କନକବ୍ୟୁରୋ : ଫେବ୍ରୁଆରି ୬ ତାରିଖରେ, ଭାରତୀୟ ତଟରକ୍ଷୀ ବାହିନୀ(ଆଇସିଜି) ମୁମ୍ବାଇ ଉପକୂଳରୁ ଆମେରିକାର ପ୍ରତିବନ୍ଧକ ଅଧୀନରେ ଇରାନ ସହିତ ଜଡିତ ତିନୋଟି ତୈଳ ଟ୍ୟାଙ୍କର୍ ଜବତ କରିଥିଲା। ଏହି ଟ୍ୟାଙ୍କର୍ ବିରୋଧରେ ବେଆଇନ କାର୍ଯ୍ୟକଳାପ ଓ ତୈଳ ଚୋରାଚାଲାଣର ଅଭିଯୋଗ ରହିଛି। ଫେବ୍ରୁଆରି ୧୫ ତାରିଖରେ ମୁମ୍ବାଇରେ ଦାୟର ହୋଇଥିବା ଏକ ଏଫ୍ଆଇଆର୍ ଅନୁଯାୟୀ, ଜବତ ହୋଇଥିବା ଜାହାଜ ମଧ୍ୟରୁ ଗୋଟିଏ, ଆସଫାଲ୍ଟ ଷ୍ଟାର, ଜାନୁଆରି ୨୦ ରୁ ୨୮ ତାରିଖ ମଧ୍ୟରେ ୮ ଦିନ ଧରି ପାକିସ୍ତାନୀ ଜଳସୀମାରେ ଅଜଣା ଭାବରେ ଯାତ୍ରା କରୁଥିଲା। ଟ୍ୟାଙ୍କର୍ ନିଜ ପରିଚୟ ଲୁଚାଇବା ପାଇଁ ସେମାନଙ୍କର ସ୍ୱୟଂଚାଳିତ ପରିଚୟ ପ୍ରଣାଳୀ (ଏଆଇଏସ୍) ଓ ଅନ୍ୟାନ୍ୟ ସେନ୍ସରଗୁଡ଼ିକୁ ବନ୍ଦ କରିଦେଇଥିଲା ।
ପୁଲିସ ଆସଫାଲ୍ଟ ଷ୍ଟାରର କ୍ୟାପ୍ଟେନ୍ ଶ୍ୟାମ ବାହାଦୁର ଚୌହାନ ଓ ଅନ୍ୟ ଜଣେ କ୍ରୁ ସଦସ୍ୟଙ୍କୁ ମଧ୍ୟ ଗିରଫ କରିଛି। ସେମାନଙ୍କ ଉପରେ ତେଲ ଚୋରାଚାଲାଣ ଓ ଠକେଇର ଅଭିଯୋଗ ରହିଛି।ସେନ୍ସର ବନ୍ଦ ସମ୍ପର୍କରେ ପଚରାଉଚରା ସମୟରେ, ଜାହାଜର ମାଷ୍ଟର ଦକହିଥିଲେ ଭଏଜ୍ ଡାଟା ରେକର୍ଡର୍ (ଭିଡିଆର୍) କାମ କରୁନାହିଁ। ତଦନ୍ତରୁ ଜଣାପଡିଛି ଯେ ଆସଫାଲ୍ଟ ଷ୍ଟାର ଭାରତୀୟ କର୍ତ୍ତୃପକ୍ଷଙ୍କୁ ନଜଣାଇ ବେଆଇନ ଭାବରେ ଅଲ୍ ଜାଫଜିଆକୁ ୩୦ ମେଟ୍ରିକ୍ ଟନ୍ ଭାରୀ ଇନ୍ଧନ ତେଲ ଓ ରାସ୍ତା ନିର୍ମାଣରେ ବ୍ୟବହୃତ ୫୪୭୩ ମେଟ୍ରିକ୍ ଟନ୍ ବିଟୁମେନ୍ ଭାରତ ମହାସାଗରର ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍(ଇଇଜି)ରେ ଏମ୍ଟି ଷ୍ଟେଲାର ରୁବିକୁ ସ୍ଥାନାନ୍ତର କରିଛି।
ଜାହାଜରେ ମୋଟ ୫୫ ଜଣ ଲୋକ ଥିଲେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/21/21bbs_15_21022026_111-2026-02-21-13-45-20.jpg)