ଆହାର କେନ୍ଦ୍ରରେ ୧୦ ଟଙ୍କିଆ ଥାଳି! ଅନୁଧ୍ୟାନ ପାଇଁ ପହଞ୍ଚିଲେ ବିଧାୟକ

Advertisment

ରାଉରକେଲା ସରକାରୀ ବସ୍‌ଷ୍ଟାଣ୍ଡ ଆହାର କେନ୍ଦ୍ରରେ ଏଭଳି ସ୍ଥିତି ନେଇ କନକ ନ୍ୟୁଜ୍‌ରେ ଖବର ପ୍ରସାରଣ ପରେ ଆଜି ହଠାତ୍ ଆହାର କେନ୍ଦ୍ରରେ ପହଞ୍ଚିଥିଲେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ତନ୍ତୀ। ଆହାର କେନ୍ଦ୍ର କର୍ମଚାରୀଙ୍କୁ ପଚରାଉଚରା କରିବା ସହ କିଭଳି ଭାବରେ ୧୦ ଟଙ୍କିଆ ଆହାର ଥାଳି ଲୋକଙ୍କୁ ଦିଆଯାଉଛି ସେ ନେଇ ପ୍ରଶ୍ନ କରିଛନ୍ତି l

RKL

RKL Photograph: (KANAK NEWS)

କନକ ବ୍ୟୁରୋ : ଆହାର କେନ୍ଦ୍ରରେ କିଏ ବଢ଼ାଇଲା ଖାଇବା ଦର । ୫ ଟଙ୍କା ବଦଳରେ ୧୦ ଟଙ୍କା ଦେଉଛନ୍ତି ଗ୍ରାହକ। ଏ ନେଇ କନକ ନ୍ୟୁଜ୍‌ରେ ଖବର ପ୍ରସାରଣ ପରେ ସ୍ଥାନୀୟ ବିଧାୟକ ନିଜେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏ ନେଇ କମିସନରଙ୍କୁ ଜଣାଇବେ ବୋଲି ବିଧାୟକ କହିଛନ୍ତି । ରାଉରକେଲା ସରକାରୀ ବସ୍‌ଷ୍ଟାଣ୍ଡ ଆହାର କେନ୍ଦ୍ରରେ ଏଭଳି ସ୍ଥିତି ନେଇ କନକ ନ୍ୟୁଜ୍‌ରେ ଖବର ପ୍ରସାରଣ ପରେ ଆଜି ହଠାତ୍ ଆହାର କେନ୍ଦ୍ରରେ ପହଞ୍ଚିଥିଲେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ତନ୍ତୀ। ଆହାର କେନ୍ଦ୍ର କର୍ମଚାରୀଙ୍କୁ ପଚରାଉଚରା କରିବା ସହ କିଭଳି ଭାବରେ ୧୦ ଟଙ୍କିଆ ଆହାର ଥାଳି ଲୋକଙ୍କୁ ଦିଆଯାଉଛି ସେ ନେଇ ପ୍ରଶ୍ନ କରିଛନ୍ତି l ଏପରିକି ଆହାର କେନ୍ଦ୍ରରେ ଖାଉଥିବା ଲୋକଙ୍କୁ ମଧ୍ୟ ପଚରାଉଚରା କରିଛନ୍ତି ବିଧାୟକ l ଏନେଇ କମିସନରଙ୍କୁ ଜଣାଇବା ସହ ଦୃଢ କାର୍ଯାନୁଷ୍ଠାନ ପାଇଁ ଦାବି କରିବେ ବୋଲି ବିଧାୟକ କହିଛନ୍ତି । 

ଆହାର କେନ୍ଦ୍ରରେ ଦୁଇ ପ୍ରକାରର ଥାଳି ରହିଛି। ଗୋଟିଏ ୫ ଟଙ୍କିଆ ଏବଂ ଆଉ ଏକ ୧୦ ଟଙ୍କିଆ ଥାଳି। ଲୋକେ ନିଜ ମନ ମୁତାବକ କିଏ ୫ ଟଙ୍କା ତ କିଏ ୧୦ ଟଙ୍କିଆ ଥାଳି ନେଇ ଖାଉଛନ୍ତି। ଏପରିକ ଆହାର କେନ୍ଦ୍ରକୁ ଆସୁଥିବା ଖାଦ୍ୟର ମାନ ଠିକ ନଥିବା ସହ ପିଇବା ପାଣିର ସୁବିଧା ନ ଥିବା ଲୋକେ ଅଭିଯୋଗ କରିଥିଲେ। ଏ ନେଇ ଗତକାଲି କନକ ନ୍ୟୁଜ୍‌ରେ ଖବର ପ୍ରସାରଣ ହୋଇଥିଲା । 

ଅଧିକ ପଢ଼ନ୍ତୁ---୫ ବର୍ଷ ବିତିଲାଣି ସରୁନି ଘର କାମ ; ବିବାଦରେ ଦେଓମାଳି ହାଇଟ୍ସ୍ ଆପାର୍ଟମେଣ୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe