ଟ୍ରିବ୍ୟୁନାଲରେ ବିଚାରଧୀନ ମହାନଦୀ ବିବାଦ , ଆପୋଷ ଆଲୋଚନାକୁ ଗୁରୁତ୍ୱ

Advertisment

ମହାନଦୀକୁ ନେଇ ଉଭୟ ରାଜ୍ୟ ଛତିଶଗଡ ଓ ଓଡ଼ିଶା ମଧ୍ୟରେ ଥିବା ବିବାଦର ଆପୋଷ ସମାଧାନ ପାଇଁ ଦିଲ୍ଲୀରେ ମୁଖ୍ୟ ସଚିବ ସ୍ତରରେ ୩ଟି ବୈଠକ ଓ ୧୧ଟି ଯୁଗ୍ମ ବୈଷୟିକ କମିଟି ଅନୁଷ୍ଠିତ ହୋଇସାରିଛି ।

ମହାନଦୀକୁ ନେଇ ଉଭୟ ରାଜ୍ୟ ଛତିଶଗଡ ଓ ଓଡ଼ିଶା ମଧ୍ୟରେ ଥିବା ବିବାଦର ଆପୋଷ ସମାଧାନ ପାଇଁ ଦିଲ୍ଲୀରେ ମୁଖ୍ୟ ସଚିବ ସ୍ତରରେ ୩ଟି ବୈଠକ ଓ ୧୧ଟି ଯୁଗ୍ମ ବୈଷୟିକ କମିଟି ଅନୁଷ୍ଠିତ ହୋଇସାରିଛି ।

Mahanadi

କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମହାନଦୀକୁ ନେଇ ଉଭୟ ରାଜ୍ୟ ଛତିଶଗଡ ଓ ଓଡ଼ିଶା ମଧ୍ୟରେ ଥିବା ବିବାଦର ଆପୋଷ ସମାଧାନ ପାଇଁ ଦିଲ୍ଲୀରେ ମୁଖ୍ୟ ସଚିବ ସ୍ତରରେ ୩ଟି ବୈଠକ ଓ ୧୧ଟି ଯୁଗ୍ମ ବୈଷୟିକ କମିଟି ଅନୁଷ୍ଠିତ ହୋଇସାରିଛି ।

ଅଧିକ ପଢନ୍ତୁ : ହଳଦିଆପଦର ଦୁର୍ଘଟଣା ପାଇଁ  ଭୁଲ ନକ୍ସା ହିଁ ଦାୟୀ : ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦେଲେ ବଡ଼ ବୟାନ

ରାଜ୍ୟ ସରକାର ଏକ ବୈଷୟିକ କମିଟି ଗଠନ କରି ଉଭୟ ସରକାରଙ୍କ ଅଫିସର ସ୍ତରୀୟ ବୈଠକ କରୁଛନ୍ତି । ସେହିଭଳି ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇ ଛତିଶଗଡ ସରକାରଙ୍କ ସହ ଆଲୋଚନା ଜାରି ରହିଛି । ଏବେ ମାମଲା ଟ୍ରିବ୍ୟୁନାଲରେ ବିଚାରଧୀନ ରହିଛି । ଟ୍ରିପଲ ଇଞ୍ଜିନ ସରକାର ଥିବାରୁ ଆପୋଷ ଆଲୋଚନାକୁ ଗୁରୁତ୍ବ ଦିଆଯାଉଛି । ଏହାପୂର୍ବରୁ ମହାନଦୀରେ ଛତିଶଗଡର ମନମାନି ଓଡ଼ିଶାର ଚିନ୍ତା ବଢାଇଥିଲା । ଉପରମୁଣ୍ଡରେ ବ୍ୟାରେଜ କରି ମହାନଦୀର ଜଳ ଅଟକାଇଥିବା ଛତିଶଗଡ କଲମା ବ୍ୟାରେଜ ନିମ୍ନଭାଗରେ ମହାନଦୀରେ ବାଲିବନ୍ଧ ନିର୍ମାଣ କରି ପାଣି ଅଟକାଇଛି ଛତିଶଗଡ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe