ମୋହନ ସରକାର ଆଣିଲେ ଅତିରିକ୍ତ ବଜେଟ୍, ୧୭ ହଜାର ୪୪୦ କୋଟିର ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍‌ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଜେଟରେ ସମୃଦ୍ଧ ଓଡ଼ିଶାର ନକ୍ସା ଆଙ୍କିଛନ୍ତି ସରକାର । କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ସଶକ୍ତୀକରଣକୁ ଫୋକସ୍‌ରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

budget

କନକ ବ୍ୟୁରୋ : ଚଳିତ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍‌ ଘୋଷଣା କରିଥିଲେ ସରକାର । ହେଲେ ଓଡ଼ିଶାର ବିକାଶ ପାଇଁ ଏତିକି ଅର୍ଥ ଯଥେଷ୍ଟ ହେଲାନି । ରାଜ୍ୟର ବିକାଶକୁ ତ୍ବରିତ ବେଗରେ ଆଗକୁ ନେବାକୁ ଅତିରିକ୍ତ ବଜେଟ୍‌ ଆଣିଛନ୍ତି ମୋହନ ସରକାର। ଏଥିରେ ପ୍ରତି କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି। 

ଅଧିକ ପଢ଼ନ୍ତୁ :  ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, କୃଷି ଓ କୃଷକଙ୍କ ବିକାଶ ପାଇଁ ୧୬୭୩ କୋଟି

ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍‌ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଜେଟରେ ସମୃଦ୍ଧ ଓଡ଼ିଶାର ନକ୍ସା ଆଙ୍କିଛନ୍ତି ସରକାର । କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ସଶକ୍ତୀକରଣକୁ ଫୋକସ୍‌ରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ । କୃଷି ଓ ଜଳସେଚନ ପାଇଁ ୧୬୭୩ କୋଟି, ଖାଦ୍ୟ ସୁରକ୍ଷା ପାଇଁ ୪ ହଜାର ୩୨୯ କୋଟି ର ବ୍ୟୟବରାଦ ହୋଇଛି । ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ୨ ହଜାର ୩୨୭ କୋଟି, ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ସଞ୍ଜୀବନୀ ସାଜିବ ସରକାରଙ୍କ ଅତିରିକ୍ତ ୧୧୬୪ କୋଟିର ବଜେଟ୍‌ । ମହିଳା ଓ ଶିଶୁ ବିକାଶକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ୧୫୫୮ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଆଣିଛନ୍ତି ମୁଖ୍ୟମନ୍ତ୍ରୀ । 

ଅଧିକ ପଢ଼ନ୍ତୁ :  ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପନ, ଆହାର ଯୋଜନାକୁ ୧୫ କୋଟି

ବଜେଟକୁ ନୈରାଶ୍ୟଜନକ ବୋଲି କହିଛି ବିଜେଡି । ଦଳ କହିଛି, ୧ ଲକ୍ଷ ୩୪ ହଜାର ୯୧୪ କୋଟିର ଋଣ କରି ଅତିରିକ୍ତ ବଜେଟ୍‌ ଆଣିଛନ୍ତି ସରକାର । କିଛି ନୂଆ ଯୋଜନା ନାହିଁ, କେବଳ ପାରମ୍ପରିକ ଭାବେ ବଜେଟ୍‌ ଅଣାଯାଇଥିବା କହିଛି କଂଗ୍ରେସ । ପୂର୍ବ ସରକାର ସମୟରେ ଯୋଜନା ପାଇଁ ବଜେଟ୍‌ ନଥିବା କହି କଟାକ୍ଷ କରିଛି ବିଜେପି। ସରକାର ବଜେଟ୍‌ ଘୋଷଣା କରୁଛନ୍ତି ସତ, ହେଲେ ଅବଧି ଭିତରେ ଟଙ୍କାକୁ ଖର୍ଚ୍ଚ କରିବା ବଡ ଚ୍ୟାଲେଞ୍ଜ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe