ସିଙ୍ଗୁର ରାଲିରେ ଗର୍ଜିଲେ ମୋଦୀ

Advertisment

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାରକୁ କଡ଼ା ସମାଲୋଚନା କରିଛନ୍ତି ।  

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାରକୁ କଡ଼ା ସମାଲୋଚନା କରିଛନ୍ତି ।  

18bbs_66_18012026_111

Photograph: (kanaknews)

କନକ ବ୍ୟୁରୋ :  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାରକୁ କଡ଼ା ସମାଲୋଚନା କରିଛନ୍ତି ।  ଐତିହାସିକ ସିଙ୍ଗୁର ମାଟିରୁ ପ୍ରଧାନମନ୍ତ୍ରୀ ରାଜ୍ୟର ବର୍ତ୍ତମାନର ଶାସନକୁ ‘ମହା ଜଙ୍ଗଲରାଜ’ ବୋଲି ଅଭିହିତ କରିଛନ୍ତି  ।  ସିଙ୍ଗୁରରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୧୫ ବର୍ଷ ଧରି ପଶ୍ଚିମବଙ୍ଗର ଜନସାଧାରଣ କୁଶାସନର ଚରମ ସୀମା ଦେଖିଛନ୍ତି ।  ସନ୍ଦେଶ ଖାଲିର ଅତ୍ୟାଚାର ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନରେ ଝିଅମାନଙ୍କ ଅସୁରକ୍ଷିତ ସ୍ଥିତି ଲୋକଙ୍କୁ ବିଚଳିତ କରିଛି ।  ଏହା ଶାସନ ନୁହେଁ, ଏଠାରେ ‘ମହା ଜଙ୍ଗଲରାଜ୍’ ଚାଲିଛି ଏବଂ ଏହାକୁ ଶେଷ କରିବା ସମୟ ଆସିଯାଇଛି। ରାଜ୍ୟରେ ସିଣ୍ଡିକେଟ୍ ସଂସ୍କୃତି ଏବଂ ଦାଦାବଟି ଶାସନ ଚାଲିଛି ବୋଲି ଅଭିଯୋଗ କରି ପ୍ରଧାନମନ୍ତ୍ରୀ ଟିଏମ୍‌ସି ସରକାରକୁ କଡ଼ା ସମାଲୋଚନା କରିଛନ୍ତି । 

ବିଧାୟକ ଧରିଲେ, ବାବୁ ଛାଡ଼ିଦେଲେ : ଜବତ ଗାଡ଼ି ରୟାଲିଟି ଫାଇନ ଆଦାୟ କରି ଛାଡ଼ିଦେବା ପରେ ଉଠିଲା ପ୍ରଶ୍ନ

ଏହି ଅବସରରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ପାଇଁ ୮୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। କୋଲକାତାରୁ ନୂଆଦିଲ୍ଲୀ, ବାରାଣସୀ ଏବଂ ଚେନ୍ନାଇକୁ ସଂଯୋଗ କରୁଥିବା ତିନୋଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ମଧ୍ୟ କରିଛନ୍ତି ।  ସିଙ୍ଗୁର ଇତିହାସକୁ ମନେ ପକାଇ ମୋଦୀ କହିଛନ୍ତି ଯେ, ଯେଉଁ ସିଙ୍ଗୁର ଦିନେ ଶିଳ୍ପାୟନର କେନ୍ଦ୍ର ହେବାର ସ୍ୱପ୍ନ ଦେଖିଥିଲା , ଆଜି ତାହା ରାଜନୈତିକ ସ୍ୱାର୍ଥ ଯୋଗୁଁ ପଛୁଆ ହୋଇ ରହିଛି ।

ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଯଦି ରାଜ୍ୟରେ ବିଜେପି କ୍ଷମତାକୁ ଆସେ, ତେବେ ‘ଡବଲ ଇଞ୍ଜିନ’ ସରକାର ରାଜ୍ୟରେ ବୃହତ୍‌ ଶିଳ୍ପ ପ୍ରତିଷ୍ଠା କରିବେ ଏବଂ ଯୁବକମାନଙ୍କୁ ରୋଜଗାର ପ୍ରଦାନ କରିବେ । 
୨୦୨୬ ନିର୍ବାଚନରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ପଲ୍‌ଟାନୋ ଦରକାର’ (ପରିବର୍ତ୍ତନ ଦରକାର) । ତୃଣମୂଳ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ‘ନିର୍ବାଚନୀ ପର୍ଯ୍ୟଟନ’ ବୋଲି କହି ପ୍ରତ୍ୟାଖ୍ୟାନ କରିଥିଲେ ମଧ୍ୟ ସିଙ୍ଗୁରରୁ ମୋଦୀଙ୍କ ଏହି ସମ୍ବୋଧନ ରାଜ୍ୟ ରାଜନୀତିକୁ ସରଗରମ କରିଛି ।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe