କନକ ବ୍ୟୁରୋ : ଏଣିକି ମିସନ୍ ଶକ୍ତି ମହିଳା ପରିଧାନ କରିବେ ନୂଆ ପୋଷାକ । ଯେଉଁଥିରେ ରହିବ ଓଡ଼ିଆ ଅସ୍ମିତା ଝଲକ । ଏପ୍ରିଲ ୧ ତାରିଖରେ ଉତ୍କଳ ଦିବସରୁ ଲାଗୁ ହେବ ନୂଆ ଡ୍ରେସ କୋଡ୍ । କେବଳ ଏତିକି ନୁହେଁ, ମହିଳାଙ୍କୁ ଦିଆଯିବ ନୂଆ ସ୍ମାର୍ଟ ଫୋନ୍ । ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଆଗକୁ ପଞ୍ଚାୟତ ନିର୍ବାଚନ । ତା’ ପୂର୍ବରୁ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେପି ସରକାରଙ୍କ ବଡ଼ ପଦକ୍ଷେପ । ମିସନ୍ ଶକ୍ତି ମହିଳାଙ୍କ ପାଇଁ ଗୋଟିଏ ପରେ ଗୋଟିଏ ବଡ଼ ଘୋଷଣା କରିଛନ୍ତି ସରକାର । ଖୁବଶୀଘ୍ର ନୂଆ ରୂପ ପାଇବ ମିସନ୍ ଶକ୍ତି । ମହିଳାଙ୍କ ଡ୍ରେସ୍ କୋଡ୍ ବଦଳିବା ସହ ନୂଆ ଶାଢ଼ୀରେ ଦେଖିବାକୁ ମିଳିବ ଓଡ଼ିଆ ଅସ୍ମିତାର ଝଲକ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ବଡ଼ ଘୋଷଣା କରିଛନ୍ତି । ଏପ୍ରିଲ ୧ ତାରିଖ ଅର୍ଥାତ୍ ଉତ୍କଳ ଦିବସରୁ ଲାଗୁ ହେବ ନୂଆ ଡ୍ରେସ୍ କୋଡ୍ । ଦୀର୍ଘ ଦିନ ହେବ ଏହି ଦାବି ହୋଇ ଆସୁଥିଲା । ଏହି ଡ୍ରେସ୍ କୋଡ୍ ମହିଳାଙ୍କ ଏକତା, ପରିଚୟ ଏବଂ ସ୍ୱାଭିମାନକୁ ପ୍ରତିବିମ୍ବିତ କରିବ । ତେବେ ଶାଢ଼ୀର ରଙ୍ଗ କ’ଣ ରହିବ, ତାହା ସ୍ପଷ୍ଟ କରାଯାଇନାହିଁ ।
ଅଧିକ ପଢ଼ନ୍ତୁ : ଓଡ଼ିଶାକୁ ରେକର୍ଡ ରେଳ ବଜେଟ୍; ଓଡ଼ିଶାର ଭାଗ୍ୟ ବଦଳାଇବ ପୂର୍ବ-ପଶ୍ଚିମ ପରିବହନ କରିଡର
କେବଳ ଡ୍ରେସ୍ କୋଡ୍ ନୁହେଁ, ମହିଳାଙ୍କୁ ଅଧିକ ସଶକ୍ତ କରିବା ପାଇଁ ମହିଳାଙ୍କୁ ସରକାର ଦେବେ ସ୍ମାର୍ଟଫୋନ । ୪୬ହଜାର କମ୍ୟୁନିଟି ରିସର୍ଚ୍ଚ ପର୍ସନ ବା ସିଆରପି ମହିଳାଙ୍କୁ ସ୍ମାର୍ଟଫୋନ ଯୋଗାଇ ଦିଆଯିବ । ଏହାଦ୍ୱାରା ଡିଜିଟାଲ ପେମେଣ୍ଟ, ଅନଲାଇନ୍ ଟ୍ରେନିଂ, ବ୍ୟାବସାୟିକ ସୂଚନା ଏବଂ ସରକାରୀ ଯୋଜନା ସମ୍ପର୍କିତ ତଥ୍ୟ ପାଇପାରିବେ ।
ସେପଟେ ୨୦୨୫-୨୬ ଆର୍ଥିକ ବର୍ଷରେ ୨ ଲକ୍ଷ ୮୦ହଜାର ୫୮୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ୧୯୭ କୋଟି ୬୬ ଲକ୍ଷ ୩୮ ହଜାର ୨୫୨ ଟଙ୍କା ଫେରସ୍ତ କରାଯାଇଛି । ଏହି ସୁଧ ଫେରସ୍ତ ରାଶି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/02/mission-shakti-2026-02-02-22-08-44.jpg)