କନକ ବ୍ୟୁରୋ : ଘର ଖଣ୍ଡିଏ ପାଇଁ ବର୍ଷ ବର୍ଷର କଷ୍ଟ ଅର୍ଜିତ ସମ୍ପତ୍ତି ଲଗାଇଦେଇଥଲେ। କିନ୍ତୁ ଚୁକ୍ତିର ପାଞ୍ଚ ବର୍ଷ ପରେ ବି କୋଠା କାମ ସାରିବା ଦିଗରେ ପଦକ୍ଷେପ ନେଉନି ଠିକା ସଂସ୍ଥା। ବିଭିନ୍ନ ଆଳ ଦେଖାଇ ଟଙ୍କା ମାଗିବା ସହ ଧମକଚମକ ଦେଉଛି । ପାଞ୍ଚ ମହଲା ଅନୁମତି ପାଇଥିଲେ ଭି ଷଷ୍ଠ ମହଲା କାମ କରୁଛି ନିର୍ମାଣକାରୀ ସଂସ୍ଥା । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସିମିଳିଗୁଡା ଦେଓମାଲି ହାଇଟ୍ସ ଆପାଟମେଣ୍ଟ ବାସିନ୍ଦା । 

Advertisment

ଆପାର୍ଟମେଣ୍ଟରେ ରହିବାର ସ୍ବପ୍ନ ଏବେ ସିମିଳିଗୁଡାର କିଛି ବାସୀନ୍ଦାଙ୍କ ପାଇଁ କାଳ ସାଜିଛି । ସିମିଳିଗୁଡାରେ ଦେଓମାଳି ହାଇଟ୍ସ ଆପାଟମେଣ୍ଟରେ ଘର କିଣିଥିଲେ ଲୋକେ । ରେରା ଅନୁମତି ମିଳିଥିବା ଦେଖି ୨୦୨୦ ମସିହାରେ ଆପଟମେଣ୍ଟ ନେବାକୁ ନାମ ପଞ୍ଜିକରଣ କରିଥିଲେ । ଚୁକ୍ତି ଅନୁଯାୟୀ, ଦେଢ଼ ବର୍ଷରେ ଘର କାମ ସରିବା କଥା । ହେଲେ ୫ ବର୍ଷ ବିତିଯାଇଥିଲେ ବି ନିର୍ମାଣ ସମ୍ପୂର୍ଣ୍ଣ ଶେଷ ହୋଇନି । ଠିକା ସଂସ୍ଥା ଅଧା  କାମ କରି ଛାଡି ଦେଇଛି । ବାରମ୍ବାର କହିବା ପରେ ଭି ଶୁଣୁନି ସଂସ୍ଥା ।  ଅନ୍ୟପଟେ ସୁନାବେଡ଼ା ପୌରସଂସ୍ଥା ବିନା ତଦାରଖରେ କାମ ସମାପ୍ତ ସାର୍ଟିଫିକେଟ୍‌ ପ୍ରଦାନ କରିବାକୁ ନେଇ ଉଠିଛି ପ୍ରଶ୍ନ । 

ଅଧିକ ପଢ଼ନ୍ତୁ---ସିଷ୍ଟମ୍ ହେବ ତ ଏମିତି ... ଡଷ୍ଟବିନରେ ପଡ଼ିଗଲା ୧୨ ଲକ୍ଷର ସୁନା , ଘରକୁ ଆସି ଫେରାଇଲା ପୁଲିସ

ଠିକା ସଂସ୍ଥା ଘର କାମ କରୁନଥିବାରୁ ବାଧ୍ୟ ହୋଇ ପୁଣି ନିଜ ଟଙ୍କା ଖର୍ଚ୍ଚ କରି ଘର କାମ କରୁଛନ୍ତି ଲୋକେ। ଯଦି ଆଗାମୀ ଦିନରେ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ କରିବାକୁ ଚେତାବନୀ  ଦେଇଛନ୍ତି ଆପଟମେଣ୍ଟ ବାସିନ୍ଦା। ଅନ୍ୟ ପଟେ ଠିକା ସଂସ୍ଥାର ମାଲିକ ସୁବାସ ରାଉତଙ୍କୁ ପଚାରିବାରୁ ସେ ଏଭଳି ଅଭିଯୋଗ କୁ ଖଣ୍ଡନ କରିବା ବିଦେଶରେ ଥିବା କହିଛନ୍ତି ।