Kanak-News-Odisha-Nirman-Conclave-2025 , ମୋବାଇଲ୍ ସ୍ୱାମୀ, ସ୍ତ୍ରୀକୁ ଅଲଗା କରିଦେଲାଣି' : ଆଶୁତୋଷ, ବରିଷ୍ଠ ସାମ୍ବାଦିକ

ଆଜି କନକ ନ୍ୟୁଜ୍‌ର ‘ଓଡ଼ିଶା ନିର୍ମାଣ କନକ୍ଲେଭ୍-୨୦୨୫’ର ଆରମ୍ଭ ହୋଇଛି। ସକାଳ ୧୦ଟା ୩୦ରୁ କନକ ନ୍ୟୁଜରେ ଏହାର ସିଧା ପ୍ରସାରଣ ଆରମ୍ଭ ହୋଇଛି ।

SENIOR JOURNALIST

Photograph: (KANAKNEWS)

କନକ ବ୍ୟୁରୋ  : ଆଜି କନକ ନ୍ୟୁଜ୍‌ର ‘ଓଡ଼ିଶା ନିର୍ମାଣ କନକ୍ଲେଭ୍-୨୦୨୫’ର ଆରମ୍ଭ ହୋଇଛି। ସକାଳ ୧୦ଟା ୩୦ରୁ କନକ ନ୍ୟୁଜରେ ଏହାର ସିଧା ପ୍ରସାରଣ ଆରମ୍ଭ ହୋଇଛି । ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହାର ଶୁଭାରମ୍ଭ ହୋଇଛି ।  ଏହି କନକ୍ଲେଭରେ ବରିଷ୍ଠ ସାମ୍ବାଦିକ  ଆଶୁତୋଷ ଯୋଗ ଦେଇ କହିଛନ୍ତି  , ଆମେ ଏବେ ଏଆଇ ଯୁଗରେ ରହୁଛେ । ଆଉ ଆମ ହାତରେ ଥିବା ଆମକୁ ଏମିତି ଗୋଟିଏ ଦୁନିଆକୁ ନେଇଯାଉଛି, ଯାହା ଆମ ଭିତରେ ଥିବା ଚିନ୍ତା କରିବାର କ୍ଷମତାକୁ ଅନ୍ୟ ଉପରେ ନିର୍ଭର କରାଉଛି  ।  

ଅଧିକ ପଢନ୍ତୁ.... Kanak-News-Odisha-Nirman-Conclave-2025 'ଜଗନ୍ନାଥ ଆମକୁ ସବୁକିଛି ଦେଇଛନ୍ତି ,କିନ୍ତୁ ଆମେ ଗରିବ' : ସୌମ୍ୟରଞ୍ଜନ ପଟ୍ଟନାୟକ

SENIOR JOURNALIST
Photograph: (KANAKNEWS)

ସାମ୍ବାଦିକତା କରିବା ସମୟରେ ଆମକୁ କିଛି ଦରକାର ହେଲେ ଆମେ ଲାଇବ୍ରେରି ଯାଉଥିଲୁ , ହେଲେ ଏବେ ଆମକୁ ସବୁକିଛି ଗୁଗୁଲରୁ ମିଳିଯାଉଛି  ।  ପୂର୍ବରୁ ଆମକୁ ଫୋନ୍ ନମ୍ବର ମନେରଖିବାକୁ ପଡ଼ୁଥିଲା, ହେଲେ ଏବେ ଆଉ ସେମିତି କିଛି ବି ନାହିଁ  । ପ୍ରତିଦିନ ଆମେ ମନେ ରଖିବାର  କ୍ଷମତା ମଧ୍ୟ ଆମେ ହରାଉଛେ ।  

ଏଥିସହ ସେ  ଆହୁରି କହିଛନ୍ତି  , ମୋବାଇଲ୍ ସ୍ୱାମୀ, ସ୍ତ୍ରୀକୁ ଅଲଗା କରିଦେଲାଣି  , ଯିଏ ଧନୀ, ସେ ସବୁବେଳେ ଦୁନିଆକୁ କିଛି ଦେଇଛି । ମାର୍କ ଜୁକରବର୍ଗ ଦୁନିଆକୁ ଫେସବୁକ୍ ଦେଲେ । ବିଲ୍ ଗେଟସ୍ ଦୁନିଆକୁ ମାଇକ୍ରୋସଫ୍ଟ ଦେଲେ, ଜେଫ୍ ବେଜୋସ୍ ଦୁନିଆକୁ ଆମାଜନ୍ ଦେଲେ  । ଆଉ ଆଜି ଏହି ଲୋକମାନେ ବିଶ୍ୱର ଧନୀ ବ୍ୟକ୍ତିତ୍ୱ  ।  ଆମେ ଆମ ଟ୍ୟାଲେଣ୍ଟକୁ ଗୁରୁତ୍ୱ ଦେଉନେ ।  ଆମେ କେବଳ କୋଠା ଘରେ ବିଶ୍ୱବିଦ୍ୟାଳୟ ଖୋଜୁଛେ ।  

ASHUTOSH
Photograph: (KANAKNEWS)

ବିଶ୍ୱଗୁରୁ ହେବାକୁ ହେଲେ, ଆମକୁ କିଛି ନୂଆ କରିବାକୁ ପଡ଼ିବ । ହେଲେ ଗତ କିଛି ବର୍ଷ ଭିତରେ ଭାରତରେ ସାମ୍ବାଦିକତା ବହୁତ ତଳକୁ ଖସିସାରିଛି ।  ଆମେରିକାରେ ଟ୍ରମ୍ପଙ୍କୁ ଆଜି ବି ଆଖିରେ ଆଖି ମିଶାଇ ସାମ୍ବାଦିକ ପ୍ରଶ୍ନ କରୁଛନ୍ତି ।  ହେଲେ ଆମେ କାହିଁକି ପ୍ରଶ୍ନ କରିବାର ଶକ୍ତି ହରାଇଛେ ।  ପ୍ରଶ୍ନ କରିବା ଆମେ କାହିଁକି ଭୁଲିଯାଉଛେ । ଏପରି ହେଲେ ଆମେ ବିଶ୍ୱଗୁରୁ ହୋଇପାରିବା ନାହିଁ ।  

ashutosh
Photograph: (kanaknews)

ଯଦି ଗାନ୍ଧିଜୀ ଇଂରେଜଙ୍କ ଆତଙ୍କ ବିରୋଧରେ ଠିଆ ହୋଇନଥାନ୍ତେ, ଆମେ କଣ ସ୍ୱାଧୀନ ହୋଇଥାନ୍ତେ  ।  ଇଂରେଜଙ୍କ ଲାଠି ଯଦି ଗାନ୍ଧିଜୀଙ୍କ ଅଣ୍ଟା ଭାଙ୍ଗିବାର ଭୟ ଥାଆନ୍ତା ,  ଭଗତ ସିଂଙ୍କୁ ଯଦି ଫାଶୀ ହେବାର ଭୟ ରହିଥାନ୍ତା ତେବେ ଆମେ କଣ ସ୍ୱାଧୀନ ହୋଇଥାନ୍ତେ ।  ଆମେ ସତ କହିବାକୁ କାହିଁକି ଭୁଲିଯାଇଛେ ।   ଏଥିସହ ସେ କହିଛନ୍ତି  ଆମେ ସବୁବେଳେ ବିଦେଶୀ ଲୋକଙ୍କ କଥା ଶୁଣୁଛେ, ଆଉ ନିଜ ଲୋକଙ୍କୁ ଭୁଲିଯାଉଛେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe