ଚପିଙ୍ଗ୍ ବୋର୍ଡ ଯୋଗୁ ରୋଗରେ ପଡୁନାହାନ୍ତି ତ ? ଏଥିରେ ଟଏଲେଟ୍ ସିଟରୁ ଥାଏ ଅଧିକ ବ୍ୟାକ୍ଟେରିଆ !

Advertisment

ପରିବା କାଟିବା ପାଇଁ ବ୍ୟବହାର ହେଉଥିବା ଏହି ଚପିଙ୍ଗ୍ ବୋର୍ଡ ଦିନରେ ୨ ରୁ ୩ ଥର ବ୍ୟବହାର କରାଯାଏ । ଆଳୁ,ପିଆଜ, ପରିବା କାଟିବା ପାଇଁ ବ୍ୟବହାର ହେଉଥିବା ଏହି ବୋର୍ଡ କଟାକଟି ସରିଲା ପରେ ଶେଷରେ ଧୁଆ ଯାଇଥାଏ ।

ପରିବା କାଟିବା ପାଇଁ ବ୍ୟବହାର ହେଉଥିବା ଏହି ଚପିଙ୍ଗ୍ ବୋର୍ଡ ଦିନରେ ୨ ରୁ ୩ ଥର ବ୍ୟବହାର କରାଯାଏ । ଆଳୁ,ପିଆଜ, ପରିବା କାଟିବା ପାଇଁ ବ୍ୟବହାର ହେଉଥିବା ଏହି ବୋର୍ଡ କଟାକଟି ସରିଲା ପରେ ଶେଷରେ ଧୁଆ ଯାଇଥାଏ ।

chopping board

chopping board Photograph: (KanakNews)

କନକ ବ୍ୟୁରୋ : ରୋଷେଇ ଘରର ଏକ ମହତ୍ତ୍ବପୂର୍ଣ୍ଣ ଉପକରଣ ହେଉଛି ଚପିଙ୍ଗ୍ ବୋର୍ଡ ଯାହାକୁ କଟିଙ୍ଗ ବୋର୍ଡ ବୋଲି ମଧ୍ୟ କୁହାଯାଏ । ପରିବା କାଟିବା ପାଇଁ ବ୍ୟବହାର ହେଉଥିବା ଏହି ଚପିଙ୍ଗ୍ ବୋର୍ଡ ଦିନରେ ୨ ରୁ ୩ ଥର ବ୍ୟବହାର କରାଯାଏ । ଆଳୁ,ପିଆଜ, ପରିବା କାଟିବା ପାଇଁ ବ୍ୟବହାର ହେଉଥିବା ଏହି ବୋର୍ଡ କଟାକଟି ସରିଲା ପରେ ଶେଷରେ ଧୁଆ ଯାଇଥାଏ । କିନ୍ତୁ କିଛି କିଛି ଲୋକ ଚପିଙ୍ଗ୍ ବୋର୍ଡ ବ୍ୟବହାର ପରେ ଏହାକୁ ଝାଡ଼ିଦେଇ କିମ୍ବା ପୋଛିଦେଇ ରଖିଦିଅନ୍ତି ଏବଂ ବେଳେବେଳେ ବିନା ଧୋଇ ହିଁ ବୋର୍ଡର ବ୍ୟବହାର କରନ୍ତି । କିନ୍ତୁ ଏଭଳି କରିବା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କେତେ କ୍ଷତିକାରକ ଜାଣିଛନ୍ତି କି ? ଏକ୍ସପର୍ଟଙ୍କ କହିବାନୁସାରେ ଚପିଙ୍ଗ୍ ବୋର୍ଡରେ ଟଏଲେଟ୍ ସିଟଠାରୁ ଅଧିକ ବ୍ୟାକ୍ଟେରିଆ ଥାଏ । ଯାହାକୁ ବ୍ୟବହାର କରିବା ଦ୍ବାରା ପେଟ ସମ୍ବନ୍ଧୀୟ ରୋଗ ସୃଷ୍ଟି ହୋଇପାରେ । ତେବେ ଏଥିରେ କେତେ ସତ୍ୟତା ରହିଛି ଆସନ୍ତୁ ଜାଣିବା ।

ଆଗକୁ ପଢ଼ନ୍ତୁ : ଦୁର୍ବଳ କରାଉଛି ୱେଟ୍ ଲସ୍ ଇଞ୍ଜେକ୍ସନ୍ ! ମୋଟା ଲୋକ ପତଳା ହେଉଛନ୍ତି ସତ , ଭିତରୁ ତରଳୁଛି ମାଂସପେଶୀ

ଡାଏଟିସିୟନ୍ ସୁହାନୀ ସେଠ ଅଗ୍ରୱାଲଙ୍କ କହିବାନୁସାରେ ଚପିଙ୍ଗ୍ ବୋର୍ଡରେ ଇ.କୋଲି ଏବଂ ସାଲ୍ମୋନେଲା ଭଳି ହାନିକାରକ ବ୍ୟାକ୍ଟେରିଆ ରହିଥାଏ । ଏହି ବ୍ୟାକ୍ଟେରିଆ କଞ୍ଚା ମାଂସ ଏବଂ ପରିବା ସଂପର୍କରେ ଆସିଥାଏ । ଏକ୍ସପର୍ଟଙ୍କ କହିବାନୁସାରେ ଚପିଙ୍ଗ୍ ବୋର୍ଡ ଯଦି କାଠର ବ୍ୟବହାର କରୁଛନ୍ତି ତେବେ ଏହାକୁ ଠିକରେ ନ ଧୋଇଲେ ବ୍ୟାକ୍ଟେରିଆର ହଟସ୍ପଟ୍ ହୋଇପାରେ । କାଠ ବୋର୍ଡରେ ଲାଗିଥିବା ସ୍କାରରେ ବ୍ୟାକ୍ଟେରିଆ ଜମା ହୋଇଯାଏ ଏବଂ ଏହା ପରିବାରେ ଲାଗି ଖାଦ୍ୟ ମାଧ୍ୟମରେ ପେଟକୁ ଯାଏ । ଆଉ ତା’ପରେ ଆରମ୍ଭ ହୁଏ ପେଟ ସମ୍ବନ୍ଧୀୟ ରୋଗ । ଖାଦ୍ୟ ଏବଂ ପାଣି ସହ ଏହାର ସମ୍ବନ୍ଧ ଥିବାରୁ ଏଥିରେ ଫଙ୍ଗସ୍ ଏବଂ ବ୍ୟାକ୍ଟେରିଆ ଶୀଘ୍ର ଜମାଟ ବାନ୍ଧିଥାଏ । ଯଦି ଆପଣ ରୋଗରୁ ବଞ୍ଚିବା ପାଇଁ ଚାହୁଛନ୍ତି ତେବେ ସଫାସୁତୁରା ଚପିଙ୍ଗ୍ ବୋର୍ଡର ବ୍ୟବହାର କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।

ଏକ୍ସପର୍ଟଙ୍କ କହିବାନୁସାରେ ଚପିଙ୍ଗ୍ ବୋର୍ଡର ବ୍ୟବହାର କରିବା ପରେ ଆପଣ ଏହାକୁ ଭଲରେ ଗରମପାଣି ଏବଂ ସାବୁନରେ ଧୋଇ ନିଅନ୍ତୁ । ଯଦି ଆପଣ ଚପିଙ୍ଗ୍ ବୋର୍ଡରେ ମାଛ କିମ୍ବା ମାଂସ କାଟୁଛନ୍ତି ତା’ହେଲେ ବୋର୍ଡକୁ ଭଲରେ ଗରମ ପାଣିରେ ଧୁଅନ୍ତୁ । ନଚେତ୍ ଲେମ୍ବୁ କିମ୍ବା ସିରକା ପକାଇ ଗରମ ପାଣିରେ ଘଷି ଘଷି ଧୁଅନ୍ତୁ । ଏହା ଚପିଙ୍ଗ୍ ବୋର୍ଡରୁ ଜୀବାଣୁ ହଟାଇଦେବ । ସଫା କରିବା ପରେ ଖରାରେ ଚପିଙ୍ଗ୍ ବୋର୍ଡକୁ ରଖିଦିଅନ୍ତୁ । ଓଦା ଚପିଙ୍ଗ୍ ବୋର୍ଡରେ ଅଧିକ ବ୍ୟାକ୍ଟେରିଆ ଜନ୍ମ ନେଇଥାଆନ୍ତି । ପରିବା କାଟିଲା ସମୟରେ ଧ୍ୟାନ ରଖନ୍ତୁ ଯେ ଚପିଙ୍ଗ୍ ବୋର୍ଡରେ ଯେମିତି ଅଧିକ କଟା ଦାଗ ନ ରହିବ । ପ୍ରତିଦିନ ବୋର୍ଡକୁ ସଫା କରନ୍ତୁ ଏବଂ ପରିବାରକୁ ରୋଗରୁ ଦୂରେଇ ରଖନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe