ଆଜିଠୁ ବିଧାନସଭା ଅଧିବେଶନ, ୨୦ରେ ବଜେଟ୍ ଆଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Advertisment

ମଣ୍ଡି ସମସ୍ୟା, ଆଇନଶୃଙ୍ଖଳା ଭଳି ବିଭିନ୍ନ ପ୍ରସଙ୍ଗ ଉଠାଇବେ ବିରୋଧୀ । କାଉଣ୍ଟର ପାଇଁ ସରକାରୀ ଦଳର ସ୍ବତନ୍ତ୍ର ରଣନୀତି । ସୁରୁଖୁରୁରେ ଗୃହ ଚଳାଇବାକୁ ସର୍ବଦଳୀୟ ବୈଠକରେ ସହମତି ।

ମଣ୍ଡି ସମସ୍ୟା, ଆଇନଶୃଙ୍ଖଳା ଭଳି ବିଭିନ୍ନ ପ୍ରସଙ୍ଗ ଉଠାଇବେ ବିରୋଧୀ । କାଉଣ୍ଟର ପାଇଁ ସରକାରୀ ଦଳର ସ୍ବତନ୍ତ୍ର ରଣନୀତି । ସୁରୁଖୁରୁରେ ଗୃହ ଚଳାଇବାକୁ ସର୍ବଦଳୀୟ ବୈଠକରେ ସହମତି ।

Odisha Assembly

Odisha Assembly Photograph: (KanakNews)

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ଦୁଇଟି ପର୍ଯ୍ୟାୟ ଏପ୍ରିଲ ୮ ତାରିଖ ଯାଏଁ ଚାଲିବ ବଜେଟ ଅଧିବେଶନ । ୨୦ ତାରିଖରେ ବିଧାନସଭାରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ପ୍ରଥମ ଦିନରେ ଅଭିଭାଷଣ ରଖିବେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପତି । ଏଥର ବିଧାନସଭା ପାଇଁ ତିନି ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି । ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗ ଉଠାଇବେ ।

ଅଧିକ ପଢନ୍ତୁ : ରାଜ୍ୟବ୍ୟାପି ବିଭିନ୍ନ ମହୋତ୍ସବକୁ ଅତି ଆଡ଼ମ୍ବରରେ କରାଯାଉଛି ପାଳନ, ମଞ୍ଚରେ ଲାଗୁଛି ମନ୍ତ୍ରୀଙ୍କ ଭିଡ଼, ହେଲେ ଖର୍ଚ୍ଚ ହୋଇପାରୁନି ବଜେଟ୍ ଟଙ୍କା

ମଣ୍ଡିରୁ ଧାନ ଉଠିବାରେ ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତି, ସ୍କୁଲ ପିଲାଙ୍କୁ ବିଳମ୍ବରେ ୟୁନିଫର୍ମ ବଣ୍ଟନ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇପାରନ୍ତି ବିରୋଧୀ । ସେସବୁ ପ୍ରସଙ୍ଗକୁ ସାମ୍ନା କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି । ଯେଉଁ ଫର୍ମାଟରେ ପ୍ରଶ୍ନ କରିବେ ସମସ୍ତ ଉତ୍ତର ଦେବାକୁ ଆମେ ପ୍ରସ୍ତୁତ ବୋଲି ସରକାରୀ ଦଳ କହିଛି । ଏଥରର ଅଧିବେଶନ କିପରି ସୁରୁଖୁରୁରେ ଚାଲିବ, ତା ପୂର୍ବରୁ ଗତକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକରେ ତିନି ଦଳ ସହମତି ଜଣାଇଛନ୍ତି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା ପରିସରରେ ବୈଠକ ଅନୁଷ୍ଠିତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe