କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହାରି ଭିତରେ ଇରାନ ତା’ର ନୂଆ ସର୍ବୋଚ୍ଚ ନେତା ଘୋଷଣା କରିଛି। ମୃତ ଆୟାତୁଲ୍ଲା ଖାମେନେଇଙ୍କ ପୁଅ ମୋଜତାବା ଖାମେନେଇ ଦେଶର ନୂଆ ସର୍ବୋଚ୍ଚ ନେତାଭ ଭାବେ ନିର୍ବାଚିତ ହୋଇଛନ୍ତି। ଇରାନର ସରକାରୀ ଟିଭି ଏହି ବଡ଼ ଦାବି କରିଛି। ଯୁଦ୍ଧ ଆରମ୍ଭରେ ଇସ୍ରାଏଲ ଆକ୍ରମଣରେ ପିତାଙ୍କ ମୃତ୍ୟୁ ପୂର୍ବରୁ ମଧ୍ୟ ମୋଜତାବା ଖାମେନେଇଙ୍କୁ ଏହି ପଦବୀ ପାଇଁ ବଡ଼ ଦାବିଦାର କୁହାଯାଉଥିଲା।
ନିଜ ପିତାଙ୍କ ପରି ୫୬ ବର୍ଷୀୟ ମୋଜତାବା ଜଣେ କଟ୍ଟରପନ୍ଥୀ ଧର୍ମଗୁରୁ, ଯିଏ ଇରାନରେ ସମସ୍ତ କ୍ଷେତ୍ରରେ ଚୂଡ଼ାନ୍ତ ନିଷ୍ପତ୍ତି ନେଉଥିବା ସର୍ବୋଚ୍ଚ ନେତା ପଦରେ ଅଧିଷ୍ଠିତ। ଅର୍ଥାତ୍ ଯିଏ ରାଷ୍ଟ୍ରପତିଙ୍କ ଠାରୁ ବି ଅଧିକ କ୍ଷମତାଶାଳୀ। ମୋଜତାବା ଶକ୍ତିଶାଳୀ ରିଭଲ୍ୟୁସନାରୀ ଗାର୍ଡ ବା ଆଇଆରଜିସିର ମଧ୍ୟ ନିକଟତର ବୋଲି କୁହାଯାଉଛି। ଖାମେନେଇଙ୍କ ମୃତ୍ୟୁ ପରଠାରୁ ମୋଜତବା ଏହି ପଦ ପାଇଁ ସବୁଠାରୁ ଆଗରେ ଥିଲେ ।
ଆହୁରି ପଢ଼ନ୍ତୁ: ଟି-୨୦ ବିଶ୍ୱକପ ଚାମ୍ପିଆନ୍ ହେଲା ଟିମ ଇଣ୍ଡିଆ : ସୋସିଆଲ ମିଡ଼ିଆରେ ବିଶ୍ୱ ବିଜୟୀ ଦଳକୁ ଶୁଭେଚ୍ଛା ଜଣାଇଲେ ମୋଦୀ
ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣରେ ଆୟାତୋଲ୍ଲାଙ୍କ ମୃତ୍ୟୁ ହୋଇଥିଲା। ଏହା ପରଠାରୁ କିଏ ହେବ, ଇରାନର ସର୍ବୋଚ୍ଚ ନେତା, ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଯୁଦ୍ଧ ଶେଷ ହେବା ପରେ କିଏ କ୍ଷମତାକୁ ଆସିବ ସେନେଇ ତାଙ୍କର ମତାମତ ରହିବା ଉଚିତ। ଟ୍ରମ୍ପ୍ କହିଛନ୍ତି, କୌଣସି ନୂଆ ନେତା ତାଙ୍କ ଅନୁମୋଦନ ବିନା ଅଧିକ ଦିନ ତିଷ୍ଠି ପାରିବେ ନାହିଁ ।
ମୋଜତାବା ଖାମେନେଇ କିଏ?
ଇରାନକୁ ମିଳିଛି ନୂଆ ସର୍ବୋଚ୍ଚ ନେତା
ଅୟାତୁଲ୍ଲା ଖାମେନେଇଙ୍କ ପୁଅ ମୋଜତାବା ଖାମେନେଇ
ଖାମେନେଇଙ୍କ ଦ୍ବିତୀୟ ସନ୍ତାନ ହେଉଛନ୍ତି ମୋଜତାବା
ମୋଜତାବା ଏହି ପଦ ପାଇଁ ବଡ଼ ଦାବିଦାର ଥିଲେ
୮ ସେପ୍ଟେମ୍ବର, ୧୯୬୯ରେ ଇରାନର ମସହଦ ସହରରେ ଜନ୍ମ
ଇସଲାମିକ୍ କ୍ରାନ୍ତି ପରେ ଦ୍ବିତୀୟ ଥର ପାଇଁ କ୍ଷମତା ହସ୍ତାନ୍ତରଣ
ଇରାନର କ୍ବୋମର ଇସଲାମିକ୍ ଧାର୍ମିକ ଅଧ୍ୟୟନ କରିଥିଲେ
ହୁଜତ୍ ଅଲ-ଇସଲାମ ପଦ ଅଧିକାର କରିଥିଲେ
ଇରାନର ଆଇଆରଜିସି ସହ ରହିଛି ଘନିଷ୍ଠ ସମ୍ପର୍କ
୧୯୮୦ ଇରାନ-ଇରାକ ଯୁଦ୍ଧରେ କମ୍ବାଟ ୟୁନିଟର ନେଇଥିଲେ ନେତୃତ୍ବ
୨୦୧୯ରେ ମୋଜତବା ଖାମେନେଇଙ୍କ ଉପରେ ଆମେରିକା ଲଗାଇଥିଲା କଟକଣା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/09/9-2026-03-09-08-49-51.jpg)