ତି। ଲେଖାଟି ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛି ଯେ, ଇରାନର ସୀମାବର୍ତ୍ତୀ ବଲୁଚିସ୍ତାନ ଅଞ୍ଚଳ ଇରାନକୁ ଅସ୍ଥିର କରିବା ପାଇଁ ଏକ ପ୍ରମୁଖ ରଣନୈତିକ ବିନ୍ଦୁ ହୋଇପାରେ। ଏହା ବ୍ୟତୀତ, ସେ କତାରର ପ୍ରତିଷ୍ଠିତ ଚ୍ୟାନେଲ ଅଲ ଜାଜିରାର ଏକ ରିପୋର୍ଟକୁ ମଧ୍ୟ ଉଦ୍ଧୃତ କରିଛନ୍ତି। ଯେଉଁଥିରେ କୁହାଯାଇଛି, ଇସ୍ରାଏଲ ବଲୁଚିସ୍ତାନର ବର୍ତ୍ତମାନର ସମ୍ବେଦନଶୀଳ ପରିସ୍ଥିତିରୁ ଫାଇଦା ଉଠାଇବାକୁ ଚାହୁଁଛି। ଯାହା ଦ୍ଵାରା ସିଧାସଳଖ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ ଇରାନର କ୍ଷତି ହେବ।

ଅଧିକ ପଢ଼ନ୍ତୁ :  ତେଜୁଛି ଇରାନ-ୟୁରୋପ ବିବାଦ; ଇରାନ ସୁରକ୍ଷା ଏଜେନ୍ସିକୁ ଆତଙ୍କବାଦୀ ଘୋଷଣା କଲା ୟୁରୋପୀୟ ସଂଘ

ବିଦେଶୀ ଶକ୍ତି ଓ ଆତଙ୍କବାଦ ମଧ୍ୟରେ ସମ୍ପର୍କ
ଆଲୋଚନା ସମୟରେ, ପ୍ୟାନେଲର ଅନ୍ୟ ବିଶେଷଜ୍ଞମାନେ ମଧ୍ୟ ମୀରଙ୍କ ଦାବିକୁ ସମର୍ଥନ କରିଥିଲେ। ପିଏମଏଲ-ଏନ ନେତା ଜରୀନ ମାଗସି କହିଥିଲେ ଯେ, ବଲୁଚିସ୍ତାନରେ ବୃଦ୍ଧି ପାଉଥିବା ଆତଙ୍କବାଦ ପଛରେ ସ୍ପଷ୍ଟ ଭାବରେ ଏକ ବିଦେଶୀ ହାତ ଅଛି।