କନକ ବ୍ୟୁରୋ : ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ଛାତ୍ର । ଦେହ ସାରା ରକ୍ତ ଲାଗିଛି । ସ୍ଥାନେ ସ୍ଥାନେ ହୋଇଛି ଖଣ୍ଡିଆ I ପିଲାଟି ଅସୁସ୍ଥ ହୋଇ ପଡ଼ି ଥିବାରୁ ସମ୍ପୂର୍ଣ ଘଟଣା କହି ପାରୁନି । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୁଆଡ଼େ ଯାଇଥିଲା, କେମିତି ଯାଇଥିଲା ସେନେଇ ଚାଲିଛି ଖୋଳତାଡ଼ ।

Advertisment

ଅଧିକ ପଢ଼ନ୍ତୁ : ଭଦ୍ରକ କଲେଜରେ ତୁମୁଳକାଣ୍ଡ ; ପୁଲିସ୍ ହେପାଜତରୁ ମୁଖ୍ୟ ଅଭିଯୁକ୍ତ ଫେରାର

ଭୁବନେଶ୍ୱରରୁ ଗତକାଲିଠୁ ନବମ ଶ୍ରେଣୀର ଛାତ୍ର ମିତ୍ରଭାନୁ ପଟ୍ଟନାୟକ ନିଖୋଜ ହୋଇଯାଇଥିଲା । ପୁଲିସର ତନାଘନା କରୁଥିଲା । ଭୁବନେଶ୍ୱର ସୁନ୍ଦରପଦା ବୋତଣ୍ଡା ଅଞ୍ଚଳରେ ବ୍ୟବସାୟୀଙ୍କ ପୁଅ ନିଖୋଜ ହୋଇଯିବା ନେଇ ଅଭିଯୋଗ ହୋଇଥିଲା । ସବୁଦିନ ଭଳି ସୋମବାର ସକାଳ ସାଢ଼େ ୮ଟା ବେଳେ ଘରୁ ବାହାରକୁ ଯାଇଥିଲା । ସେବେଠାରୁ ଘରକୁ ଫେରି ନଥିବାରୁ ପରିବାର ଲୋକେ ଥାନାରେ ମାମଲା ରୁଜୁ କରିଥିଲେ ।