କନକ ବ୍ୟୁରୋ: ଆହତ ଜନିତ ସମସ୍ୟା ଦେଇ ଗତି କରୁଥିବା ଭାରତୀୟ ଦଳର ଆଉ ଜଣେ ସଦସ୍ୟ ଆହତ ହୋଇଯାଇଛନ୍ତି । ସେ ହେଉଛନ୍ତି ଦ୍ରୁତ ବୋଲର୍ ମହମ୍ମଦ ସିରାଜ୍ । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତୀୟ ଦଳ ଅଭ୍ୟାସ କରିବା ସମୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ସଟ୍ ତାଙ୍କ ବାମ ଆଣ୍ଠୁରେ ବାଜିବାରୁ ସେ ଆହତ ହୋଇଛନ୍ତି । ଆଣ୍ଠୁରେ ଯନ୍ତ୍ରଣା ଥିବାରୁ ସିରାଜ୍ ଅଭ୍ୟାସ ବନ୍ଦ କରିଦେଇଛନ୍ତି । ତେବେ ତାଙ୍କ ଆଘାତ କେତେ ଗୁରୁତର ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଗୁରୁତ୍ବପୂର୍ଣ୍ଣ ସୁପର-୮ ପୂର୍ବରୁ ସେ ଆହତ ହେବା ଦଳ ପାଇଁ ଏକ ଧକ୍କା ସଦୃଶ ହୋଇଛି ।
ଆହୁରି ପଢ଼ନ୍ତୁ... ସେନ୍ସର ବନ୍ଦ କରି ୮ ଦିନ ଧରି ପାକିସ୍ତାନ ସୀମାରେ ଘୁରି ବୁଲୁଥିଲା ଇରାନ ତେଲ ଟ୍ୟାଙ୍କର୍
ଭାରତୀୟ ଦଳରେ ଓ୍ବାସିଂଟନ ସୁନ୍ଦର ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ସେହିପରି ଠିକ୍ ବିଶ୍ବକପ୍ ପୂର୍ବରୁ ହର୍ଷିତ ରାଣା ଆହତ ହୋଇ ଦଳରୁ ବାଦ ପଡ଼ିଥିଲେ । ତାଙ୍କ ସ୍ଥାନରେ ସିରାଜ୍ଙ୍କୁ ସାମିଲ କରାଯାଇଥିଲା। ସେହିପରି ଅଭିଷେକ ଶର୍ମା ଓ ଯଶପ୍ରୀତ ବୁମରା ଅସୁସ୍ଥ ହେବା ପରେ ସୁସ୍ଥ ହୋଇ ଦଳକୁ ଫେରିଛନ୍ତି । ଏପରି ସ୍ଥିତିରେ ସିରାଜ୍ ଆହତ ହେବା ଦଳ ପାଇଁ ଏକ ଅତିରିକ୍ତ ଚିନ୍ତା ସୃଷ୍ଟି କରିଛି । ବିଶ୍ବକପ୍ରେ ସିରାଜ କେବଳ ଗୋଟିଏ ମ୍ୟାଚ୍ ୟୁଏସଏ ବିରୋଧରେ ଖେଳିଛନ୍ତି । କିନ୍ତୁ ପରବର୍ତ୍ତି ମ୍ୟାଚ୍ଗୁଡ଼ିକରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇନଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/21/siraj-2026-02-21-15-09-07.jpg)