କନକବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ମୋନ୍ଥାର ପ୍ରଭାବକୁ ଆଖି ଆଗରେ ରଖି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଆଜିଠାରୁ ୩୦ ତାରିଖ ଯାଏ ୮ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ ରହିବ । ମାତ୍ର ଏହି ସବୁ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି। ଏନେଇ ସ୍ବତନ୍ତ୍ର ରିଲିଫ୍ କମିସନର୍ ଦେଓରଂଜନ ସିଂହ ସୂଚନା ଦେଇଛନ୍ତି । ଏଣେ ବର୍ଷା ସମୟରେ ଘରୁ ନ ବାହାରିବାକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଅନୁରୋଧ କରିଛନ୍ତି ।
ବାତ୍ୟାର ବଢ଼ୁଛି ଗତି : ମନ୍ତ୍ରୀ ସୁରେଶ ପୂଜାରୀ
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,ବାତ୍ୟାର ବଢ଼ୁଛି ଗତି । ପାଣିପାଗ ବିଭାଗର ସୂଚନା ଅନୁସାରେ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶର ମଛଲିପାଟନମ ଓ କଳିଙ୍ଗପାଟଣା ମଝିରେ ଭୂପୃଷ୍ଠକୁ ସ୍ପର୍ଶ କରିବ । ଯାହା ଆଶା କରାଯାଉଛି ମାଲକାନଗିରି ଠାରୁ ବାତ୍ୟା ୨୦୦ କିମି ଦୂରରେ ଲ୍ୟାଣ୍ଡଫଲ୍ କରିବ । ତେଣୁ ମାଲକାନଗିରି ସର୍ବାଧିକ ପ୍ରଭାବିତ ହୋଇପାରେ ।
ବାତ୍ୟାକୁ ନେଇ ଏସ୍ଆରସିଙ୍କ କାର୍ଯ୍ୟାଳୟରେ ଚାଲିଛି ଉଚ୍ଚସ୍ତରୀୟ ବୈଠକ
କୋରାପୁଟ, ରାୟଗଡ଼ା, ନବରଂଗପୁର, ମାଲକାନଗିରି, ଗଜପତି, ଗଂଜାମ, କଳାହାଣ୍ଡି ଓ କନ୍ଧମାଳରେ ବର୍ଷା ପ୍ରଭାବ ରହିବ। ଏହି ଜିଲ୍ଲା ଗୁଡ଼ିକୁ ରେଡ୍ ଜୋନ୍ରେ ରଖାଯାଇଛି। ଏସବୁ ଜିଲ୍ଲାରେ ପ୍ରସ୍ତୁତି ଜାରି ରହିଛି । ଅନ୍ୟ ୨୨ଟି ଜିଲ୍ଲାରେ ମଧ୍ୟ ସ୍ଥିତି ଅନୁଧ୍ୟାନ କରାଯିବା ସହିତ ପ୍ରସ୍ତୁତି କରାଯାଇଛି। ଏତଦ୍ ବ୍ୟତୀତ ଖୋର୍ଦ୍ଧା, ପୁରୀ, ନୟାଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସଂହପୁର ଜିଲ୍ଲାକୁ ମଧ୍ୟ ସତର୍କ କରାଯାଇଛି।
ରେଡ୍ ଜୋନ୍ରେ ଥିବା ୮ଟି ଜିଲ୍ଲାରେ ମୋଟ୍ ୧୨୮ଟି ଟିମ୍ ଓଡିଆରଏଫ୍, ଏନ୍ଡିଆରଏଫ୍ ଏବଂ ଅଗ୍ନିଶମ ବାହିନୀର ଟିମ୍ ନିୟୋଜିତ ହୋଇଛନ୍ତି। ଏଥିରୁ ମାଲକାନଗିରି ଓଡିଆରଏଫ୍ ୩ଟି, ଗୋଟିଏ ଏନଡିଆରଫି ଟିମ୍ ଏବଂ ୮ଟି ଅଗ୍ନିଶମ ବାହିନୀର ଟିମ୍ ସାମିଲ ରହିଛି। ସେହିପରି କୋରାପୁଟରେ ୧୮ ଟିମ୍, ନବରଂଗପୁରରେ ୧୩ଟି ଟିମ, ଗଜପତିରେ ୧୧ଟି ଟିମ, ଗଂଜାମରେ ୨୭ଟି ଟିମ, କନ୍ଧମାଳରେ ୧୬ଟି ଟିମ୍, କଳାହାଣ୍ଡିରେ ୧୬ଟିମ୍ ସାମିଲ ରହିଛି। ଆବଶ୍ୟକ ପଡ଼ିଲେ ଆହୁରି ଟିମ ଦିଆଯିବ।
୨୮ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ ।
ବାତ୍ୟା ମୋନ୍ଥାର ସ୍ପିଡ୍ ବଢୁଛି : ସମୁଦ୍ରରେ ବଳ ଗୋଟାଇ ଆଗକୁ ବଢ଼ୁଛି
ଘଣ୍ଟାପ୍ରତି ୧୩ କିମି ବେଗରେ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହୋଇ ମାଡ଼ିଆସୁଛି ବାତ୍ୟା। ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ମଧ୍ୟରାତ୍ରୀରେ ବାତ୍ୟାରେ ପରିଣତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ବାତ୍ୟା ମୋନ୍ଥା ସମୁଦ୍ର ମଧ୍ୟରେ ଗୋପାଳପୁର ଠାରୁ ୮୬୦କିମି ଏବଂ କାକିନାଡ଼ା ଠାରୁ ୭୧୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଘଣ୍ଟାପ୍ରତି ୧୩କିମି ବେଗରେ ଏହା ଉପକୂଳ ଆଡକୁ ମାଡ଼ିଆସୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/27/16-2025-10-27-13-48-13.jpg)