ବଦଳିବ ମିସନ ଶକ୍ତି ମହିଳାଙ୍କ ପୋଷାକ; ଶାଢ଼ିରେ ଝଲସିବ ଓଡ଼ିଆ ଅସ୍ମିତା

Advertisment

ଆଗକୁ ପଞ୍ଚାୟତ ନିର୍ବାଚନ । ତା’ ପୂର୍ବରୁ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେପି ସରକାରଙ୍କ ବଡ଼ ପଦକ୍ଷେପ । ମିସନ୍ ଶକ୍ତି ମହିଳାଙ୍କ ପାଇଁ ଗୋଟିଏ ପରେ ଗୋଟିଏ ବଡ଼ ଘୋଷଣା କରିଛନ୍ତି ସରକାର । ଖୁବଶୀଘ୍ର ନୂଆ ରୂପ ପାଇବ ମିସନ୍ ଶକ୍ତି । ମହିଳାଙ୍କ ଡ୍ରେସ୍ କୋଡ୍ ବଦଳିବା ସହ ନୂଆ ଶାଢ଼ୀରେ ଦେଖିବାକୁ ମିଳିବ ଓଡ଼ିଆ ଅସ୍ମିତାର ଝଲକ ।

ଆଗକୁ ପଞ୍ଚାୟତ ନିର୍ବାଚନ । ତା’ ପୂର୍ବରୁ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେପି ସରକାରଙ୍କ ବଡ଼ ପଦକ୍ଷେପ । ମିସନ୍ ଶକ୍ତି ମହିଳାଙ୍କ ପାଇଁ ଗୋଟିଏ ପରେ ଗୋଟିଏ ବଡ଼ ଘୋଷଣା କରିଛନ୍ତି ସରକାର । ଖୁବଶୀଘ୍ର ନୂଆ ରୂପ ପାଇବ ମିସନ୍ ଶକ୍ତି । ମହିଳାଙ୍କ ଡ୍ରେସ୍ କୋଡ୍ ବଦଳିବା ସହ ନୂଆ ଶାଢ଼ୀରେ ଦେଖିବାକୁ ମିଳିବ ଓଡ଼ିଆ ଅସ୍ମିତାର ଝଲକ ।

Mission Shakti

Mission Shakti Photograph: (Kanak News)

କନକ ବ୍ୟୁରୋ : ଏଣିକି ମିସନ୍ ଶକ୍ତି ମହିଳା ପରିଧାନ କରିବେ ନୂଆ ପୋଷାକ । ଯେଉଁଥିରେ ରହିବ ଓଡ଼ିଆ ଅସ୍ମିତା ଝଲକ । ଏପ୍ରିଲ ୧ ତାରିଖରେ ଉତ୍କଳ ଦିବସରୁ ଲାଗୁ ହେବ ନୂଆ ଡ୍ରେସ କୋଡ୍ । କେବଳ ଏତିକି ନୁହେଁ, ମହିଳାଙ୍କୁ ଦିଆଯିବ ନୂଆ ସ୍ମାର୍ଟ ଫୋନ୍ । ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଆଗକୁ ପଞ୍ଚାୟତ ନିର୍ବାଚନ । ତା’ ପୂର୍ବରୁ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେପି ସରକାରଙ୍କ ବଡ଼ ପଦକ୍ଷେପ । ମିସନ୍ ଶକ୍ତି ମହିଳାଙ୍କ ପାଇଁ ଗୋଟିଏ ପରେ ଗୋଟିଏ ବଡ଼ ଘୋଷଣା କରିଛନ୍ତି ସରକାର । ଖୁବଶୀଘ୍ର ନୂଆ ରୂପ ପାଇବ ମିସନ୍ ଶକ୍ତି । ମହିଳାଙ୍କ ଡ୍ରେସ୍ କୋଡ୍ ବଦଳିବା ସହ ନୂଆ ଶାଢ଼ୀରେ ଦେଖିବାକୁ ମିଳିବ ଓଡ଼ିଆ ଅସ୍ମିତାର ଝଲକ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ବଡ଼ ଘୋଷଣା କରିଛନ୍ତି । ଏପ୍ରିଲ ୧ ତାରିଖ ଅର୍ଥାତ୍ ଉତ୍କଳ ଦିବସରୁ ଲାଗୁ ହେବ ନୂଆ ଡ୍ରେସ୍ କୋଡ୍ । ଦୀର୍ଘ ଦିନ ହେବ ଏହି ଦାବି ହୋଇ ଆସୁଥିଲା । ଏହି ଡ୍ରେସ୍ କୋଡ୍ ମହିଳାଙ୍କ ଏକତା, ପରିଚୟ ଏବଂ ସ୍ୱାଭିମାନକୁ ପ୍ରତିବିମ୍ବିତ କରିବ । ତେବେ ଶାଢ଼ୀର ରଙ୍ଗ କ’ଣ ରହିବ, ତାହା ସ୍ପଷ୍ଟ କରାଯାଇନାହିଁ ।

ଅଧିକ ପଢ଼ନ୍ତୁ : ଓଡ଼ିଶାକୁ ରେକର୍ଡ ରେଳ ବଜେଟ୍‌; ଓଡ଼ିଶାର ଭାଗ୍ୟ ବଦଳାଇବ ପୂର୍ବ-ପଶ୍ଚିମ ପରିବହନ କରିଡର

କେବଳ ଡ୍ରେସ୍ କୋଡ୍‌ ନୁହେଁ, ମହିଳାଙ୍କୁ ଅଧିକ ସଶକ୍ତ କରିବା ପାଇଁ ମହିଳାଙ୍କୁ ସରକାର ଦେବେ ସ୍ମାର୍ଟଫୋନ । ୪୬ହଜାର କମ୍ୟୁନିଟି ରିସର୍ଚ୍ଚ ପର୍ସନ ବା ସିଆରପି ମହିଳାଙ୍କୁ ସ୍ମାର୍ଟଫୋନ ଯୋଗାଇ ଦିଆଯିବ । ଏହାଦ୍ୱାରା ଡିଜିଟାଲ ପେମେଣ୍ଟ, ଅନଲାଇନ୍ ଟ୍ରେନିଂ, ବ୍ୟାବସାୟିକ ସୂଚନା ଏବଂ ସରକାରୀ ଯୋଜନା ସମ୍ପର୍କିତ ତଥ୍ୟ ପାଇପାରିବେ ।

ସେପଟେ ୨୦୨୫-୨୬ ଆର୍ଥିକ ବର୍ଷରେ ୨ ଲକ୍ଷ ୮୦ହଜାର ୫୮୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ୧୯୭ କୋଟି ୬୬ ଲକ୍ଷ ୩୮ ହଜାର ୨୫୨ ଟଙ୍କା ଫେରସ୍ତ କରାଯାଇଛି । ଏହି ସୁଧ ଫେରସ୍ତ ରାଶି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe