କନକ ବ୍ୟୁରୋ: ଗତକାଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିଛନ୍ତି । ଅର୍ଥ ବିଭାଗ ନିଜ ହାତରେ ରଖିଥିବାରୁ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି ମୋହନ ମାଝୀ। ଏଥର ବଜେଟର ଆକାର ବଢ଼ି ହୋଇଛି ୨ ଲକ୍ଷ ୯୦ ହଜାର କୋଟି। ଯାହା ଗତବର୍ଷ ତୁଳନାରେ ୭.୭% ଅଧିକ। ହେଲେ ବିଭାଗ ଗୁଡ଼ିକ ଟଙ୍କା ଖର୍ଚ୍ଚ କରିବାରେ ବିଫଳ ହେଉଛନ୍ତି। ସେପଟେ ଯୋଜନା ଚଳାଇବାକୁ ସରକାର, ବିପୁଳ ଋଣ କରୁଥିବା ବଜେଟ୍ରେ ସୂଚନା ଦେଇଛନ୍ତି।
- ବଢୁଛି ବଜେଟ୍ ପରିମାଣ
- କେତେ ହେଉଛି ଖର୍ଚ୍ଚ?
ପ୍ରତିବର୍ଷ ପରି ଏଥର ମଧ୍ୟ ବଜେଟ୍ର ପରିମାଣ ବଢ଼ିଛି, ହେଲେ ବିଭାଗ ଗୁଡ଼ିକ କେତେ ଖର୍ଚ୍ଚ କରୁଛନ୍ତି ତାହା, ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ। ୨୦୨୪-୨୫ ଆର୍ଥିକବର୍ଷରେ ବଜେଟ୍ ପରିମାଣ ଥିଲା ୨ ଲକ୍ଷ ୬୫ ହଜାର କୋଟି। ହେଲେ ଚଳିତବର୍ଷ ଜାନୁଆରି ସୁଦ୍ଧା ୧ ଲକ୍ଷ ୧ ହଜାର ୨୭୩ କୋଟି ଟଙ୍କା ଖର୍ଚ୍ଚ ହୋଇନାହିଁ ବୋଲି ବିଧାନସଭା ତଥ୍ୟରୁ ଜଣାପଡ଼ିଛି। ଯାହା ଏଥର ମୋହନ ସରକାରଙ୍କ ମେଗା ବଜେଟ୍ ଉପରେ ସନ୍ଦେହକୁ ବଢ଼ାଇ ଦେଇଛି। ଟଙ୍କା ଖର୍ଚ୍ଚ କରିପାରୁନଥିବାରୁ ବଜେଟର ପରିମାଣ ବଢାଇ, ସରକାର ବାହା ବାହା ନେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ।
/kanak/media/media_files/2025/02/18/CIkhl0b6z6qXgLeZSwqk.png)
ଭାତହାଣ୍ଡିରୁ ଗୋଟିଏ ଚିପିବା ପରି, ଏଥର ବଜେଟ୍ରେ ସର୍ବାଧିକ ବ୍ୟୟବରାଦ ହୋଇଥିବା ଶିକ୍ଷା ବିଭାଗ ଉପରେ ନଜର ପକାନ୍ତୁ। ଗତବର୍ଷ ଅପେକ୍ଷା ବଜେଟ୍ ପରିମାଣ ବଢ଼ି ହୋଇଛି ୪୧ ହଜାର ୨୭୩ କୋଟି ଟଙ୍କା। ଯାହା ସମଗ୍ର ବଜେଟ୍ର ୧୪.୨ ପ୍ରତିଶତ ବୋଲି ସରକାର ଦାବି କରିଛନ୍ତି।
/kanak/media/media_files/2025/02/18/budget-1-829152.png)
ହେଲେ ବିଡ଼ମ୍ବନା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ଗତବର୍ଷ ହୋଇଥିବା ବ୍ୟୟବରାଦରୁ ଜାନୁଆରୀ ସୁଦ୍ଧା ୯ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇନାହିଁ । ଆର୍ଥିକ ବର୍ଷ ସରିବାକୁ ଆଉ ମାତ୍ର ଗୋଟିଏ ମାସ ବାକି ଅଛି। ତେଣୁ ବ୍ୟୟବରାଦ ହୋଇଥିବା ଏତେ ପରିମାଣର ପାଣ୍ଠି, ଖର୍ଚ୍ଚ ହୋଇନପାରିବା ସମସ୍ତଙ୍କୁ ଚକିତ କରିଛି। ହେଲେ ସରକାର କହିଛନ୍ତି, ଲୋକଙ୍କ ଆକାଂକ୍ଷା ପୂରଣ କରିବାକୁ ଏଥର ବଢ଼ିଛି ବଜେଟ୍ର ପରିମାଣ।
ଆହୁରି ଆଶ୍ଚର୍ଯ୍ୟ କଲାଭଳି କଥାଟି ହେଉଛି, ବଜେଟ୍ରେ ମାଳମାଳ ଯୋଜନା ଘୋଷଣା ହୋଇଛି। କିନ୍ତୁ ଋଣ କରି ଏସବୁ ଯୋଜନା ଚଳାଇବାକୁ ଉଦ୍ୟମ କରୁଛନ୍ତି ସରକାର। ବଜେଟ୍ରେ କୁହାଯାଇଛି….
/kanak/media/media_files/2025/02/18/budget-2-893172.png)
/kanak/media/media_files/2025/02/18/budget-3-530904.png)
/kanak/media/media_files/2025/02/18/budget-4-674232.png)
ଗୋଟିଏ ପଟେ ଋଣ କରି ଯୋଜନା ଚଳାଇବା, ଅନ୍ୟପଟେ ବ୍ୟୟବରାଦ କରି ଟଙ୍କା ଖର୍ଚ୍ଚ କରିନପାରିବା ଏହି ଦୁଇଟି ପ୍ରସଙ୍ଗରେ ବଜେଟ୍କୁ ନେଇ ଅଡୁଆରେ ପଡିଛନ୍ତି ନୂଆ ସରକାର।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/02/18/Rtt9iXKYWnVMV8BLexZi.png)