ରାଜ୍ୟରେ ଚିନ୍ତା ବଢ଼ାଇଲା ନାବାଳିକା ନିଖୋଜ,  ୭ ବର୍ଷରେ ୨୫ହଜାରରୁ ଅଧିକ ନିଖୋଜ

Advertisment

୭ହଜାର ୨୭୨ଶିଶୁଙ୍କ ମିଳିନି ପତ୍ତା । ନିଖୋଜ ଶିଶୁଙ୍କ ମଧ୍ୟରେ ୯୦ପ୍ରତିଶତ ନାବାଳିକା ।

୭ହଜାର ୨୭୨ଶିଶୁଙ୍କ ମିଳିନି ପତ୍ତା । ନିଖୋଜ ଶିଶୁଙ୍କ ମଧ୍ୟରେ ୯୦ପ୍ରତିଶତ ନାବାଳିକା ।

Child missing

Child missing Photograph: (KanakNews)

କନକ ବ୍ୟୁରୋ:  ରାଜ୍ୟରେ ବଢ଼ିବାରେ ଲାଗିଛି ଶିଶୁ ଅପହରଣ ଘଟଣା । ଗତ ୭ ବର୍ଷ ଭିତରେ ୨୫ ହଜାର ୪୩୮ ଶିଶୁ ହୋଇଛନ୍ତି ନିଖୋଜ । କେବଳ ୨୦୨୩ରେ ୫, ୯୨୮ ଶିଶୁ ନିଖୋଜ ହେଇଛନ୍ତି । ପୂର୍ବ ବର୍ଷଗୁଡ଼ିକୁ ହିସାବକୁନେଲେ ରାଜ୍ୟରେ ୭,୨୭୨ ଜଣ ଶିଶୁଙ୍କ ପତ୍ତା ମିଳିପାରି ନାହିଁ। ଏମାନଙ୍କ ମଧ୍ୟରୁ ସର୍ବାଧିକ ୬,୪୯୭ ନାବାଳିକା ଅଛନ୍ତି । ଏଭଳି ଉଦ୍‌ବେଗଜନକ ରିପୋର୍ଟ ସାଧାରଣରେ ଚିନ୍ତାର ବିଷୟ ପାଲଟିଛି। ଛୋଟ ଛୋଟ କୋମଳମତି ଶିଶୁକନ୍ୟାଙ୍କୁ ଅପହରଣ କରି ବିଭିନ୍ନ ସମୟରେ ପଡ଼ୋଶୀ ପଶ୍ଚିମବଙ୍ଗ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ସମେତ ମଧ୍ୟପ୍ରଦେଶ, କର୍ଣ୍ଣାଟକ ଚାଲାଣ କରାଯାଉଛି ।

ଅଧିକ ପଢନ୍ତୁ:  ନିଜର ବୁଦ୍ଧିମତା ଯୋଗୁଁ ଅପହୃତ ହେବାରୁ ବଂଚିଲେ ଏହି ଶିଶୁ : ଆସନ୍ତୁ ଜାଣିବା ତାଙ୍କ କାହାଣୀ ଓ ଶିଶୁ ଅପହରଣକୁ ରୋକିବା ଦିଗରେ କିଛି ଟିପ୍ସ

ବଡ଼ କଥା ହେଉଛି ରାଜ୍ୟରେ ମାନବ ଚାଲାଣ ରୋକିବା ପାଇଁ ୩୬ ପୁଲିସ ଜିଲ୍ଲାରେ ଇଣ୍ଟିଗ୍ରେଟେଡ୍ ଆଣ୍ଟି-ହ୍ୟୁମାନ୍‌ ଟ୍ରାଫିକିଂ ୟୁନିଟ୍ ଖୋଲାଯାଇଛି । କ୍ରାଇମବ୍ରାଞ୍ଚ ମଧ୍ୟ ୨୦୧୫ରୁ ୨୦୧୯ ଭିତରେ ଅପରେସନ୍ ସ୍ମାଇଲ୍, ମୁସ୍କାନ ଓ ପରୀ ଯୋଜନା ଆରମ୍ଭ କରିଛି । ତଥାପି ଶିଶୁକନ୍ୟା ନିଖୋଜ ସଂଖ୍ୟାକୁ ନିୟନ୍ତ୍ରଣ କରାଯାଇପାରୁନାହିଁ । ଓଡ଼ିଶା ପୁଲିସ ପକ୍ଷରୁ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବାକୁ ଯଦିଓ ପ୍ରତ୍ୟେକ ବର୍ଷ ଉଦ୍ୟମ କରାଯାଉଛି, ତେବେ ପ୍ରତ୍ୟେକ ବର୍ଷ ନିଖୋଜ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି।
ଚିନ୍ତା ବଢ଼ାଉଛି ନାବାଳିକା ନିଖୋଜ
ରାଜ୍ୟରେ ବଢ଼ୁଛି ଶିଶୁ ଅପହରଣ ଘଟଣା
୭ ବର୍ଷରେ ୨୫,୪୩୮ ଶିଶୁ ନିଖୋଜ
ନିଖୋଜ ଶିଶୁଙ୍କ ମଧ୍ୟରେ ୯୦% ନାବାଳିକା
ରାଜ୍ୟରେ ୭୨୭୨ ଜଣ ଶିଶୁଙ୍କ ମିଳୁନି ପତ୍ତା 
ନିଖୋଜ ଶିଶୁଙ୍କ ମଧ୍ୟରେ ସର୍ବାଧିକ ୬୪୯୭ ନାବାଳିକା 
ଶିଶୁକନ୍ୟାଙ୍କୁ କରାଯାଉଛି ବାହାରରାଜ୍ୟକୁ ଚାଲାଣ
ସର୍ବାଧିକ ଶିଶୁ କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର ଜିଲ୍ଲାରୁ ନିଖୋଜ
ଶିଶୁ ଚାଲାଣ ରୋକିବାକୁ ଖୋଲାଯାଇଛି ସ୍ପେଶାଲ ୟୁନିଟ୍‌
୩୬ ପୁଲିସ ଜିଲ୍ଲାରେ ରହିଛି ଇଣ୍ଟିଗ୍ରେଟେଡ୍ ଆଣ୍ଟି-ହ୍ୟୁମାନ୍‌ ଟ୍ରାଫିକିଂ
୨୦୧୫ରୁ ୨୦୧୯ ଭିତରେ ଅପରେସନ୍ ସ୍ମାଇଲ୍, ମୁସ୍କାନ ଓ ପରୀ ଯୋଜନା ଆରମ୍ଭ 
ବଢ଼ୁଛି ଶିଶୁ ଅପହରଣ!
ଚିନ୍ତା ବଢ଼ାଉଛି ଶିଶୁ ଅପହରଣ ଘଟଣା
୭ ବର୍ଷରେ ୨୫,୪୩୮ ଶିଶୁ ନିଖୋଜ
୨୦୨୩ରେ ନିଖୋଜ ହୋଇଛନ୍ତି ୫, ୯୨୮ ଶିଶୁ
୨୦୨୨ରେ ୪,୭୫୭ ଶିଶୁ ନିଖୋଜ
ଏଥିରେ ୫୦୭ ନାବାଳକ ଓ ୪,୨୫୦ ନାବାଳିକା
୨୦୨୧ରେ ନିଖୋଜ ହୋଇଥିଲେ ୪, ୧୩୩ ଶିଶୁ
ଏମାନଙ୍କ ମଧ୍ୟରୁ ନାବାଳକ ୪୭୭ ଓ ନାବାଳିକା ଥିଲେ ୩,୬୫୬ 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe