ଚାରିଧାମକୁ ନେଇପାରିବେନି ଫୋନ୍ : ତୀର୍ଥସ୍ଥାନରେ ଭିଡିଓ କରିବା ମନା , ରିଲ୍, ବ୍ଲଗକୁ ନେଇ କଟକଣା

Advertisment

ଚାରିଧାମ ସହ ତୀର୍ଥ କ୍ଷେତ୍ରରେ ଲୋକେ ଭିଡିଓ କରି ରିଲ୍ସ  ବନାଉଥିବାରୁ ବାରମ୍ବାର ବିବାଦ ଦେଖାଦେଉଛି । ଏବେ ଏହି ଘଟଣାକୁ ନେଇ କଡ଼ା ହୋଇଛି ଶ୍ରୀକେଦାରନାଥ, ବ୍ରଦିନାଥ ମନ୍ଦିର ସମିତି । ଚାରିଧାମର ପବିତ୍ରତା ଓ ମର୍ଯ୍ୟାଦା ରକ୍ଷା କରିବାକୁ ପ୍ରଶାସନ ନେଇଛି ବଡ଼ ପଦକ୍ଷେପ । ଏଣିକି ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରି, ଓ ଯମୁନୋତ୍ରୀ ଧାମକୁ ଏଣିକି ଶ୍ରଦ୍ଧାଳୁ ନେଇପାରିବେନି ମୋବାଇଲ

ଚାରିଧାମ ସହ ତୀର୍ଥ କ୍ଷେତ୍ରରେ ଲୋକେ ଭିଡିଓ କରି ରିଲ୍ସ  ବନାଉଥିବାରୁ ବାରମ୍ବାର ବିବାଦ ଦେଖାଦେଉଛି । ଏବେ ଏହି ଘଟଣାକୁ ନେଇ କଡ଼ା ହୋଇଛି ଶ୍ରୀକେଦାରନାଥ, ବ୍ରଦିନାଥ ମନ୍ଦିର ସମିତି । ଚାରିଧାମର ପବିତ୍ରତା ଓ ମର୍ଯ୍ୟାଦା ରକ୍ଷା କରିବାକୁ ପ୍ରଶାସନ ନେଇଛି ବଡ଼ ପଦକ୍ଷେପ । ଏଣିକି ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରି, ଓ ଯମୁନୋତ୍ରୀ ଧାମକୁ ଏଣିକି ଶ୍ରଦ୍ଧାଳୁ ନେଇପାରିବେନି ମୋବାଇଲ

11-chardham-reels-ban-

କନକ ବ୍ୟୁରୋ: ଚାରିଧାମ ସହ ତୀର୍ଥ କ୍ଷେତ୍ରରେ ଲୋକେ ଭିଡିଓ କରି ରିଲ୍ସ  ବନାଉଥିବାରୁ ବାରମ୍ବାର ବିବାଦ ଦେଖାଦେଉଛି । ଏବେ ଏହି ଘଟଣାକୁ ନେଇ କଡ଼ା ହୋଇଛି ଶ୍ରୀକେଦାରନାଥ, ବ୍ରଦିନାଥ ମନ୍ଦିର ସମିତି । ଚାରିଧାମର ପବିତ୍ରତା ଓ ମର୍ଯ୍ୟାଦା ରକ୍ଷା କରିବାକୁ ପ୍ରଶାସନ ନେଇଛି ବଡ଼ ପଦକ୍ଷେପ । ଏଣିକି ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରି, ଓ ଯମୁନୋତ୍ରୀ ଧାମକୁ ଏଣିକି ଶ୍ରଦ୍ଧାଳୁ ନେଇପାରିବେନି ମୋବାଇଲ  ବରଂ ସେମାନଙ୍କ ମୋବାଇଲକୁ ସୁରକ୍ଷିତ ରଖିବାକୁ ବାହାରେ ବ୍ୟବସ୍ଥା କରାଯିବ । 

ଚାରିଧାମ ଯାତ୍ରା ପାଇଁ ଚାରଧାମ୍ ଯାତ୍ରା ଟ୍ରାଞ୍ଜିଟ୍ କ୍ୟାମ୍ପରେ ଗଡ଼ୱାଲ କମିସନର ବିନୟ ଶଙ୍କର ପାଣ୍ଡେୟଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏପରି ନିଷ୍ପତ୍ତି ହୋଇଛି  । ପ୍ରଶାସନର ନିର୍ଦ୍ଦେଶ ଅନୁସାରେ, ବଦ୍ରିନାଥରେ ସିଂହଦ୍ବାର ପୂର୍ବରୁ ମୋବାଇଲ ଫୋନ୍ ଉପରେ କଟକଣା ରହିବ । କେଦାରନାଥ , ଗେଙ୍ଗୋତ୍ରି ଓ ଯମୁନୋତ୍ରୀ ଧାମରେ ବି ମୋବାଇଲ ନେଇ ପାରିବେନି ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁଙ୍କ ମୋବାଇଲ ଜମା ରଖିବାକୁ ଉଚିତ ବ୍ୟବସ୍ଥା କରାଯିବ । ଯାତ୍ରୀଙ୍କ ପାଇଁ ଗେଷ୍ଟହାଉସ୍ ମାନଙ୍କରେ ଉଚିତ ବ୍ୟବସ୍ଥା କରାଯିବ । ପାର୍କିଙ୍ଗ ସ୍ଥାନଗୁଡିକୁ ଆହୁରି ବିକଶିତ କରାଯିବ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଡାକ୍ତର ଓ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ୧୫ ଦିନ ପାଇଁ ରୋଟେସନ୍ ଡ୍ୟୁଟିରେ ରହିବେ । ଏୟାର ଆମ୍ବୁଲାନ୍ସର ବ୍ୟବସ୍ଥା ବି ରହିବ ।  ଏଥର ଏସବୁ ତୀର୍ଥସ୍ଥାନରେ ପାର୍କିଂ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯିବ । ପୁଲିସ ଫୋର୍ସ ପାଇଁ ଫ୍ୟାବ୍ରିକେଟେଡ୍ ଘର ବନାଯିବ । 

ଅଧିକ ପଢ଼ନ୍ତୁ : ତେଲଙ୍ଗାନାରେ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା! ପରିବାର ପକ୍ଷରୁ ଥାନାରେ ଏତଲା

ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଋଷିକେଶ- ବ୍ରଦିନାଥରେ ମନ୍ଦିର ସମିତି ବିଶେଷସ୍ବତନ୍ତ୍ର ବ୍ୟବସ୍ଥା କରିଛି । ଧାମରେ ପ୍ରବେଶ କରିବା ପୂର୍ବରୁ ମୋବାଇଲ ଫୋନ୍ ଜମା କରିବା ଏବଂ ସୁରକ୍ଷିତ ରଖିବାକୁ କାଉଣ୍ଟର ବନାଯିବ । ଚାରିଧାମକୁ ଯାତ୍ରା ସୁଗମ କରିବାକୁ ସଡ଼କ ଓ ସଂଚାର ବ୍ୟବସ୍ଥାକୁ ତ୍ବରାନ୍ବିତ କରାଯିବ । ଯାତ୍ରା ଆରମ୍ଭ ଅଗାରୁ ସବୁ ରାସ୍ତାକୁ ମରାମତି କରାଯିବ । ଚଳିତ ବର୍ଷ ରେଜିଷ୍ଟ୍ରେସନ୍ ବ୍ୟବସ୍ଥାକୁ ୬ହ ପ୍ରତିଶତ ଅଫଲାଇନ୍ ଓ ୪୦ ପ୍ରତିଶତ ଅନଲାଇନ୍ କରାଯାଇଛି। ଭିଡ଼ ନିୟନ୍ତ୍ରଣ କରିବାକୁ ପଞ୍ଜୀକରଣ କାଉଣ୍ଟର ସଂଖ୍ୟା ବି ବଢ଼ାଯିବ  । ଜାମ୍ ସମସ୍ୟାକୁ ସମ୍ଭାଳିବାକୁ ସଟଲ ସେବା କାର୍ଯ୍ୟକ୍ଷମ ହେବ । 

ଗତ ବର୍ଷ ତୁଳନାରେ ଏବର୍ଷ ଅଧିକ ୫୦ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆକଳନ କରାଯାଉଛି । ଏସବୁ ପରେ ବି ଚାରିଧାମର ସୁରକ୍ଷା, ସ୍ବଚ୍ଛତା ଓ ଗାରିମାକୁ ଅକ୍ଷୁର୍ଣ୍ଣ ରଖିବାକୁ ସମସ୍ତ ଦିଗକୁ ଗୁରୁତ୍ବ ଦିଆଯିବା ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯିବ ବୋଲି ପ୍ରଶାସନ କହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe