NIT Student Photograph: (Google)
କନକ ବ୍ୟୁରୋ: ୩୦ଘଣ୍ଟା ପରେ ବି ନିଖୋଜ ଏନଆଇଟି ଛାତ୍ରଙ୍କ ମିଳୁନି ପତ୍ତା । ଆଜି ପୁଣିଥରେ ଖୋଜାଖୋଜି ଆରମ୍ଭ କରିବ ଅଗ୍ନିଶମ ବିଭାଗ । ଇବ୍ ନଦୀର ଦର୍ଶନୀୟ ସ୍ଥାନ କନାକୁଣ୍ଡ ଠାରେ ଶନିବାର ଅଘଟଣ ଘଟିଥିଲା । ସାଙ୍ଗ ମାନଙ୍କ ନଦୀରେ ଗାଧୋଉଥିବା ସମୟରେ ବୁଡ଼ି ଯାଇ ନାବାଳକ ଜଣକ ନିଖୋଜ ଅଛନ୍ତି । ମୋଟ ୫ଜଣ ସାଙ୍ଗ ମିଶି ପିକନିକ୍ ଆସିଥିଲେ, ନିଖୋଜ ଯୁବକ ଜଣକ ବରଗଡ଼ ଅଞ୍ଚଳର ଦୀପେଶ ପ୍ରଧାନ ।
ଅଧିକ ପଢନ୍ତୁ : ଗାଧୋଇବା ବେଳେ ଜଳପ୍ରପାତରେ ବୁଡ଼ିଗଲେ ଯୁବକ: କେନ୍ଦୁଝର ଗୁଣ୍ଡିଚାଘାଗି ଜଳପ୍ରପାତରେ ନିଖୋଜ
ରାଉରକେଲା ଏନଆଇଟିରେ ଗଣିତ ବିଭାଗରେ ପିଏଚଡି କରୁଥିଲେ ଦୀପେଶ । ଅନ୍ୟ ୪ଜଣଙ୍କ ମଧ୍ୟରୁ ୨ଜଣ ଉତ୍ତରପ୍ରଦେଶର ହୋଇଥିବା ବେଳେ ଅନ୍ୟ ୨ଜଣ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଏଯାଏ ଦୀପକଙ୍କ ପତ୍ତା ମିଳିନଥିବା ବେଳେ ପୁଣିଥରେ ଆଜି ଖୋଜାଖୋଜି ଆରମ୍ଭ କରିବ ଅଗ୍ନିଶମ ବିଭାଗ । ଗତ ୪ ବର୍ଷ ମଧ୍ୟରେ ଏଠାରେ ବୁଡ଼ି ମୋଟ ୬ଜଣଙ୍କର ମୃତ୍ୟୁ ଘଟିଲାଣି ।
Follow Us