ମୋକିମ ଫାଉଣ୍ଡେସନର ଯୁବ ସମାବେଶରେ ଯୋଗଦେଲେ ସୋଫିଆ ; ବାପାଙ୍କ ଲଢ଼େଇରେ ସାମିଲ ହେବାକୁ ଦେଲେ ଆହ୍ବାନ

Advertisment

ମୋକିମଙ୍କ ନୂଆ ଦଳ ଗଠନ ପୂର୍ବରୁ ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ପଡ଼ିଲା ମୂଳଦୁଆ । ଜାତୀୟ ଯୁବ ଦିବସରେ ଯୁବ ଗୋଷ୍ଠୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କଲେ ମହମ୍ମଦ ମୋକିମ ।

ମୋକିମଙ୍କ ନୂଆ ଦଳ ଗଠନ ପୂର୍ବରୁ ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ପଡ଼ିଲା ମୂଳଦୁଆ । ଜାତୀୟ ଯୁବ ଦିବସରେ ଯୁବ ଗୋଷ୍ଠୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କଲେ ମହମ୍ମଦ ମୋକିମ ।

sofia

sofia Photograph: (kanak news)

କନକ ବ୍ୟୁରୋ : ମୋକିମଙ୍କ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସାଜିଲେ ସୋଫିଆ । ମୋକିମଙ୍କ ନୂଆ ଦଳ ଗଠନ ପୂର୍ବରୁ ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ପଡ଼ିଲା ମୂଳଦୁଆ । ଜାତୀୟ ଯୁବ ଦିବସରେ ଯୁବ ଗୋଷ୍ଠୀଙ୍କୁ ନେଇ ଶକ୍ତି ପ୍ରଦର୍ଶନ କଲେ ମହମ୍ମଦ ମୋକିମ । ତେବେ ରୋଚକ କଥା ହେଉଛି ମୋକିମଙ୍କ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କଂଗ୍ରେସ ବିଧାୟିକା ତଥା ତାଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ।  ସୋଫିଆଙ୍କ ସହ ଅଛନ୍ତି ବିଜେଡି ବିଧାୟକ ସୁନୀଲ ମହାନ୍ତି, ଧର୍ମଶାଳା ବିଧାୟକ ତଥା ବିଜେପି ନେତା ହିଂମାଶୁ ଶେଖର ସାହୁ ଯୋଗଦେଇଛନ୍ତି । 

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋକିମ କହିଛନ୍ତି, ଓଡ଼ିଶାର ବିକାଶ ପାଇଁ ଯୁବ ଗୋଷ୍ଠିର ଆବଶ୍ୟକତା ରହିଛି । ମାର୍ଚ୍ଚ ମାସରେ ନୂଆ ଦଳ ଗଠନ ହେବ । ରାଜନୀତି ହେଉଛି ଶ୍ରେଷ୍ଠ ନୀତି, ତେଣୁ ରାଜ୍ୟର ବିକାଶ ପାଇଁ ଯୁବକ ମାନଙ୍କ ଆବଶ୍ୟକତା ଥିବାରୁ ଆଗାମୀ ଦିନରେ ନୂଆ ଦଳର ଆବଶ୍ୟକତା ରହିଛି । ଏହି ଅବସରରେ ସୋଫିଆ ଆହୁରି କହିଛନ୍ତି, ବାପା ଗୋଟିଏ ମୁଦ୍ଦା ନେଇ ଆଗକୁ ବଢ଼ିଲେ କେହି ତାଙ୍କୁ ଅଟକାଇ ପାରିବେ ନାହିଁ । ସ୍ୱାମୀ ବିବେକାନନ୍ଦ ଯୁବକଙ୍କୁ ସାହସ ଦେଉଛନ୍ତି। ଦେଶ ଆମର ପ୍ରଥମ ଦାୟିତ୍ୱ । 

ଅଧିକ ପଢ଼ନ୍ତୁ---ଓଡ଼ିଶାରେ ବଡ଼ ଧରଣର ସାଇବର ଲୁଟ୍‌ର ପର୍ଦ୍ଦାଫାସ; ଆସାମରୁ ବନ୍ଧାହେଲେ ଲୁଟେରା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe