ଭାରତୀୟ ବୋଲରଙ୍କୁ ମିଚେଲ୍‌, ଫିଲିପ୍ସ ଛେଚିଲେ

Advertisment

ପ୍ରଥମ ଦିନିକିଆରେ ଶତକରୁ ବଞ୍ଚିତ ମିଚେଲ୍ ପରବର୍ତ୍ତୀ ୨ଟିରେ କ୍ରମାଗତ ଶତକ (୮୪, ୧୩୧*, ୧୩୭) ହାସଲ କରି ଭାରତ ଗସ୍ତକୁ ସ୍ମରଣୀୟ ଢ଼ଙ୍ଗରେ ଶେଷ କରିଛନ୍ତି । ମିଚେଲ୍‌ ରବିବାର ୧୩୧ ବଲ୍‌ରୁ ୧୩୭ ରନ୍‌ କରିଥିଲେ ୧୫ ଚୌକା ଓ ୩ ଛକା ସହାୟତାରେ ।

ପ୍ରଥମ ଦିନିକିଆରେ ଶତକରୁ ବଞ୍ଚିତ ମିଚେଲ୍ ପରବର୍ତ୍ତୀ ୨ଟିରେ କ୍ରମାଗତ ଶତକ (୮୪, ୧୩୧*, ୧୩୭) ହାସଲ କରି ଭାରତ ଗସ୍ତକୁ ସ୍ମରଣୀୟ ଢ଼ଙ୍ଗରେ ଶେଷ କରିଛନ୍ତି । ମିଚେଲ୍‌ ରବିବାର ୧୩୧ ବଲ୍‌ରୁ ୧୩୭ ରନ୍‌ କରିଥିଲେ ୧୫ ଚୌକା ଓ ୩ ଛକା ସହାୟତାରେ ।

Newzealand

Newzealand Photograph: (Kanak News)

କନକ ବ୍ୟୁରୋ: ତୃତୀୟ ଦିନିକିଆରେ ଭାରତୀୟ ବୋଲର୍‌ଙ୍କୁ ଧୂମ ଛେଚିଛନ୍ତି ନ୍ୟୁଜିଲାଣ୍ଡ୍‌ ବ୍ୟାଟର୍‌ । ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ନ୍ୟୁଜିଲାଣ୍ଡ୍‌ ଡାରିଲ୍‌ ମିଚେଲ୍‌ ଓ‌ ଗ୍ଲେନ୍‌ ଫିଲିପ୍ସଙ୍କ ଶତକ ଏବଂ ଦ୍ବିଶତକ ଭାଗୀଦାର ବଳରେ ୩୩୭ ରନ୍‌ କରି ନେଇଥିଲା । ପ୍ରଥମ ୭ ବଲ୍‌ ଭିତରେ ଡେଭନ୍‌ କନୱେ ଓ ହେନରି ନିକଲ୍ସଙ୍କୁ ହର୍ଷିତ ରାଣା ଓ ଅର୍ଶଦୀପ ସିଂହ ପ୍ୟାଭିଲିଅନ୍‌ ପଠାଇ ଦେଇଥିଲେ । ୱିଲ୍‌ ୟଙ୍ଗଙ୍କୁ ହର୍ଷିତ ଦ୍ବିତୀୟ ଶିକାର କରିବାରୁ ନ୍ୟୁଜିଲାଣ୍ଡ୍‌ ୫୮/୩ରେ ସଂଘର୍ଷ କରିଥିଲା । ଏହି ସମୟରେ ଏକାଠି ହୋଇଥିବା ଡାରିଲ୍‌ ମିଚେଲ୍‌ ଏବଂ ଗ୍ଲେନ୍‌ ଫିଲିପ୍ସ ତୃତୀୟ ୱିକେଟ୍‌ ପାଇଁ ୩୧ ଓଭରରେ ୨୧୯ ରନ୍‌ ଯୋଡ଼ି ସବୁ ଓଲଟପାଲଟ କରି ଦେଇଥିଲେ ।

ଆହୁରି ପଢ଼ନ୍ତୁ... ବାଂଲାଦେଶର ଆଶା ଧୂଳିସାତ, ଗ୍ରୁପ୍ ବଦଳାଇବାକୁ ମନା କଲା ଆୟର୍ଲାଣ୍ଡ

ପ୍ରଥମ ଦିନିକିଆରେ ଶତକରୁ ବଞ୍ଚିତ ମିଚେଲ୍ ପରବର୍ତ୍ତୀ ୨ଟିରେ କ୍ରମାଗତ ଶତକ (୮୪, ୧୩୧*, ୧୩୭) ହାସଲ କରି ଭାରତ ଗସ୍ତକୁ ସ୍ମରଣୀୟ ଢ଼ଙ୍ଗରେ ଶେଷ କରିଛନ୍ତି । ମିଚେଲ୍‌ ରବିବାର ୧୩୧ ବଲ୍‌ରୁ ୧୩୭ ରନ୍‌ କରିଥିଲେ ୧୫ ଚୌକା ଓ ୩ ଛକା ସହାୟତାରେ । ଫିଲିପ୍ସ ୮୮ ବଲ୍‌ରୁ ୯ ଚୌକା ଓ ୩ ଛକା ସହାୟତାରେ ୧୦୬ ରନ୍‌ କରିଥିଲେ । ମିଚେଲ୍‌ ନିଜ ନବମ ଏବଂ ଫିଲିପ୍ସ ନିଜ ଦ୍ବିତୀୟ ଦିନିକିଆ ଶତକ ହାସଲ କରିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ-ହର୍ଷିତ ୩-୩ ଏବଂ ସିରାଜ-କୁଲଦୀପ ୧-୧ ୱିକେଟ୍‌ ଅକ୍ତିଆର କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe