Mobile Recharge Plan Hike: ୧୯୯ ରିଚାର୍ଜ ହେବ ୨୯୯ ଟଙ୍କା, ୮୯୯ ରିଚାର୍ଜ ହେବ ୯୯୯ ଟଙ୍କା !

ଟେଲିକମ୍ କମ୍ପାନି ଜିୟୋ, ଏୟାରଟେଲ୍ ଆଉ ଭୋଡାଫୋନ୍-ଆଇଡିଆ ନିଜର କୋଟି କୋଟି ଗ୍ରାହକଙ୍କୁ ଦେବାକୁ ଯାଉଛନ୍ତି ବଡ଼ ଝଟକା । କାହିଁକି ନା ଖୁବଶୀଘ୍ର ମହଙ୍ଗା ହେବାକୁ ଯାଉଛି ମୋବାଇଲ୍ ରିଚାର୍ଜ ପ୍ଲାନ୍ । ନୂଆ ରିପୋର୍ଟ ଅନୁସାରେ, ଆସନ୍ତା ମାସ ୧ ତାରିଖରେ ମୋବାଇଲ୍ ରିଚାର୍ଜ ପ୍ଲାନ୍ ୧୦ରୁ ୧୨ ପ୍ରତିଶତ ବୃଦ୍ଧି ପାଇପାରେ । ଯାହା ହେଲେ ବର୍ତ୍ତମାନ ୧୯୯ ଟଙ୍କା ଥିବା ରିଚାର୍ଜ ପ୍ଲାନର ଦାମ ବୃଦ୍ଧି ପାଇ ୨୯୯ ଟଙ୍କା ହେବା ସହିତ ୮୯୯ ଟଙ୍କିଆ ରିଚାର୍ଜ ପ୍ଲାନ୍ ୯୯୯ ଟଙ୍କାକୁ ବୃଦ୍ଧି ପାଇବ ।

Recharge Plan Hike

Recharge Plan Hike Photograph: (KANAK NEWS)

କନକ ବ୍ୟୁରୋ: ଟେଲିକମ୍ କମ୍ପାନି ଜିୟୋ, ଏୟାରଟେଲ୍ ଆଉ ଭୋଡାଫୋନ୍-ଆଇଡିଆ ନିଜର କୋଟି କୋଟି ଗ୍ରାହକଙ୍କୁ ଦେବାକୁ ଯାଉଛନ୍ତି ବଡ଼ ଝଟକା । କାହିଁକି ନା ଖୁବଶୀଘ୍ର ମହଙ୍ଗା ହେବାକୁ ଯାଉଛି ମୋବାଇଲ୍ ରିଚାର୍ଜ ପ୍ଲାନ୍ । ନୂଆ ରିପୋର୍ଟ ଅନୁସାରେ, ଆସନ୍ତା ମାସ ୧ ତାରିଖରେ ମୋବାଇଲ୍ ରିଚାର୍ଜ ପ୍ଲାନ୍ ୧୦ରୁ ୧୨ ପ୍ରତିଶତ ବୃଦ୍ଧି ପାଇପାରେ । ଯାହା ହେଲେ ବର୍ତ୍ତମାନ ୧୯୯ ଟଙ୍କା ଥିବା ରିଚାର୍ଜ ପ୍ଲାନର ଦାମ ବୃଦ୍ଧି ପାଇ ୨୯୯ ଟଙ୍କା ହେବା ସହିତ ୮୯୯ ଟଙ୍କିଆ ରିଚାର୍ଜ ପ୍ଲାନ୍ ୯୯୯ ଟଙ୍କାକୁ ବୃଦ୍ଧି ପାଇବ ।

ବର୍ତ୍ତମାନ ସୁଦ୍ଧା ଜିୟୋ, ଏୟାରଟେଲ୍, ଆଉ ଭୋଡାଫୋନ୍ ଆଇଡିଆ କମ୍ପାନି ରିଚାର୍ଜ ପ୍ଲାନ୍ ବୃଦ୍ଧି ନେଇ କୌଣସି ଘୋଷଣା କରିନଥିଲେ ବି, ଆସନ୍ତା ମାସ ୧ ତାରିଖରୁ ରିଚାର୍ଜ ପ୍ଲାନର ଦାମ ବଢ଼ିପାରେ ବୋଲି ଖବର ଆସିଛି । ତେବେ ବର୍ତ୍ତମାନ ସମୟରେ ୮୪ ଦିନର ଭାଲିଡିଟି ସହିତ ୨ ଜିବି ଡାଟା ମିଳୁଥିବା ପ୍ଲାନର ଦାମ ରହିଛି ୯୪୯ ଟଙ୍କାରୁ ୯୯୯ ଟଙ୍କା । ତେଣୁ ଆଗକୁ ଏହି ଦାମ ଆହୁରି ବଢ଼ିଲେ ରିଚାର୍ଜ ପ୍ଲାନର ଦାମ ମଧ୍ୟ ବୃଦ୍ଧି ପାଇବ ।

ଆହୁରି ପଢ଼ନ୍ତୁ : କେନ୍ଦୁଝର ବଡ଼ବିଲରେ ୪ ଅଭିଯୁକ୍ତଙ୍କ ଘର ଭାଙ୍ଗିଲା ପ୍ରଶାସନ

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ୧୯୯ ଟଙ୍କିଆ ରିଚାର୍ଜ ପ୍ଲାନର ଦାମ ବଢ଼ିଯିବ । ଯାହାକି ବର୍ଦ୍ଧିତ ଦର ସହିତ ୨୯୯ ଟଙ୍କା ହେବ । ସେହିପରି ୮୯୯ ପ୍ଲାନ ବଢ଼ି ୯୯୯ ଟଙ୍କା ହେବ । ତେବେ ଏୟାରଟେଲ୍ ଆଉ ଭୋଡାଫୋନ୍ ଆଇଡିଆ ଦୀର୍ଘ ସମୟ ଧରି ଟାରିଫ୍ ପ୍ଲାନରେ ସୁଧାର ଆଣିବାକୁ ଚେଷ୍ଟା କରି ଆସୁଛନ୍ତି । ୫ଜି ଆସିବା ପରେ ଏହି ଟାରିଫ୍ ପ୍ଲାନରେ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଥିଲା । ଆଉ ସତକୁ ସତ ଆସନ୍ତା ମାସରୁ ଏହି ଦାମ ବୃଦ୍ଧି ପାଇବ ବୋଲି ଚର୍ଚ୍ଚା ହେଉଛି । 

ଆହୁରି ପଢ଼ନ୍ତୁ : ବିବାହ ପୂର୍ବରୁ କରନ୍ତୁନାହିଁ ଏହି ଭୁଲ

ଏହା ପୂର୍ବରୁ ମଧ୍ୟ ଏୟାରଟେଲ୍ ସହିତ ଜିୟୋ ଆଉ ଭୋଡାଫୋନ୍ ଆଇଡିଆ ନିଜର ରିଚାର୍ଜ ପ୍ଲାନର ଦାମକୁ ବୃଦ୍ଧି କରିଥିଲେ । ଯାହାକି ଗ୍ରାହକମାନଙ୍କ ଟେନସନକୁ ବଢ଼ାଇ ଦେଇଥିଲା । ତେଣୁ ଏବେ ପୁଣିଥରେ ରିଚାର୍ଜ ପ୍ଲାନର ଦାମ ବଢ଼ିଲେ ଏହା ୟୁଜର୍ସଙ୍କ ପକେଟ୍ ଉପରେ ପ୍ରଭାବ ପକାଇବ । ଖାସ୍ କରି ଡାଟାକୁ ଛାଡ଼ି କେବଳ କଲ୍ ପାଇଁ ମୋବାଇଲ୍ ବ୍ୟବହାର କରୁଥିବା ଲୋକମାନେ ଏହାଦ୍ୱାରା ପ୍ରଭାବିତ ହେବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe