କନକବ୍ୟୁରୋ : ବିଧାୟକ ଧରିଲେ, ବାବୁ ଛାଡ଼ିଦେଲେ। ବେଆଇନ ବାଲି ଚୋରା ଚାଲାଣ ଉପରେ ଚଢ଼ାଉ କରି ବିଧାୟକ ବାଲି ଗାଡ଼ି ଧରିଥିଲେ ନବରଙ୍ଗପୁର ବିଧାୟକ । ବୈଧ ଦଲିଲ ନଥିବାରୁ ଛତିଶଗଡ଼ର ଗାଡ଼ିକୁ ଅଟକ ରଖାଯାଇଥିଲା । ଗାଡ଼ି ଓ ଯନ୍ତ୍ରପାତି ଉପରେ କଠୋର ଆଇନ୍ଗତ ପଦକ୍ଷେପ ଓ ନ୍ୟାୟିକ ପ୍ରକ୍ରିୟାରେ ଉଚିତ କାର୍ଯ୍ୟାନୁଷ୍ଠାନ ନନେଇ ଛାଡ଼ି ଦେଇଛନ୍ତି ପ୍ରାଶାସନିକ ବାବୁ। ଏହାପରେ ସ୍ଥାନୀୟ ଅଞ୍ଚଳରେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ଦେଖାଦେଇଛି। ବିଧାୟକ ଗୌରୀ ଶଙ୍କର ମାଝୀ, ସ୍ଥାନୀୟ ତହସିଲଦାର, ବିଡିଓ ଓ ପୁଲିସର ମିଳିତ ଚଢ଼ାଉରେ , ବରଗାଁ ବାଲି ସୈରାତରୁ ଧରାପଡ଼ିଥିଲା ବାଲି ଉତ୍ତୋଳନ କରୁଥିବା ହାଇଓ୍ବା ଓ ଟିପ୍ପର । ହାଇଓ୍ବା ଓ ଜେସିବିର କୌଣସି ବୈଧ କାଗଜପତ୍ର ନଥିବାରୁ ଗାଡ଼ି ୨ଟିକୁ ଜବତ ହୋଇଥିଲା ।
ତେଲଙ୍ଗାନାରେ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା! ପରିବାର ପକ୍ଷରୁ ଥାନାରେ ଏତଲା
ଆଶ୍ଚର୍ଯ୍ୟର କଥା, କୌଣସି ମାମଲା ନକରି, କେବଳ ୫୦ ହଜାର ଟଙ୍କାର ଜରିମାନା କରି ବାଲି ଗାଡ଼ିରୁ ଖଣି ଅଧିକାରୀ ଛାଡି ଦେଇଛନ୍ତି। ନିୟମାନୁସାରେ, ଏଭଳି ସ୍ଥଳେ ଗାଡ଼ି ଓ ଯନ୍ତ୍ରପାତି ଉପରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ହେବା କଥା। ହେଲେ ଏଠାରେ ମନମାନୀ କରାଯାଇଥିବା ଅଭିଯୋଗ ହୋଇଛି। କାହାର ଚାପରେ ଓ କେଉଁ ପରିସ୍ଥିତିରେ ଏତେ ସହଜରେ ଗାଡ଼ି ଛଡ଼ା ଗଲା ତା'ର ଯାଞ୍ଚ ପାଇଁ ସ୍ଥାନୀୟ ବାସିନ୍ଦା ଓ ସାମାଜିକ କର୍ମୀ ଦାବି କରିଛନ୍ତି । ଜବତ ବାଲିଗାଡ଼ି ୧୪ ବର୍ଷ ପୁରୁଣା । ଇନ୍ସ୍ୟୁରାନ୍ସ, ଫିଟନେସ୍ କିମ୍ବା ଓଡ଼ିଶାକୁ ଆସିବା ନେଇ କୌଣସି ପରମିଟ୍ ନଥିଲା ।
ଯଦି ସେମିତି ଗାଡ଼ି ଧରାପଡ଼ିଲେ, ୧୦ ଲକ୍ଷରୁ ଅଧିକ ୨୫ଲକ୍ଷରୁ କମ୍ ଓ ୧୦ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ୧ ଲକ୍ଷ ଟଙ୍କାର ଜରିମାନର ପ୍ରାବଧାନ ରହିଛି । ସେହିଭଳି ଜେସିବିକୁ ୨ ଲକ୍ଷ ଟଙ୍କା ଫାଇନ୍ ନିୟମ ରହିଛି । ନବରଙ୍ଗପୁରରୁ କିନ୍ତୁ ସମସ୍ତ ନିୟମକୁ ପଛକୁ ଠେଲି ପୋଡ଼ଶୀ ରାଜ୍ୟର ଗାଡ଼ି ପ୍ରତି ବିଭାଗୀୟ ବାବୁ ଦେଖାଇଛନ୍ତି କୋହଳ ମନୋଭାବ । ତେବେ କାହିଁକି ଏଭଳି ନରମ ଆଭିମୁଖ୍ୟ? ବିଭାଗୀୟ କାର୍ଯ୍ୟକଳାପ ପ୍ରତି ସନ୍ଦେହ ଆଶଙ୍କା କରିଛନ୍ତି ସ୍ଥାନୀୟ ବାସିନ୍ଦା। ଅନ୍ୟପଟେ ଏବାବଦରେ ମୁହଁ ଖୋଲିବାକୁ ନାରାଜ ଖଣି ଅଧିକାରୀ । ବାଲି ଚୋରିରେ ସଂଶ୍ଲିଷ୍ଟ ଅଧିକାରୀଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ଦାବି ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/18/18-2026-01-18-18-53-45.jpg)