କନକ ବ୍ୟୁରୋ : ଭଦ୍ରକରେ କମେଣ୍ଟ ମରାକୁ ନେଇ ତୁମୁଳ କାଣ୍ଡ ଘଟଣାରେ ଧରା ପଡ଼ିଥିବା ମୁଖ୍ୟ ଅଭିଯୁକ୍ତ କାହ୍ନୁ ନାଥ ପୁଲିସ୍ ହେପାଜତରୁ ଫେରାର ହୋଇଯାଇଛି । ପୁଲିସ୍ ହେପାଜତରୁ ଅଭିଯୁକ୍ତ କାହ୍ନୁ ନାଥ ଫେରାର ହୋଇଯାଇଛି । ଭଦ୍ରକ କଲେଜ ପରିସରରେ ଗତ ୧୨ ତାରିଖ ଦିନ କମେଣ୍ଟ ମରାକୁ କେନ୍ଦ୍ରକରି ତୁମୁଳକାଣ୍ଡ ହୋଇଥିଲା । ଛାତ୍ରୀଙ୍କୁ କମେଣ୍ଟ ମାରିଥିବା ଯୁବକଙ୍କୁ ବିରୋଧ କରିବାରୁ ଦୀପକଙ୍କୁ ୧୦ରୁ ଅଧିକ ଯୁବକ ଏକ କାରରେ ଉଠେଇ ନେଇ ନାଥସାହି ନିକଟରେରେ ଆକ୍ରମଣ କରି ଶନି ମନ୍ଦିର ପାଖରେ ରକ୍ତାକ୍ତ ଅବସ୍ଥାରେ ଛାଡ଼ି ଦେଇ ଫେରାର ହୋଇ ଥିଲେ ।

Advertisment

ଅଧିକ ପଢନ୍ତୁ : କମେଣ୍ଟ ମରା ଏବଂ ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ : ଗଣ୍ଡଗୋଳ ପରେ ମାରଣାସ୍ତ୍ରରେ ପରସ୍ପରକୁ ଆକ୍ରମଣ

ଏହି ଘଟଣାରେ ଗତକାଲି ଟାଉନ ପୁଲିସ ଦୁଇ ଜଣଙ୍କୁ ଗିରଫ କରି ଚରମ୍ପା ରିଜର୍ଭ ପୁଲିସ ଅଫିସରେ ରଖିଥିଲା । ପୁଲିସକୁ ଚକମା ଦେଇ ମୁଖ୍ୟ ଅଭିଯୁକ୍ତ କାହ୍ନୁ ନାଥ ଫେରାର ହୋଇ ଯାଇଛି ।  ଟାଉନ ପୁଲିସର ଦୁଇଟି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଛାନଭିନ ଜାରି ରଖିଛି ।