କନକ ବ୍ୟୁରୋ; ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଇସ୍ତଫା ପ୍ରସଙ୍ଗ ନାଟକୀୟ ମୋଡ଼ ନେଲାଣି । ପ୍ରଥମେ ବିଧାୟକଙ୍କୁ ଦୁର୍ନୀତିଗ୍ରସ୍ତ ଓ ବିଶ୍ବାସଘାତକ କହି ଦଳରୁ ତଡିଲା ବିଜେଡି । ଆଉ ଯେବେ ପ୍ରମାଣ ମାଗିଲେ ବିଧାୟକ, ସେବେ ମିଡ଼୍ ଡେ ଅପରେସନ ଥିଓରି ଆଣିଛି ବିଜେଡି। କେବଳ ସେତିକି ନୁହେଁ, ବୁଲେଇ ବଙ୍କେଇ ଜଣାଇଦେଇଛି ଯେ ବିଜୟ ମହାପାତ୍ରଙ୍କ ପାଇଁ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ହେଲେ ଅରବିନ୍ଦ କିନ୍ତୁ ନଛୋଡବନ୍ଧା ନବୀନଙ୍କୁ ପ୍ରଶ୍ନ ପଚାରିବାକୁ ପଣ କରିଛନ୍ତି ।
ଗତ ୪୮ ଘଣ୍ଟା ଧରି ରାଜ୍ୟ ରାଜନୀତିରେ ଗୋଟିଏ ପ୍ରଶ୍ନକୁ ନେଇ ଚର୍ଚ୍ଚା । କାହିଁକି ଅପ୍ରତ୍ୟାଶିତ ଭାବେ ବିଜେଡି ମୁଖିଆ ନବୀନ ବିଜୟ ମହାପାତ୍ରଙ୍କ ପୁଅଙ୍କ ଉପରେ ନେଲେ ବଡ କାର୍ଯ୍ୟାନୁଷ୍ଠାନ? ଏହାର ଉତ୍ତର ନ ଦେଇ କିନ୍ତୁ ବିଜେଡି ଆଜି ଭିନ୍ନ ସଫେଇ ଦେଇଛି। ଦଳୀୟ ନେତା ପରୋକ୍ଷରେ ଜଣାଇଛନ୍ତି ଯେ ବିଜୟଙ୍କ ପାଇଁ ହିଁ ଦଣ୍ଡ ଭୋଗିଲେ ପୁଅ ଅରବିନ୍ଦ। ବିଜେଡି କହିଛି, ଦଳକୁ ଭାଙ୍ଗିବାକୁ ମିଡ୍ ନାଇଟ୍ ଅପରେସନ୍ ଭଳି ମିଡ୍ ଡେ’ ଅପରେସନ୍ ହେଉଥିଲା । ଦଳକୁ ଦୁର୍ବଳ କରିବାକୁ ଷଡ଼୍ଯନ୍ତ୍ର କରାଯାଇଥିଲା; ଏଥିରେ ବିଜୟ, ଅରବିନ୍ଦ ଓ ସନାତନ ମହାକୁଡ଼ ଅଂଶ ବିଶେଷ ଥିଲେ ।
ଅଧିକ ପଢନ୍ତୁ: ବିଜେଡିରେ ତେଜିଲା ଘର କଳି: ବିଧାୟକ ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କଲେ ନବୀନ
ଅତୀତରେ ଅନେକ ନେତାଙ୍କ ବିରୋଧରେ ବଡ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନବୀନ। କାହାକୁ ଦଳବିରୋଧୀ ତ କାହାକୁ ଜନବିରୋଧୀ ଆଖ୍ୟା ଦେଇ ବିଦା କରିଛନ୍ତି । ଦଳରୁ ବିଦା ହେବା ପରେ ଅନେକ ନେତା ମୁହଁ ଖୋଲନ୍ତିନି । ହେଲେ ବିଜୟଙ୍କ ପୁଅ ତୁଣ୍ଡରେ ତୁଣ୍ଡି ନଦେଇ ପ୍ରଶ୍ନବାଣରେ ବିଜେଡିର ଶୀର୍ଷ ନେତୃତ୍ବଙ୍କୁ ଘାଇଲା କରୁଛନ୍ତି । ଗତକାଲି ପାଟକୁରାରେ ଶକ୍ତି ପ୍ରଦର୍ଶନ ପରେ ଆଜି ରାଜଧାନୀରେ ପ୍ରେସମିଟ୍ କରି କହିଛନ୍ତି, ବିଜେଡି ଆଣିଥିବା ଅଭିଯୋଗ ଭିତ୍ତିହୀନ । ପ୍ରମାଣ ନଦେବା ଯାଏଁ ନବୀନଙ୍କୁ ପଚାରିବି ନିଲମ୍ବନ ପଛର କାରଣ । ଦୀର୍ଘ ୨୬ ବର୍ଷ ପରେ ବି ବିଜୟ ମହାପାତ୍ରଙ୍କୁ ନେଇ ନବୀନଙ୍କ ଭିତରୁ ଭୟ ଯାଇନି କି? ବିଜୟଙ୍କ ରାଜନୈତିକ ସକ୍ରିୟତାକୁ ଗ୍ରହଣ କରିପାରୁନାହାନ୍ତି କି ବିଜେଡି ସୁପ୍ରିମୋ? ଦଳରୁ ନିଲମ୍ବନ ହେବା ପରେ ଅରବିନ୍ଦଙ୍କର ରଣନୀତି କ’ଣ ରହିବ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/17/arabinda-mohapatra-2026-01-17-21-06-03.jpg)